ଆମର ଭାଷା ସଂସ୍କୃତି
ଆଏ ଆମର ଗରବ
ମଧୁର ଭାଷା କଥା ଆମର
ମହୁ ନୁ ମିଠା ଆମର ପରବ l
ସୁନର ଆମର ସପଟା ପରି
ଶାଢ଼ୀ ରେ ପକା ଦେଉଳି
ପିନ୍ଧିକରି ଟାଣ ବାହା ସୁତା
ଆରୁ ପତରି ମାଲି l
ସାରା ପୁରୁଥିର ମନ ଘିନି ନେସି
ଆମର ରଙ୍ଗବତୀ
ରସରକେଳି ମାଇଲାଜଡ଼
ଡାଲଖାଇ ରସବତୀ l
ମଧୁର ଆମର ପଖାଳ ଭାତ
କରଡ଼ି ହେଣୁଆ ସର ସର
ମନ କେ ରଚେ ଧନୁଯାତ୍ରା
ଶୀତଲସଷ୍ଟି ଆମର l
ମଧୁର ଆମର ଅଏର୍ଷା ଶୁଆଁଳି
ଗଠିଆ ମିଠା ଖଜା
କାନ କେ ଶୁଭେ ବଡା ସୁନର
ଢୋଲ ନିଷାନ ବଜା l
ପୁଓଜୁତିଆ ଭାଏଜୁତିଆ
ପୁଷପୁନି ନୁଆଁଖାଇ
ପନତ କାନି ଢାପି ରଖିଛେ
ମା ଶିରି ସମଲେଇ l
ଗରବ ଆମର ଗୁରୁ ସତ୍ୟନାରାୟଣ
କବି ଗଙ୍ଗାଧର ବିର୍ସା ମୁଣ୍ଡା ଆଏ
ମା ସମଲେଇ ର ବୀର ପୁଓ
ସେ ତ ସୁରେନ୍ଦ୍ର ସାଏ l
ଖଣ କ୍ଷୀର୍ଷା ମଧୁର ଭାଷା
ଆମର ଭାଷା ସଂସ୍କୃତି
ସବୁଦିନେ ନାଁ ପଡୁଥାଉ
ମା ସମଲେଇ ଠାନେ ଏତିକି ବିନତି l
ପ୍ରଦୀପ ସୁନାନୀ