ନାଗଫାଶ

ଆସିଥିଲ ତୁମେ ମହଣ ମହଣ ସ୍ବପ୍ନ ନେଇ
ମୋ ଜୀବନକୁ
ହୃଦୟରେ ଆଙ୍କି ସାତ ରଙ୍ଗର ଇନ୍ଦ୍ରଧନୁ
ବୁହାଇଲ
ପ୍ରୀତିର ସ୍ରୋତସ୍ୱିନୀ।

ତୁମ ପ୍ରେମର ଫଲ୍ଗୁ ମୋ ମନରେ
ଭରିଥିଲା
ମଳୟର ମହମହ ବାସ୍ନା।

ମହକରେ ଉଲ୍ଲସିତ ପ୍ରାଣଟାକୁ
ସମର୍ପି ଦେଲି
ତୁମ ଛଳନାର ନାଗଫାଶରେ।

ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ

Leave a Reply

Your email address will not be published. Required fields are marked *