ବlତ୍ସଲ୍ୟ ମମତା କାହିଁ ରହିଲାପ୍ରତିଯୋଗିତା ରେ ନିୟୋଗ ପିଲା

ଅଧିକ ପଢିବା ସହରକୁ ଯିବା ଛୋଟ ପରିବାର ଗଢ଼ୀ
ଯୌଥ ପରିବାରୁ ଭିନ୍ନ ହୋଇ ଚଢି ସ୍ଵେଛା ଚାରିତା ର ସିଡି,
ପ୍ରତିଯୋଗିତା ରେ ଜୀବନ ଧାଉଁଛି ଖୋଜି ସୁଖର ସପନ
ରାତିକ ଭିତରେ ସଉଧ ତୋଳିବ ବିକଳ ହୁଅଇ ପ୍ରାଣ,,
ଆଧୁନିକ ଯୁଗେ ସମୟ ଅଭାବ ସନ୍ତାନ ଟିଏ ପାଇଁ
କର୍ମଜୀବି ପୁଣି ଦମ୍ପତି ଦ୍ବୟ ଯେ ଟଙ୍କା ରୋଜଗାର ପାଇଁ,
ଆୟା ମା ଧାଇ ମା କୋଳ ରେ ବଢ଼ଇ କୋମଳ ଶିଶୁ ଜୀବନ
ମା ସ୍ନେହ ଅବା ମାଆ ସ୍ତନ୍ୟ ଟିକେ ଶିଶୁ ର ପାଇଁ ସପନ ,,
ଜନନୀ ପ୍ରାଣ ର ବାତ୍ସଲ୍ୟ ମମତା କାହିଁ ଯେ ଆଉ ଖୋଜୁଛ
ଏତେ ରୋଜଗାର ଗୋଟିଏ ସନ୍ତାନ ବରଷକ ଠୁ କ୍ରେଚ,,
ବାପା ହାତ ଧରି ଚାଲି ନ ଶିଖୁଣୁ ଇଂରାଜୀ ଇସ୍କୁଲ ଯାଉଛି
ବାଆ ମାଆ ବୋଲି ଡାକି ନ ଶିଖୁଣୁ ଇଂରାଜୀ କବିତା ଗାଉଛି,,
ପାଶ୍ଚାତ୍ୟ ଚଳଣି ଏମିତି ଗ୍ରାସିଚି ଡେ଼ଟିଙ୍ଗ ଚାଟିଙ୍ଗ ବିଜି
ନିଜର ରକ୍ତ କୁ ଦେଖିବା ପାଇଁକି ଦରଦ କୋଉଟି ଅଛି !
ଅଢେଇ ବର୍ଷ ରୁ ଗୀତ ଶିଖୁଅଛି ଯାଉଛି ଡାନ୍ସ କ୍ଲାସ
ଡ୍ରଇଁ ଶିଖୁଅଛି ଟିଉସନ ଯାଇ ପୁଣି ଯାଏ ଆବାକଶ,
ବିଦ୍ୟାଳୟେ ପୁଣି ନିଇତି ହୁଅଇ କେତେ ଯେ ପ୍ରତିଯୋଗିତା
ଶିଶୁ ଟି ଶ୍ରେଣୀ ରେ ହୁଅଇ ପ୍ରଥମ ଯିଏ କହି ଶିଖିନାହିଁ କଥା,
ଅଭିଭାବକ ଙ୍କ ମାନସିକତା ଏ ଚାପ ରେ ଶିଶୁ ଜୀବନ
ଶୈଶବ ର ସବୁ ଖେଳ ଚପଳାମୀ ଛଡେଇ କନ୍ଦାନ୍ତି ପ୍ରାଣ,,
ଜେଜ ଜେଜୀମା ଠୁ ଦୁରେଇ ଲୁଚେଇ ସ୍ନେହ ରୁ ବଂଚିତ କରି
ପିଞ୍ଜରା ଆବଦ୍ଧ ଜୀବନ ରେ କେବେ ଖୁସି ଆସିବ କି ଫେରି,
ଅଦ୍ଭୁତ ଏ ଯୁଗେ ଅଦ୍ଭୁତ ବିଚାର ବିଚିତ୍ର ମାଆ ଓ ବାପା
କଅଁଳ କିଶୋର ସେନେହ କାଙ୍ଗାଳ ହଷ୍ଟେଲ ରେ ଯେ ଆବାସ,,
ସମ୍ପର୍କ,ସଂସ୍କାର ଦୂରରେ ଜୀବନ ଘର ଠୁ ବିଦେଶ ଯାଏ
ଅକୁହା ବେଦନା ସନ୍ତାନ ପ୍ରାଣ ର ତଉଲୁଚି ଅବା କିଏ,,
ଏତେ ଦୁରକୁ ଯେ ଠେଲି ଦେଉଛନ୍ତି ଶେଷ ଅଚିହ୍ନା ହୋଇ
ସେଇ ପିଲା କାଲି ବିଦେଶୁ ଫେରିକି ମାଆ କୁ ନା ଚିହ୍ନଇ !
ବାର୍ଦ୍ଧକ୍ୟ ବେଳ ରେ ବୃଦ୍ଧାଶ୍ରମେ ଛାଡେ ସମ୍ପର୍କ କୁ ବୁଝେ ନାହିଁ
ବଡ଼ ସପନ ରେ ବଡ଼ କରିବାରେ ଜୀବନ ଦିଏ ବିତାଇ ,
ଏମିତି ବିଚାର ଆଜି ଚଳଣି ର ପରିତ୍ୟକ୍ତ ଯୁଗ ଆବାହନ
ଅଜଣା ଅଚିହ୍ନା ଅହଂବାଦ ଭରା କିମ୍ବୁତ୍ତ ମୟ ଜୀବନ,,
ଆପଣା କର୍ମ ର ଓଲଟା ଫଳ କୁ ଭୁଞ୍ଜିବା ନିଜ ଭାଗ୍ୟର
ବୃଦ୍ଧା ଶ୍ରମ ହୁଏ ଶେଷ ଠିକଣା ତ ଆପଣା କୃତ କର୍ମ ର ,

ଅପରାଜିତା ପରିଡା

Leave a Reply

Your email address will not be published. Required fields are marked *