ଆଶା ସ୍ବପ୍ନ
ମୋ ଘର ଝରକା ସେ ପାଖେ
ଦେଖେ ମୁଁ ନିତି ନିରେଖି.. ॥
ଝରକା ସେ ପାଖେ ଥିବା ଲମ୍ବା
ପକ୍କା ରାସ୍ତାରେ...॥
କେତେ ଚିହ୍ନା ଅଚିହ୍ନା ମୁହଁ
କେତେ ହସ କେତେ ଖୁସି
କେବେ ଆଖି ତଲେ
ଅଜସ୍ର ଲୁହ ..॥
କେତେ ସତ କେତେ ମିଛ କିଏ ଯାଣେ ?? ॥
ଝରକା ଏ ପାଖେ ମୋ ନିରବ
ଜୀବନ...॥
ସୁଖ,ଦୁଃଖ ସବୁତକ ମୋ ନିଜର..॥
ଚାପିରଖି ଆପଣା ଭାବନା
ଜୀ'ଯାଏ ଯା ପାଇଛି ଆତ୍ମାତୃପ୍ତି କରି...॥
ଏକା ଏକା ଜୀବନର ଲମ୍ବାରାସ୍ତା
ନାହିଁ ଆଶା ନାହିଁ ସ୍ବପ୍ନ...
କେବଳ ନିରବ ଜୀବନ...॥
~~~~
ସୁଶ୍ରୀ ଶୁଭଙ୍କରୀ ଦାଶ
ସିଂଘଯୁବା ବିନିକା ସୋନପୁର