ମୂର୍ତ୍ତି ଆଉ ଲୁହ

ଦେଖିଛି ପୂର୍ବ ରୂପ ଶକ୍ତି ସାମର୍ଥ୍ୟ ଧାପ
ଖୋଳିନେଇ ମୋର ବଦଳିଲେ ନିଜ ରୂପ
ପାଣିଢ଼ାଳି ପୁଣି ପାଦରେ ସେ ଦେଲେ ଦଳି
ହାତକୁ ମନ୍ଥି ଛଡ଼ାଇଲେ ଯେତେ ମଳି !

କାଟିଲେ ବାଛିଲେ ଗଡ଼ ଗଡ଼ ଗଡ଼ କରି
ଛାପିଦେଲେ କେତେ ପାଳ ନଡ଼ା ଆଉ ଜରି
ଜୋର୍-କରି ମୋତେ କେତେ ସତେ ମାଡଦେଲେ
କେତେ ଅଭିନବ ରୂପରେ ସଜାଇ ଦେଲେ !

ପିନ୍ଧିଲି ରଙ୍ଗ ପିଇଲି କେତେ ଯେ ରସ
ଦିଶିଲାନି ମୋର ନିଜ ରଙ୍ଗ ଅବଶେଷ
କହିଲେନି କେହି ମାଟି ମୁଁ ମରିଲି ଖାଲି
ଯିଏ ଦେଖେ ଏବେ କହୁଛି ମୂର୍ତ୍ତି ବୋଲି !

ମୂର୍ତ୍ତି ନୁହେଁ ରେ !ବୋଳି ଦେଇଛ କି ରଙ୍ଗ
ଏବେ ବି ରହିଛି ଜୀବନ ମୋରି ସଙ୍ଗ !!!


ଦୀନକୃଷ୍ଣ…

Leave a Reply

Your email address will not be published. Required fields are marked *