ଯୁବ ଦିବସର ପବିତ୍ର ଅବସରରେ
ନିଅ ହେ ଶପଥ, ଯୁବଗଣ
“ମାନବ ସେବା ହିଁ ମାଧବ ସେବା”
ମାନବ ସେବାରେ ନିଜକୁ କର ସମର୍ପଣ ।
ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ
ହୁଅ ଅନୁପ୍ରାଣିତ
ଜ୍ଞ୍ଜାନାଳୋକେ ତାଙ୍କ ହୋଇ ଅଗ୍ରସର
ଭାରତୀୟ ସଂସ୍କୃତି, ପରମ୍ପରା କୁ
କରାଅ ବିଶ୍ବବିଦିତ ।
ଶିକ୍ଷା ହଉ ବା ରାଜନୀତି
ପ୍ରତିରକ୍ଷା ହଉ ବା ଦେଶ ସେବା
କର୍ମ ପଥେ ସଦା ରଖ ନିଷ୍ଠା
କର୍ଣ୍ଣଧାର ହୁଅ ଦେଶ ବିକାଶର
ଦେଖାଇଦିଅ ଯୁବଶକ୍ତିର ପରାକାଷ୍ଠା ।
ଦୃଢକର ଅର୍ମବିଶ୍ଵାସ , ଜାଗ୍ରତକର ଅନ୍ତର୍ନିହିତ ଶକ୍ତି
ଆଗେଇ ଚାଲ ଲକ୍ଷ୍ୟ ପଥରେ
ସଫଳତା ପାଇବ ନିଶ୍ଚୟ,ଏହା ହିଁ ବିଶ୍ଵାସ ମୋର ।