ନୁଆ ବରଷ

ବରଷକେ ଥରେ ଆସିଛି ଧରାପୃଷ୍ଠକୁ
ଆମ ଏ ନୁଆ ବରଷ ନୂଆ ସ୍ପର୍ଶ
ଭୁଲିଯାଇ ରାଗ ରୁଷା ଆପଣାର କରି
ମନରେ ଆଣ ଯେ ଅଶେଷ ହରଷ ll

ହେ ପ୍ରଭୂ ଜଗତ ନାଥ ଆହେ ଜଗନ୍ନାଥ
ଅଜାଡି ଦିଅ ତୁମ ସ୍ନେହ କରୁଣା
ବନ୍ଧୁ ବାନ୍ଧବଙ୍କୁ ମୋର ଭଲରେ ଯେ ରଖ
ବିପଦେ ନ ହେବେ କେବେ ବାଟବଣା ll

ନୂଆ ବରଷର ନୂଆ ଆଶା ଉନ୍ମାଦନା
ନୂଆ ଚେତନା ନୂଆ ଜାଗୃତି ଆଣେ
ଓଡ଼ିଆ ପରବ ଓଡିଶା ମାଟି ଗୌରବ
କୋଟି ଜନତାଙ୍କ ଯହିଁ ମନ କିଣେ ll

ମହାବିଷୁବ ସଂକ୍ରାନ୍ତି ନାମେ ବହୁ ଖ୍ୟାତ
ଏଇ ନୂଆ ବରଷ ଏ ନୂଆ ମନ
ସୁଖ ସମୃଦ୍ଧି ଆନନ୍ଦେ ଯେ ସଭିଏଁ ରୁହ
ଘେନ ମୋ ସ୍ବେହଭରା ଅଭିନନ୍ଦନ ll

ହେ ଜଗତକର୍ତ୍ତା ନାଥ ଆହେ ଜଗନ୍ନାଥ
ଭାଇ ବନ୍ଧୁ ଅଟେ ମୋର ପରିବାର
ସଭିଙ୍କ ଆଶା ପୂର୍ଣ୍ଣ କରିନିଅ ହେ ପ୍ରଭୂ
ଏତିକି ମାଗୁଣି ତୁମ ଠାରେ ମୋର ll

ତ୍ରିନାଥ ପଟ୍ଟନାୟକ
(ଯୁବ ଅଧ୍ୟାପକ ତଥା କବି)
ଗ୍ରାମ:ଗାନ୍ଧୀ ନଗର
ପୋ:/ଜିଲ୍ଲା:କୋରାପୁଟ
ମୋ:9438362172

Leave a Reply

Your email address will not be published. Required fields are marked *