ଏ ଜଗତ ଅଟେ ବଡ଼ ବିଚିତ୍ର
ଜାଣି ପାରୁଛ କେମିତି ଚରିତ୍ର।
ମଣିଷ କରେ ଭୁଳ,ମୋହ,ମାୟା
ତାପାଖେ ନଥାଏ ଟିକିଏ ଦୟା ।
ପଶୁକୁ ମାରି ଖାଉଛି ତାକୁ
ଦୁଃଖ ନାହିଁ ଟିକିଏ ଆମକୁ ।
ଧନ ଉପରେ ଅଧିକ ଲୋଭ
ଧନ କଣ ସବୁ ଦିନ ଥିବ ?
ମଣିଷ ଜୀବନ ଦୁଇ ଦିନିଆ
ଗୋଟିଏ ଜନ୍ମ ଓ ମୃତ୍ୟୁର ନିଆଁ ।
ଭାଇ ଭାଇ ମଧ୍ୟରେ କୋଳାହଳ
ଏମିତି ଅଟେ ଏ ମର୍ତ୍ତ ମଣ୍ଡଳ।
ପ୍ରଭୁ ଯୋଡୁଛି ତୁମକୁ ଦି ହାତ!
ମଣିଷ ରଚୁଛି ମହାଭାରତ ।
ବାପାକୁ ବୁଢା ଓ ମାଆକୁ ବୁଢୀ
କହିଥାନ୍ତି ଇଏ କି ଦଡମଢି ।
ମଣିଷ ବି ଦିନେ ପାଇବ ଲୋପ
ଏ ଯୁଗରେ ମଧ୍ୟ ସରୁନି ପାପ।
ମନୁଷ୍ୟ କରୁଛି ମଣିଷ ହତ୍ୟା
ଏକ ସତ୍ୟ ପାଇଁ ଅନେକ ମିଥ୍ୟା।

ସଞ୍ଜୟ ନାଏକ
ରଏନଗୁଡା, କୋକସରା,କଳାହାଣ୍ଡି