ତମେ ଆସିଛ ନୂଆଁ ବରଷ୍


ତମେ ଆସିଛ ନୂଆଁ ବରଷ୍ ,
ମନେ ଭରିଛ କେତେ ହରଷ୍ ।
ତମର୍ ଆଏବାର୍ ଜାନି
ମନ୍ ହୁରୁଦ୍ ହେଲାନ ସରସ୍ ।।
ଆକି ଦେଇଛ ସବୁ ଫୁଲେ
କେତେ ରକମର୍ ରଙ୍ଗ୍ ।
ମନ୍ ଖୁଜୁଛେ ସରଗତରା
ଦେଖି ପରକୁତିର୍ ଢଙ୍ଗ୍ ।।
ପତରେ ଝରୁଛେ କାକର୍ ବୁନ୍ଦା
ଚମକୁଛେ ଦେଖ ଖରା ।
ରାତି ଆସିଛେ ଶୀତ୍ ରାନି
କମଲ୍ ପଡୁଛେ ନୁରା ।।
ସୁରୁଜ୍ ମୁଖି ଠାନୁ ଗୁଲାପ ଦିହେ
ସୁରଷୋ ଖେତେ ଜୀବନ୍ ।
ମାହାପୁରୁ ଢାଲି ଦେଇଛନ୍
ସରଗୁ ସୁନାର୍ ଜନ୍ ।।
ସବୁଆଡେ ଆଏଜ୍ ସଜବଜ୍
ଗହକି ଗଲାନ ଖୁଲି ।
ନଦୀନାଲେ ଫଟିକ୍ ପାଏନ
ଝରେ ଯଉଛେ ଚହଲି ।।
ଘରେ ଆସିଛେ ଲଖମି ଧାନ
ବାନ୍ଧିଛେ ଚଷା ପୁରା ।
ଇତାକେ ନେଇ ଚଲେ କୁଟୁମ
ବଛର୍ ଟାକ ଆଶରା ।।
ନୂଆ ବଛରର୍ ନୂଆ ମନ
ଫିଟିଛେ ନୂଆଁ ସକାଲ୍ ।
ଅଏନ୍ କରି ସବୁ ଜୀବ ରହୁନ
ନାଇଁ ଆସୁ ଦୁଖ୍ ଅକାଲ୍ ।।


ଧର୍ମେନ୍ଦ୍ର ପ୍ରଧାନ, ପଣ୍ଡକିପାଲି, ସୋହେଲା

ବରଗଡ, ମୋ-୮୨୪୯୬୦୨୦୮୫

Leave a Reply

Your email address will not be published. Required fields are marked *