କୃଷକ

ସ୍ବର୍ଣ୍ଣାଭ ଫସଲ ଖଳାରେ କୃଷକ
ଥୋଇଛି ଯତନେ ନେଇ
ମାର୍ଗଶିର ମାସେ ଗୃହେ ଲକ୍ଷ୍ମୀ ବିଜେ
ହୋଇଛନ୍ତି ମହାମାୟୀ ।।

ଗୃହେ ଓ ବାହାରେ ଖୁସିର ଉଲ୍ଲାସ
ଗାଆଁ ମାନଙ୍କରେ କେତେ
କ୍ଷୀରୀ ପିଠା ପଣା କେତେ ପରକାରେ
ଲକ୍ଷ୍ମୀଙ୍କୁ ପୂଜିବେ ସତେ ।।

ବରଷ ଯାକ ଅକ୍ଳାନ୍ତ ପରିଶ୍ରମ
କରିଥିଲା ଚାଷୀ ଭାଇ
ସଭିଙ୍କର ମୁଖେ ଆହାର ଦେବ ସେ
ସିଏ ବି ବଞ୍ଚିବ ତହିଁ ।।

ଦେଶର ଭିତରେ ଚାଷୀ ଭାଇ ରହି
ସୀମା ରେ ସୈନିକ ରହି
ଦେଶର ଲୋକଙ୍କୁ ବଞ୍ଚାଉଛନ୍ତି ସେ
ତ୍ୟାଗ ବଳିଦାନ ଦେଇ ।।

ସମସ୍ବରେ ଆସ କହିବା ସରବେ
ଜୱାନ, କିଷାନ ଜୟ
ଭାରତ ମାଆର ସେବା କରୁଛି ସେ
ଭାରତ ର ଗେଲ୍ହା ପୁଅ ।।

କମଳିନୀ ଦେବୀ
ସମ୍ପାଦିକା- ସ୍ବୟଂପ୍ରଭା ଲେଖିକା ସଂସଦ
ବରଗଡ଼

Leave a Reply

Your email address will not be published. Required fields are marked *