ମାଟି

ଟି ଛୁଇଁଲେ ସୁନା
ହୃଦୟ ଛୁଇଁଲେ ହୀରା
ଏମିତି ଚମତ୍କାର ହୁଏ
ଏଇ ମାଟିରେ…
ଲୁହ କିଣି ,ହସର ପସରା
ଯାଚି ଦିଆଯାଏ ଏଇଠି ,
ଦୂର ଦିଗବଳୟରେ
ଝଟକୁଥିବା ସ୍ବପ୍ନକୁ ପୁଞ୍ଜି କରି ,
ବିନିଯୋଗ କରାଯାଏ
ଜୀବନ ପ୍ରକଳ୍ପରେ ,
କେବଳ ଏଇ ମାଟିରେ …
‘ମୁଁ ‘କୁ ଆଡ଼ କରି
‘ଆମେ ‘ ସହିତ
ସମ୍ପର୍କର ସାତ ଖିଅରେ
ବନ୍ଧା ହୁଏ ଜୀବନ ,
ଏଇ ଭୂସ୍ଵର୍ଗରେ …
ଏଇଠି ପବନ ବହିଲେ ଗୀତ
ପୁଣି ବରଷା ଝରିଲେ ନୃତ୍ୟ…
ଆଶା,ଆଶ୍ୱାସନା ମଝିରେ ଜୀବନ
ଗାଉଥାଏ ସୃଜନୀ ସଙ୍ଗୀତ ..
ଏହାହିଁ ଏଇ ମାଟିର ମାହାତ୍ମ୍ୟ.

ପ୍ରଣତି ମହାପାତ୍ର (ରୁବି )

ସମ୍ବଲପୁର

Leave a Reply

Your email address will not be published. Required fields are marked *