ଈଶ୍ୱରଙ୍କ ଠିକଣା

ହେ ଈଶ୍ୱର ତୁମ ଠିକଣା ଖୋଜନ୍ତି
ଏ ଧରା ଧାମରେ ଲୋକେ ,
ପାଇ ବାକୁ ପ୍ରଭୁ ସାନିଧ୍ୟ ତୁମର
ବ୍ୟାକୁଳ ହୁଅନ୍ତି କେତେ ।
କିଏ କହେ ତୁମେ ଥାଅ ତ ମନ୍ଦିରେ
ଚର୍ଚ୍ଚ ରେ କହେ କେହି ,
ପୁଣି କିଏ କହେ ମସଜିଦେ ଥାଅ
ଶୂନ୍ୟରେ ବି ଥାଅ ହରି ।
ତୁମେ ପରମ୍ ବ୍ରହ୍ମ ତୁମେ ମହାଶୂନ୍ୟ
ତୁମେ ପୁଣି ନିରାକାର ,
ତୁମେ ଅଛ ପରା ବିଶ୍ବ ବ୍ରହ୍ମାଣ୍ଡରେ
ତୁମେ ଜଗତ ଠାକୁର ।
କହିଥିଲ ଡାକି ନାରଦଙ୍କୁ ତୁମେ
ବଇକୁଣ୍ଠେ ଯେ ନଥାଅ ,
ଅବା ମୁନି ଋଷି ମାନଙ୍କ ହୃଦୟେ
ତୁମେ ବି କଦା ନ ରହ ।
ଭକ୍ତଗଣଙ୍କର ପାଶେ ପାଶେ ଥାଅ
ମୁକ୍ତ କଣ୍ଠେ ଏହା କହି ,
ପ୍ରମାଣ କରିଲ ତୁମେ ମହାପ୍ରଭୁ
ଭକ୍ତବନ୍ଧୁ ଭାବଗ୍ରାହୀ ।
ପିତା ମାତା ଗୁରୁ ଚଳନ୍ତି ଠାକୁର
ଏହା ଅଟେ ତୁମ ବାଣୀ ,
ତାଙ୍କରି ଭିତରେ ତୁମକୁ ସ୍ମରିଲେ
ତୋଷ ହୁଅ ଚକ୍ରପାଣି ।
ମାନବ ସେବାଯେ ମାଧବର ସେବା
ଏହା ହିଁ କହିଛ ତୁମେ ,
ସେବାରେ ସନ୍ତୁଷ୍ଟ ପ୍ରଭୁ ବନମାଳୀ
ଏକଥା ଶାସ୍ତ୍ର ପ୍ରମାଣେ ।
କାହିଁକି ଖୋଜିବି ଠିକଣା ତୁମର
ତୁମେ ପରା ଅନ୍ତର୍ଯ୍ୟାମୀ ,
ସବୁରି ହୃଦୟେ ରହିଅଛ ପ୍ରଭୁ
ତୁମେ ହେ ଜଗତ ସ୍ବାମୀ ।
ଯେତେଦିନ ପ୍ରଭୁ ଅଛିମୁଁ ସଂସାରେ
ଗାଇବି ନାମ ତୁମର ,
ପିତା ମାତା ଗୁରୁ ସେବା କରୁଥିବି
ସେ ଯେ ଚଳନ୍ତି ଠାକୁର ।
ସେବା ମନୋଭାବ ରଖିବି ହୃଦୟେ
ଜୀବେ ଦୟାଭାବ ବହି ,
ପାଇଯିବି ପ୍ରଭୁ ଠିକଣା ତୁମର
ଭେଟିବି ଶେଷରେ ଯାଇ।


ତରୁଣ କୁମାର ମିଶ୍ର

ଖଣ୍ଡଗିରି , ଭୁବନେଶ୍ବର
ମୋ-9853310292

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *