ସତେ କ’ଣ
ଶବ୍ଦ ଶୂନ୍ୟ ପୃଥିବୀ …!!!
ଭାବ ଶୂନ୍ୟ ହୃଦୟ ….!!!
ଅସମାପ୍ତ ପ୍ରୀତିର ଆଲେଖ୍ୟ….???
ସତେ କ’ଣ
ସ୍ବପ୍ନ ସବୁ ନିରୁଦ୍ଧିଷ୍ଟ…
ଆଶା ମାନେ ଜଳଛବି ..
ସମ୍ପର୍କ ବି ସ୍ୱାର୍ଥ ଯଜ୍ଞେ ସ୍ୱାହା ….???
“ହଁ” ଆଉ “ନା ” ମଝିରେ
ତଥାପି ,..
ତଥାପି ନିଜସ୍ଵ ସୃଷ୍ଟି
ଲୁହ ଆଉ ସ୍ୱେଦ ,
ସମ ଗୁଣେ ମହୀୟାନ
ଜୀଇଁବାର ଆଧାରରେ….
ତଥାପି ତ….
ଖଦ୍ୟୋତର ଆଲୋକରେ ଉଦ୍ଭାସିତ
ଜୀବନର ପ୍ରତିଛବି…!!!
