ଜୀବନ ଗୀତ


ମନ କର୍ଣ୍ଣ ଦେଇ ଶୁଣ ଆହେ ସୁଜ୍ଞ ଜନ,
ଏ ଜୀବନ ଗୀତ ପଦେ କରିଲି ରଚନ।
ମୋହ ମାୟା ସଂସାର ରେ ଭ୍ରମୁ ଥାଏ ମନ,
ମୋର ମୋର କହି ବିତି ଯାଏ ଏ ଜୀବନ।
ନିଃଶ୍ୱାସ ଟିକକ ଥିବା ଯାଏ ସବୁ ଖେଳ,
ଉଡ଼ି ଗଲେ ଏ ନିଃଶ୍ୱାସ ବୁଡ଼ିଯିବ ବେଳ।
ବେଳ ଥାଉ ପ୍ରଭୁ ପଦ୍ମପାଦେ ଦେଇ ମନ,
ଭଜ ମନ ରାମ ନାମ ଭଜ ହରି ନାମ।
ଏ ଭବ ସାଗରେ ସେହି ଏକା ନାଉରିଆ,
କୁଳ କୁ ଲଗାଇଦେବେ ଏ ଜୀବନ ନାଆ।
ଏ ମୋହ ମାୟା ଜଞ୍ଜlଳ କ୍ଷଣିକ ର ସୁଖ,
ପ୍ରଭୁ ପଦ୍ମ ପlଦେ ଅନ୍ତ ହୁଏ ସବୁ ଦୁଃଖ।
ଏ ଜୀବନ ନାଟକ ରେ ସାରି ଅଭିନୟ,
ସର୍ବେ ବlହୁଡ଼ିବେ ଦିନେ ନେଇଣ ବିଦାୟ।
କଳିଯୁଗେ ସାର ଏକା ନାମ ସଙ୍କୀର୍ତ୍ତନ,
ନିତ୍ୟ କର ପ୍ରଭୁ ନାମ ଅମୃତ ର ପାନ।
ଏ ଜୀବନ ଗୀତ ମୋର ହୋଇଲା ସମ୍ପୂର୍ଣ୍ଣ ,
ଆଶା କରେ ଗ୍ରହଣ କରିବେ ସୁଜ୍ଞ ଜନ।

ପ୍ରଣତି ସାହୁ

ପ୍ରଫେସର କଲୋନୀ

ରାୟପୁର

Leave a Reply

Your email address will not be published. Required fields are marked *