ବୀର ଭୂମି ବୀର ମାଟି

ବୀର ଭୂମି ଏଇ ଏହି ବୀର ମାଟି
ତାର କୋଳେ ଜନମ ଭାରତୀୟ ହୋଇ
ମାଟିରୁ ଜାତ ଆମେ ମାଆଠୁ ଜନମ
ନାଆ ଦେଇଛି ଆମକୁ ଭାରତୀୟ।

ସ୍ୱର୍ଣ୍ଣ ଯାହାର କ୍ଷେତରେ ଫଳଇ
ତାକୁ ଦେଖି ଚାଷୀମନ ହସି ଉଠଇ
ପରିପୂର୍ଣ୍ଣ ଏ ମାଟି ପୁଣ୍ୟ ତୀର୍ଥରେ
ଜୀବଜନ୍ତୁର କେତେ ବାସ ତା ଗର୍ଭରେ।

ମୁକୁଟ ଯାହାର ଅଟଇ ହିମାଳୟ
ଶରୀର ଯାହାର ସବୁଜ ବଳୟ
କଳା ସଂସ୍କୃତି ଯାର ଅଟଇ ଅପାର
ବୀର ଭୂମି ନାମେ ସବୁଠି ପ୍ରଚାର।

ଗଙ୍ଗା ଯମୁନା ଯେ କେତେ ନଈ
ମା ଦେହେ ସର୍ବେ ଯାଉଛନ୍ତି ବହି
ଆରବ ବଙ୍ଗୋପ ଯେ ଦୁଇ ତୀର
ତଳକୁ ଯେ ଭାରତ ମହାସାଗର।

ଜ୍ଞାନ ବିଜ୍ଞାନ ଆଜି ଆମ ଦେଶର
ଚନ୍ଦ୍ର ପାଖକୁ ଯାଇ ଆଣିଲା ଖବର
ବିଦେଶେ ଗୁଞ୍ଜିଲା ନାମ ଆମର
ମାନ ବଢିଲା ଆମ ତ୍ରିରଙ୍ଗାର।

ସ୍ୱାଧୀନ ଦେଶର ସନ୍ତାନ ଆମେ ଆଜି
ସଭିଏଁ ଭାଇ ଆମେ ରହୁ ମିଳିମିଶି
ତାରି ପାଦେ ଆମ ନୁଅଇ ମସ୍ତକ
ସେହିତ ଆମର ପ୍ରିୟ ଭାରତବର୍ଷ।

ନଲିନୀ ରୋହିଦସ

Leave a Reply

Your email address will not be published. Required fields are marked *