ମୁକ୍ତି ପଥ

କେଉଁ ମୁକ୍ତି ପଥ ବଖାଣିବା ଆମେ
ସେ ପଥେ ଅଛି ସଙ୍କଟ
ଅକରମେ ଚିତ୍ତ ନୁହଇ ସାଧିତ
କରମ ହେଉଛି ସତ।

କରମ ରେ ନର ହୁଏ ଅଗ୍ରସର
ମୁକ୍ତି ଖୁଜେ ଥର ଥର।
ଦୁଃଖ ଭୋଗି ଥାଇ ସେଇ ମୁକ୍ତି ପାଇଁ
ଦୁଃଖ ହୁଏ ସୁଖ ତର।

ଦୁଃଖ ଦୁଃଖ ବୋଲି କଷ୍ଟ ନ କରିଲେ
କାହୁ ମିଳିବେ ଶ୍ରୀକୃଷ୍ଣ।
ଶ୍ରୀକୃଷ୍ଣ ରତନ ସ୍ୱର୍ଗଠୁ ମହାନ
ତା ବିନୁ ମୁକ୍ତି ଶ୍ରୀ ହିନ।

ପ୍ରତି ଟି ପଥରେ ତନୁର ରଥରେ
ଭ୍ରମଣ ନର ଯେ କରେ।
କନ୍ଦର ଭିତରେ ଛନ୍ଦି ହୋନ୍ତି ନରେ
ଅଚିତ୍ତ ମନ ସଂହାରେ।

ଚିତ୍ତ ମନୋବଳ ମୁକ୍ତିର ଅକଳ
ଯଦି ଥାଏ ପୁତ ଚର।
ପ୍ରତି ବନ୍ଧ ତାର ହୁଏ ଯେ ଉଦ୍ଧାର
ତହିଁ ଯେ ମୁକ୍ତି ର ଦ୍ଵାର।

ଚିତ୍ତ ରୂପାନ୍ତର ମହା ଉଭାଗର
ଯେହୁ ବିଭୁ ପାଦ ସ୍ମର।
ଶ୍ରଦ୍ଧା ଭକ୍ତି ଜେଣ ହୁଅଇ ଉତ୍ପନ୍ନ
ତହିଁ ମୁକ୍ତିର ଈଶ୍ୱର।

ନର ର ଚିନ୍ତନ ଯେଉଁଠାରେ ଅନ୍ତ
ମନେ ଧ୍ୟାନେ ବଳବନ୍ତ।
ସେହି ସ୍ଥାନେ ଏକା ସେ ସାହା ଭରସା
ଦୁଃଖରୁ କରନ୍ତି ମୁକ୍ତ।

ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁର

Leave a Reply

Your email address will not be published. Required fields are marked *