ଅଛି ତ ଏଠି

କେଉଁଠି ଖୋଜୁଛ ତୁମ 
ସ୍ବପ୍ନ କ’ଣ ଏମିତି 
ଏକା ନିଃଶ୍ୱାସରେ ସତ ହୁଏକି ?
ସେମାନଙ୍କୁ ଆଖିରୁ ଓହ୍ଲାଇ 
ପାଦରେ ଚଲାଇବାକୁ ପଡେ
ଖାଲ ଖମାରେ ପଡ଼ି ପୁଣି ଉଠିବାକୁ ପଡ଼େ 
ଘନ ଅନ୍ଧାର ଦୂର କରିବା ପାଇଁ 
ହୃଦୟକୁ ତିଳ ତିଳ କରି ଜାଳିବା କୁ ପଡ଼େ 
ତଥାପି ଏକ ପ୍ରଶ୍ନବାଚୀର
ପାଚେରୀ ଅପରପାର୍ଶ୍ବରେ 
ଅମିମାଂସିତ ଅଙ୍କର ଫଳାଫଳକୁ 
ଅପେକ୍ଷା କରିବାକୁ ପଡ଼େ 
ସନ୍ଦିହାନ ଚକ୍ଷୁରେ ଏମିତି କାହିଁକି ଚାହିଛ 
ଏହାହି ବାସ୍ତବ ଓ ସତ୍ୟ
ଓଲଟାଇ ନିଅ ଯେଉଁ ପୁସ୍ତକକୁ 
ପଚାରି ନିଅ ସେ ଲେଖକଙ୍କୁ 
ନୂତନତ୍ବ କିଛି ଆବିଷ୍କାର ହେବ ନାହିଁ 
ସେଇ ଏକା ବଚନ ବାରମ୍ବାର ଦୋହରାଇବେ
ଯାହା ତୁମେ ଶୁଣିବା ପାଇଁ ଅପ୍ରସ୍ତୁତ
ବୁଝିବା ପାଇଁ ଅମଙ୍ଗ 
ତୁମେ ଆଉ ମୁଁ ଏବଂ ସେମାନେ 
ପଥ ତ ଏକା ତେବେ 
ଫଳାଫଳ ଅଲଗା କାହିଁକି ?
ଯାହା କ୍ଷଣସ୍ଥାୟୀ ତାହା ତୁରନ୍ତ ଦୃଷ୍ଟି ଗୋଚର ହୁଏ 
ଯାହା ଚିରସ୍ଥାୟୀ ସୂର୍ଯ୍ୟଙ୍କ ପରି ହୋଇଥାଏ
ପ୍ରତିଦିନ ଉଦୟ ଓ ଅସ୍ତ ହୁଏ
ନିଜେ ଜଳି ଅନ୍ୟମାନଙ୍କୁ ଆଲୋକ ପ୍ରଦାନ କରେ
ଏବେ ବିବାର ତୁମର 
ଅସ୍ଥାୟୀ କିମ୍ବା ଚିରସ୍ଥାୟୀ କ’ଣ ତୁମ ହେବାକୁ ଚାହଁ ।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର 

Leave a Reply

Your email address will not be published. Required fields are marked *