କେବେ ତମେ କହିବା ଶିଖିଵ !
ମନ ତଳ ଅପଢ଼ା ଅକ୍ଷର ମୋର
କେବେ ଆଉ ପଢିବା ଜାଣିବ !
ସବୁବେଳେ କଣ ଖାଲି
ମୁଁ ହିଁ କହି ଚାଲିଥିବି
ଆଉ ତମେ ହୁଁ ମାରୁଥିବ !!
କେବେ ଗୋ ପଢିବ ତମେ
ମୋ ମନ ତଳ ପୋଥି !
କୀଟ ଦ୍ରଷ୍ଟ ଆଜି ଯିଏ ଅନ୍ଧାରୀ କୋଣରେ .
କେବେ ଆଉ ରଙ୍ଗେଇବ
ମୋ ଦେହର ରଙ୍ଗ ହୀନ ଶାଢ଼ୀ
ଚିରି ଆସିଲାଣି ଯିଏ
ସମୟ କଣ୍ଟା ରେ
ନାରୀ ମନ..
ଧନ ! ସେତ ଗହୀର ସମୁଦ୍ର
ସାତ ତାଳ ପାଣି ତଳେ
ବୁଡିବାକୁ ପଡେ
ଯୁଗାନ୍ତରୁ ବନ୍ଦ ଥିବା ଭାନୁମତୀ ପେଡି
ଗୋପନ ରେ ତାକୁ ଦିନେ
ଖୋଲିବାକୁ ପଡେ
ଅଲେଖା ତା ମନର କାଗଜ
ସେଠି କିଛି ମନ କଥା
ଲେଖିବାକୁ ପଡେ
ଅକ୍ଷର ବିହୀନ କିଛି ଅକୁହା ତା କଥା
ହୃଦୟ ବଦଳ କରି
ପଢିବାକୁ ପଡେ
କିଛି ପଢ଼
କିଛି ଦେଖ
କିଛି ଲେଖ ହୃଦୟ କାନ୍ଥ ରେ….
କିଛି କୁହ
କିଛି ତ ଶୁଣାଅ
କିଛି ଛବି ଆଙ୍କ ଆଜି
ପ୍ରଭାତ ନଳିନୀ ଛୋଟରାୟ
ଏକ ନିଚ୍ଛକ ପ୍ରେମ କବିତା। କବୟିତ୍ରୀ ଙ୍କୁ ଅନେକ ଅନେକ ଧନ୍ୟବାଦ୍ ଓ ଶୁଭକାମନା।