ମୁଁ ନାରୀ ମାଗିନେବି
ଈଶ୍ୱରଙ୍କ ପାଖେ
ମହଣ ମହଣ ଆଶିଷ
ବିଶ୍ଵ ସ୍ଵାର୍ଥ ଲାଗି।
ଯୋଡ଼ ହସ୍ତେ
ନେହୁରା ହୋଇ
ଡାକିବି ଈଶ୍ୱରଙ୍କୁ
ହେ ଈଶ୍ୱର !
ମୋର ସମସ୍ତ ଆୟୁଷ କୁ
ଚେନାଏ ଚେନାଏ କରି
ବାଣ୍ଟିଦିଅ ଆବଶ୍ୟକ ଥିବା
ମଣିଷ ମାନଙ୍କ ଭିତରେ,
ନାରୀ ରୂପେ ଜନ୍ମ ମୋ
ଏ ଧରା ବୁକୁରେ
‘ମୁଁ ‘ମୋ ପାଇଁ ନୁହେଁ
ତୁମେ କ’ଣ ଏକଥା ଜାଣିନ!
ନାରୀ…..
ଜାୟା, ଜନନୀ,ଭଗିନୀ
ଭୋଗିବାକୁ ଆସି ନାହିଁ
ସ୍ଵର୍ଗ ସୁଖ,
ହାତରେ ପାଣି କାଚ
ସୀମନ୍ତରେ ସିନ୍ଦୂର
ଏଇତ ମୋ ପୂଣ୍ୟ ଅର୍ଜ୍ଜିତ ଫଳ
ଆଉ କ’ଣ ଲୋଡ଼ା……
ନାରୀଟିଏ ପାଇଁ
ଯଦି ସେ କେବେ ଭରି ଦେଇନପାରେ
ସୁଖ ଶାନ୍ତି କାହା ଅଞ୍ଜଳିରେ
ପଣତ ପାତି…
ମାଗୁଥିବି ସୁଖ ସେମାନଙ୍କ ପାଇଁ
‘ସର୍ବେ ଭବନ୍ତୁ ସୁଖିନଃ
ସର୍ବେ ସନ୍ତୁ ନିରାମୟା’
ହେ ଈଶ୍ୱର!
ଜଗତ କଲ୍ୟାଣ ହେଉ
ମୋ ଜୀବନ ର ମୂଳମନ୍ତ୍ର
ମୋ ଦୀକ୍ଷା ହେଉ
ଦୟା କ୍ଷମା ଶାନ୍ତି ର ବାର୍ତ୍ତା,
ମୁଁ ନାରୀ
ମୋ ମନରେ ନ ରହୁ
ଭେଦଭାବ କାହା ପାଇଁ
ମୋ ପାଇଁ କେହି ନ ହୁଅନ୍ତୁ ଅଲୋଡ଼ା,
ଜୀବନ ଦିହୁଡି଼ ଜଳି ଉଠି
ଥମି ଯିବା ଯାଏ
ଆଖି ଆଗେ ବିଶ୍ଵ ମୋର
ପାଲଟି ଯାଉ ଦିବ୍ୟଧାମ ।
ମୋ ରକ୍ତରେ ଲେଖା ନାହିଁ କୌଣସି…..
ଜାତି, ଧର୍ମ, ବର୍ଣ୍ଣ ର ବର୍ଣ୍ଣ ମାଳା
ଚେତନା ର ଚଉହଦି ଭିତରେ ଅକାରଣେ
ଅସ୍ତ ନ ହେଉ
ଜୀବନର ପ୍ରତିଟି ସୋପାନ ।।
ସୁଚରିତା ମହାନ୍ତି
ମାହାଙ୍ଗା, କଟକ
୯୪୩୯୦୯୩୮୩୭