ବିରହ ମାନେ ପଚାର ମୋହନ ବଇଁଶି କୁ
କେତେ ବା ହେଉଛି ବାଧା,
ରାଧା ବିରହ ରେ ବାଜୁନି କି ସଖା
ଶୁଭୁନି ରାଧା ରାଧା ।।
ବିରହ ମାନେ ପଚାର ରାଧା ପାଉଜି କୁ
ପଡ଼ିଛି କି ମୁହଁ ମାଡ଼ି,?
ଶୁଭୁନି ରୁଣୁ ଝୁଣୁ ଶବ୍ଦ ସ୍ୱର
ଯାଇଛି ଅବା ଛିଡ଼ି ।।
ବିରହ ବେଦନା ପଚାର ରୁକୁଣୀ ଗଭା କୁ
ନାନା ପୁଷ୍ପେ ହେଇଛି ସଜା,
ଚାହୁନି ବାଙ୍କ ଚାହାଣି ଟେ ଚକାଆଖି
କେତେ ହେଉଥିବ ବାଧା ।।
ବିରହ ମାନେ ପଚାର ସେ କୁଞ୍ଜବନକୁ
ଅଧିରେ ରହେ ତପୋବନ
ମହକିଥିଲା ଦିନେ ରାସଲୀଳାରେ
ରାଧା କୃଷ୍ଣ ରାଧା କୃଷ ।।
ବିରହ ବେଦନା ପଚାର ବୃନ୍ଦାବନ କୁ
ସେ ଗାଈଗୋରୁ ଗୋଠ କୁ
ସୁଖିଯାଇଛି ସମସ୍ତ ହୃଦୟ ମନ
ଝୁରି ଝୁରି କଲା କାହ୍ନୁ କୁ ।।
ସଙ୍ଗୀତା ଦିପ
ହାଟପଦା, ବରଗଡ଼
Ati sundara lekhani…#Good job👍👍👍