ଭାଏ ଜିଇଁତିଆ

ଦଶରା ମାସର ଉଜଲ ପଖର 

ଆଇଛେ ଅଷ୍ଟମୀ ତିଥି 

ଆନିଛେଁ ସିନ୍ଦୁର ଲିଆର ଜୁଗାର

ମନ୍ଦାର ଫୁଲ୍  କେ ଗୁଥିଁ

ଖୁଜି ନୁରି କରିଁ ଦନା ଟାକେଁ  ଟିପି 

ରଖିଛେଁ ମାଁ ଦୁବ୍ ଲଟା

ମୋର୍ ଭାଏ ଲାଗିଁ କରୁଛେଁ ବରତ

ଉପାଷ ଗୋ ଦିନ୍ ଗୁଟା

ଗୁଟେ ମାଁର୍  ଛୁଆ ଆମେଁ ଦୁହିଁ ଜନ 

ରକତ ଆମର ଗୁଟେ 

ଜନକର୍ ଗୁଡେଁ କଁଟାଟେ ଗଡ୍ ଲେ

ଦୁସ୍ ରା ଜନ୍ କେ କାଟେ

ଶୈଲ୍ ତା ବୈଲ୍ ତା କଲା ଜିଇଁତିଆ 

ଚଢାଲିଁ ମାଆଁଗୋ ତତେ 

ଭରିଦେ ଶକତି ତହିଁର ଭିତର 

ବାନ୍ଧ୍ ମି ଭାଏର ହାତେଁ

ଡାକୁଛେଁ  ବିକଲେଁ ବସି କଲେ କଲେଁ 

ପାରୁଛୁକିନି ମାଁ ଶୁନି 

ଅଧିଆ ପଡ଼ୁଛେଁ ପାଦ୍ ତଳେ ତୋର୍ 

ଦେବୁ ବର୍ ମନ୍ ଚିହ୍ନି

ଯେତେ ଦୁଃଖ୍ ଆସୁ ନେଇ ଯିବୁ ପାଶୁଁ

କାଁଥି ଲେଖେଁ ଥିବୁ ଠିଆ

ସେବା କରୁ ଥିମି ଗୁନ୍ ଗାଉ ଥିମିଁ

ରହି ଅଖିଆ ଅପିଆ ।।

ସୁହଂସ ଭୋଇ 

ପହଣ୍ଡି, ବରଗଡ

Leave a Reply

Your email address will not be published. Required fields are marked *