ଭାଙ୍ଗି ପଡ଼ିଛୁ କି ତୁ

ଜୀବନର ଚଳାପଥେ ଝୁଣ୍ଟି ପଡ଼ି-

ଲହୁଲୁହାଣ ହୋଇ 

ଭାଙ୍ଗି ପଡ଼ିଛୁ କି ତୁ..?

ଜୀବନ ଯୁଦ୍ଧରେ ସଂଗ୍ରାମ କରି-

କ୍ଷତାକ୍ତ ହୋଇ ଥକି ପଡ଼ିଛୁ କି ତୁ..?

ନା…ତତେ ଉଠିବାକୁ ହେବ; ଯୁଝିବାକୁ ହେବ-

ଏ କଣ୍ଟକିତ ରାସ୍ତାରେ କ୍ଷତାକ୍ତ ହୋଇ ମଧ୍ୟ

ପାଦ ବଢ଼ାଇ ଆଗେଇବାକୁ ହେବ..!

ଉଚ୍ଚ ଲକ୍ଷ୍ୟପ୍ରାପ୍ତିର ପ୍ରତ୍ୟାଶାରେ

ଶକ୍ତ ଚାପୁଡ଼ା ଖାଇ

ମଉଳି ଯାଉଛୁ କି ତୁ….?

ଅଜଣା ରାସ୍ତାରେ ଏକାକୀ ବୁଲି ବୁଲି

ବାଟବଣା ହେବାର ଭୟ କରୁଛୁ କି ତୁ…?

ନା…. ତତେ ପୁଣି ଅଙ୍କୁରିତ ହେବାକୁ ପଡ଼ିବ…..!

ଗୋଟାଏ ଅଜବ ଜିଦ୍‌ର ଇଶାରାରେ 

ଏଇ ଦୁର୍ଗମ ପଥଙ୍କୁ ଲଙ୍ଘିବାକୁ ହେବ…!

ସଫଳତା-ଦୌଡ଼ରେ ପଛରେ ପଡ଼ିଯାଇ

ହାରିଗଲି ଭାବୁଛୁ କି ତୁ…?

ତତଲା ମରୁଭୂମିରେ ଚାଲି ଚାଲି

ପାଦ ପୋଡ଼ିଯିବ ବୋଲି ଭାବୁଛୁ କି ତୁ….?

ନା….ତତେ ଜିତିବାକୁ ହେବ, ଏ ମରୁଭୂମି ମଧ୍ୟରେ

ପାନ୍ଥତରୁ ଖୋଜି ସେଥିରୁ ପାଣି କାଢ଼ିବାକୁ ହେବ…!

ବାଟ କଢ଼ାଇବାକୁ କେହି ଆସିବେ ନି ସତ, ମାତ୍ର

ପଥରୁ ଓହରି ନଯାଇ ଲକ୍ଷ୍ୟସ୍ଥଳେ ପହଞ୍ଚିବାକୁ ହେବ..!

ଜଗନ୍ନାଥ ମେହେର

ଝାରସୁଗୁଡ଼ା

Leave a Reply

Your email address will not be published. Required fields are marked *