
ବର୍ଷା
ବଡ଼ ମନୋଇ ଝିଅଟେସତରେ ଏଇ ବର୍ଷାକେବେ ରୁଷିଯାଏ ତକେବେ ହସିହସି ଲୋଟିଯାଏମାଟିର କୋଳରେ ।। ଦେଖିଥିଲି ଥରେ ତାକୁନିସ୍ତବ୍ଧ ଅପରାହ୍ନରେ…ପାଗଳୀ ପ୍ରେମିକା ପରିମଥା ପିଟି କାନ୍ଦୁଥିଲାପ୍ରିୟତମକୁ ଝୁରି ଝୁରି …ନଥିଲା ପାଦରେ ପାଉଁଜି ତା’ରନଥିଲା ବି କାନରେ ଝୁମୁକାବୋଧହୁଏ ଜାଣି ଜାଣିଫିଙ୍ଗି ଦେଇଥିଲା ଅଭିମାନ କରି ।। ଭଲ ଲାଗିଥିଲା ମୋତେ ତା’ରଅନ୍ୟମନସ୍କତା ଆଉ ସେ ବିଭୋର ପଣ …ଦୂରେ ରହି ଦେଖୁଥିଲି ତାକୁ..କେମିତି ସେ କାନ୍ଦି କାନ୍ଦି ହାଲକା ହେବା ପରେବଡ଼ ଯତ୍ନରେ ନିଜକୁ ସମ୍ଭାଳିଚାଲି…