Year: 2024

ଅଭିମାନ
ଖୋଲାମେଲା ଆକାଶଟାକୁ ଲେଉଟାଣି ଆଖିରେ ଅନେଇମନତଳ କାନଭାସରେ ଆଙ୍କୁଛ କି ମୋ ପ୍ରତିଛବି ??ନା,,,, ସେଦିନର ରାଗରୁଷା ପାଇଁତମ ନାଲି ଓଠ ତଳେ ବିଳିବିଳାଉଛ ମିଠା ଭର୍ସନାଓହୋ, ବୁଝିଲି !! ବୋଧେ ଅଭିମାନ କରିଛତେଣୁ ତ ଖାରଜ କରୁଛ ମୋ ପ୍ରେମର ଆବେଦନ ପତ୍ରକୁନାକଚ କରୁଛ ତମ ହୃଦୟ ସାଗରରେ ଆଉଥରେ ଦାନା ବାନ୍ଧିବା ପାଇଁ ମୋ ଅନୁମତି ପତ୍ରକୁଆଖିପତାର ଛାଇରେ ଏତେ ପ୍ରେମକୁ ଜାଳିପୋଡି ଛାରଖାର କରି କି ପାଇଁ ସର୍ଜୁଛ ଘୃଣାର ଲଘୁଚାପକାହିଁକି ଡାକି…

ତୁମେ
ରାତି ଥାଉ ଥାଉତୁମେ ଗୋଟେସରି ଯାଉଥିବା ଅନ୍ଧାର,ବିଜୁଳି ପରିଧାରେ ଆଲୁଅ ମୁଁସକାଳକୁ ବାଟବଣା। ତମେ ଆଷାଢ଼ ଆକାଶରେବର୍ଷି ପାରୁନଥିବାଖଣ୍ଡେ ଭସା ବଉଦ,କ୍ଳାନ୍ତ ଡେଣାରେ ମୁଁଆକାଶ ଖୋଜୁଥିବାଗୋଟେ ଚାତକ ପକ୍ଷୀ। ଜଳୁଥିବା କାଠଗଣ୍ଡି ପାଖରେତମେ ଦେହ ଶେକୁଥିବାଲାଜକୁଳୀ ନୂଆ ଶୀତ,ସକାଳୁ ସକାଳୁ ଉଠିତୁମ ଛାଇ ଖୋଜୁଥିବାମୁଁ ଗୋଟେ ପାଣିଚିଆ ଖରା । ରବି ଶତପଥୀ

ସ୍ୱର୍ଗଭୋଗ
କୁଣ୍ଡଳୀନି ଷଡଚକ୍ରରୁ ଓହ୍ଲାଉଥିଲେ’ମୋତେ ଶଶକ୍ତ କରିବାକୁ ପ୍ରାର୍ବଦ୍ଧ ପୂଣ୍ୟତା !ଆଗକୁ ବଢିବାର ତାକତଭରୁଥିଲେ !ମୋ ଅନାହତ ପରମାୟୁ ?ଜୀବନର ସର୍ବନାମ, ତ ? କେବଳ ଜୀବନ ହିଁ ହୋଇପାରେ ,ସଖା ?ପଛରେ ଅନେକ ଶବମାନଙ୍କ ଗହଳି ,ପାରି ହେବାକୁ ଅଛିସାତ ସମୁଦ୍ର ତେର ନଈ ?ଅସୀମ ଆୟୁଷ୍ମାନ ମାନଙ୍କ ତଥାସ୍ତୁରତାକତ ସରିବା ପୂର୍ବରୁ ?ମୋତେ,ବିଲୀନ ହେବାର ଅଛି ; ଅମୃତସରୋବରରଚଉରାଶି ନାଭିପଦ୍ମରେ । ମଶାଣୀ ମୁହାଁ ହେଉଥିଲେ ; ସମଗ୍ର ଅର୍ଜିତ_ଅତିତ ?ଆଣ୍ଠେଇଥିଲା !କ୍ଷତାକ୍ତ ଆୟୁଷର ଅର୍ଧଭଗ୍ନ…

ବନ୍ଧନ
ଥିଲାବେଳେପାଖେ ପାଖେଯେତେ ସବୁ ରାଗ ରୁଷା ମାନ ଅଭିମାନଦୂରେ ଗଲେଝୁରି ଝୁରିନୀରବରେ ପୋଛୁଥାଅ ଅଶ୍ରୁ ସିକ୍ତ ନୟନ। ଦଂଶୁ ଥାଅନାଗ ହୋଇକ୍ରୋଧର ଗରଳ ଯେତେ ସବୁ ନିକ୍ଷେପିଣଝାଡ଼ୁ ଥାଅବିସ ପୁଣିଗାଇ ଗାଇ ପଦ୍ମତୋଳା ସୃଷ୍ଟିର ଜଣାଣ। ପାରେ ନାହିଁଜାଣି ମୁହିଁତୋ ଏମନ୍ତ ଭାବର ନିଆରା ଆକର୍ଷଣରୁଷି ଯାଏହସି ଦିଏମନେ ମନେ ଭାବେ ଏ କେମିତିକା ବନ୍ଧନ! ତପନ କୁମାର ବେହେରା କାନପୁର, ନରସିଂହପୁର,କଟକ

ସମୟକୁ ଅପେକ୍ଷା
ସୂର୍ଯ୍ୟୋଦୟ ଅପେକ୍ଷା କରେ ସକାଳକୁଖଦ୍ୟୋତିକା ଅପେକ୍ଷା କରେ ରଜନୀକୁକୋଇଲି ଅପେକ୍ଷା କରେ ଫଗୁଣକୁକଷତଣ୍ଡି ଅପେକ୍ଷା କରେ ଆଶ୍ୱିନକୁସମସ୍ତଙ୍କ ଭିତରେ ଥାଏ ସମୟର ଅପେକ୍ଷାସମୟକୁ ସମ୍ମାନ ଜଣାଇଟୋପେ କାକର ବି ଅପେକ୍ଷା କରେ ଶରତକୁସମୟ ସହ ଚକ୍ରାନ୍ତ କରିକେହି କେବେ ଭାଗ୍ୟ ଜିତି ପାରେନା ବାବା”ସମୟକୁ ହାତ ମୁଠାରେ ଧରିଆଙ୍କି ପାରେନା ଜୀବନର ନକ୍ସାଗଢି ପାରେନା ଇପ୍ସିତ ପୃଥିବୀମହା ଦ୍ରୁମ ହେଉ କି ମହା ମାନବସମୟ କାହାକୁ କେତେବେଳେ ଅଚେତ୍ କରିଦିଏକେହି ଜାଣେନା।ସମୟକୁ ସମ୍ମାନ ଦେଇ ପାରିଲେତୁ ଖୋଜି…

ଗ୍ରୀଷ୍ମ
ଦେଖୁନ ସବୁ ବର୍ଷପରିଏ ବର୍ଷ ଗ୍ରୀଷ୍ମ ଆସିଛି ,ବୋଉରହାତ ତିଆରି ନିମ କଢ଼ ଭଜାବାସି ଦହି ପଖାଳ ରେ ,ଆମ୍ବ କଷିଆଅଦାର ସୁଆଦ ଭିତରେ ସଜେଇହେଇ ଆସିଛି ଗ୍ରୀଷ୍ମ ।କୃଷ୍ଣ ଚୁଡ଼ା , ପାଳଧୁଆ,ଫୁଲରସତେଜ ରଙ୍ଗରେ ଉଷୁମ ସେକ ଦେଉଛିଟକ୍ ମକ୍ ଫୁଟୁଥିବା ଖରାଫଗୁଣ ହାତ ଧରି କୋଇଲି ଫେରିଛିତା ନିଜ ବସାକୁ ,ଆର ବସନ୍ତ ଲାଗିମଧୁର ଗୀତ ଅଭ୍ୟାସ କରିବ ପରାରାଜ ରାସ୍ତାର କଳା ଚଉଡ଼ା ଛାତିରେପ୍ରକୃତି ସଜେଇଦେଇଛି କରଞ୍ଜ ଫୁଲ ଗାଲିଚା।ଖରାକୁ ନ ଡରି…

ଅଫେରା ଶବ୍ଦ ସନ୍ଧାନେ….
କାହିଁକି କେଜାଣି ଲେଖିବାକୁ ଇଚ୍ଛା ହେଲେ ବି ଲେଖି ହୁଏନି,ମନରେ ଅନେକ ଭାବନା ଆସେ କିନ୍ତୁ କଲମ ମୁନରେ ଉତାରି ପାରେନି ନଦୀକୁ ଦେଖି କବିତା ଲେଖିବାକୁ ଇଚ୍ଛା ହୁଏହେଲେ ଶବ୍ଦ ଗୁଡ଼ିକ ଭାସି ଯାଆନ୍ତି ପ୍ରଖର ସ୍ରୋତରେଆକାଶକୁ ଦେଖି କବିତା ଲେଖିବାକୁ ଇଚ୍ଛା ହୁଏକିନ୍ତୁ ଶବ୍ଦ ଗୁଡ଼ିକ ଅଦୃଶ୍ୟ ହୁଅନ୍ତି ମେଘ ଆଢୁଆଳରେ,ପୁଣି ଜଙ୍ଗଲର ସବୁଜିମାକୁ ଦେଖି ଇଚ୍ଛା ହୁଏ ଲେଖିବାକୁହେଲେ ଶବ୍ଦମାନେ ଲୁଚକାଲି ଖେଳନ୍ତି କେବେ ଗୁଳ୍ମ ମୂଳରେ,କେବେ ନିଘଞ୍ଚ ବୃକ୍ଷ ଓହଲରେସତରେ କ’ଣ…