
ଶୂନ ର ଜୀବନ
ଜୀବନ:ଓଳି ତଳ ର ବର୍ଷା ପାଣିରେକାଗଜ ଡଙ୍ଗାଏତେ ଲୋଚାକୋଚା !ଜୀବନ ରଚନାରଶେଷ କଥାରେଶୂନ !ଶୂନ ଶୂନ ଶୂନସବୁ ମୋଟରେଶୂନ !ଶୂନ୍ୟରେ ଜୀବନ ଆରମ୍ଭଶୂନ୍ୟରେ ଶେଷ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା, ରାୟଗଡ଼ାମୋ._୮୯୧୭୩୨୪୫୨୫
ଜୀବନ:ଓଳି ତଳ ର ବର୍ଷା ପାଣିରେକାଗଜ ଡଙ୍ଗାଏତେ ଲୋଚାକୋଚା !ଜୀବନ ରଚନାରଶେଷ କଥାରେଶୂନ !ଶୂନ ଶୂନ ଶୂନସବୁ ମୋଟରେଶୂନ !ଶୂନ୍ୟରେ ଜୀବନ ଆରମ୍ଭଶୂନ୍ୟରେ ଶେଷ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା, ରାୟଗଡ଼ାମୋ._୮୯୧୭୩୨୪୫୨୫
ଭାବର ବଳିତାକୁହୃଦୟର ମାଟି ଦୀପରେ ସଜେଇଅନୁରାଗର ତେଲ ଭରିଶ୍ରଦ୍ଧାର ପୁଷ୍ପାଞ୍ଜଳି ଦେଇପ୍ରୀତି ମୁରୁଜ ଉପରେଜାଳିଦେଲି ଦୀପଟିଏ। ଅପସରି ଯାଉମନର ଅନ୍ଧକାରସ୍ୱଚ୍ଛ ମନ ମନ୍ଦିରରେଆରାଧନା କରିବିସମାଜର ଅନ୍ଧାରଦୂରେଇବାକୁ। ସଭିଙ୍କ ପ୍ରାଣରେ ଜାଳିଦେବିଶ୍ରଦ୍ଧାର ଦୀପଶିଖାଦୂରୀଭୂତ ହେବ କପଟପଶାରଛଳନାପୂର୍ଣ୍ଣ କୁରୁସଭା, ଚକ୍ରବ୍ୟୁହର ଚିତ୍କାର,ମହାଭାରତର ମହାସଂଗ୍ରାମ। ଧରଣୀ ହସିଉଠୁ ମମତାରପରଶରେ,ପାପର ଅନ୍ଧାରଦୂରେଇ ଯାଉ ଗାନ୍ଧାରୀଙ୍କସେଇ ଆଶୀର୍ବାଦର ଝଲକରେ“ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ।” ଛଳନା, ଗର୍ବ, ଅହଂକାରର ମୁଖାକାଢ଼ି ଫିଙ୍ଗିଦେବାଅପହଞ୍ଚ ଇଲାକାକୁବୁଣି ଦେବା ସ୍ନେହ, ସରାଗର ବୀଜଧରିତ୍ରୀର ଓଦା, ବତୁରା…
ଦଁ ଦଁ ଜଲୁଛେ ନିଜର୍ ଘର୍ ଦୁଆର୍ନାଇଁ ଦିସୁଛେ ଆଁଖି ,ପରହର୍ ଘର୍ ଜଲି ଯାଉଛେ ବଲିଦେଖ୍ ତ ଯାଇଛେ ଦେଖି । ନିଜର୍ ଟାକେ ସମହାଲି ନି ପାର୍ବାର୍ଦୁସରା ଠାନକେ ଯାଉଛେ କୁଦି,ନିଜର୍ ଆଁଖି ତ ପରଦା ଢାପି ହଇଛେଦେଖ୍ ଏନରେଗିଆର୍ ବୁଧି । ମୁଇଁ ଆଏଁ ବନେ ବଲି ଦେଖେଇ ହଉଛେପଛାଡ଼େ ତାର୍ ହଜାରେ କନ୍’ହାଁ,ମାଛି ପଛଆଡ଼େ ଭନ୍ ଭନେଇ ଯାଉଛନ୍ଜାନି କରି ଫେର୍ ହଉଛେ ଅଜନା । ଚିକନ୍ ଚାକନ୍ ଉପରେ ଉପରେ…
ମୁହଁ ଖୋଲି ସିନା କହି ସେ ପାରୁନିଦିନୁଁ ଦିନ ପ୍ରୀତି ବଢ଼େ,ଅଧରକୁ ଚାପି ଭ୍ରୂଲତା ନଚାଇଅୟୁତ ଆଲେଖ୍ୟ ବାଢ଼େ |ଶବ୍ଦରେ କହିଲେ କଥା ସରିଯିବଭାବନାରେ ଅନ୍ତ କାହିଁ !ପ୍ରତୀକ୍ଷାରେ ଥାଏ ଯେତିକି ଆନନ୍ଦପ୍ରାପ୍ତିରେ ମିଳଇନାହିଁ |ହୃଦୟର ଭାଷା ମନର ଭାବନାବୁଝଇ ପ୍ରୀତି ରସିକ,ତୃଷାର୍ତ୍ତ ଜୀବନେ ମରୀଚିକା ସମଭରେ ଆଶାର ପୁଲକ |କେବେ ବାରିଦକୁ ଅବା ସମୀରକୁଦୂତ କରି ସେ ପଠାଏ,ପୁଣି କେବେ ଚନ୍ଦ୍ର ସାଥେ ଚକୋରକୁସାକ୍ଷୀ କରି ଝୁରୁଥାଏ |ମଳୟ ପବନ ତନୁ ଛୁଇଁଦେଲେଝରିପଡ଼େ ପ୍ରୀତି ମଧୁ,ମନେପଡ଼େ…
ସିଏପରା ଆମ ଦାରୁ ଦେବତାଯାହାଙ୍କ ଇଛାରେ ଜଗତ ଚାଲିଛିସିଏ ହର୍ତ୍ତା କର୍ତ୍ତା ଦୈବ ବିଧାତା ।ତା ପାଇଁ ସାଗରେ ଉଠେ ଜୁଆରମାଟିରୁ ଆକାଶ ଜଳ ସ୍ଥଳ ବାୟୁଆଲୋକ ସାଥିରେ ହୁଏ ଅନ୍ଧାର ।ଇଛାମୟଙ୍କ କୃପା ଅପାରସିଏ ଚାହିଁଦେଲେ ମାଟି ସୁନା ହୁଏସୁନ୍ଦର ଦିଶେ ତା ନାଲି ଅଧର।ମାନବୀୟ ଲୀଳା ଲାଗିଛି ତା’ରଶହେ ଆଠ ଗରା ସୁନା କୂଅ ଜଳେସ୍ନାନ କରି ତାଙ୍କୁ ହୁଅଇ ଜରଅଣସରରେ ଘରେ ଥିଲେ ଠାକୁରସେବାୟତଙ୍କର ସେବା ଶୁଶ୍ରୂଷାରେନବ ଯୌବନକୁ ଦେଖେ ସଂସାର ।ଭାଇ…
ଗୋଟାଏ ଚାପୁଡ଼ାରେ କାହାରି ବି ଦାନ୍ତ ଭାଙ୍ଗି ଦେବାର କ୍ଷମତା ରଖୁଥିବା ତାର ବପୁବାନ ବଳିଷ୍ଠ ହାତ ଆଜି କେମିତି ଯୋଡ଼ି ହୋଇ ନେହୁରା ମୁଦ୍ରାରେ ! ତା ପୁଣି ଜଣେ କିନ୍ନର ଆଗରେ ! ତାକୁ ଏତେ ଶାନ୍ତ ଆଉ ଅସହାୟ ଆଗରୁ କେବେ……. କେହି ଦେଖି ନଥିଲେ lବପୁବାନ ବଳିଷ୍ଠ ପୁରୁଷଟିଏ ଦେଖିଲେ ଲୋକେ ଆଶଙ୍କା ବିଜଡିତ ହୁଅନ୍ତି ସିନା ଏଭଳି ପଡୋଶୀଟିଏ ପାଖ ରେ ଥିବାରୁ ସବୁ ଦିନ ମାଗଣା ରେ ସିନେମା…
ଦାନା ବାତ୍ୟା ଆସିଦାନା ଉଜାଡିଲାଚାଷୀ ବିଲ ମୁଣ୍ଡେ କାନ୍ଦେ,କମରଟା ଆଉସଳଖି ପାରୁନିଅଣ୍ଟାରେ ଗାମୁଛା ବାନ୍ଧେ ।ସବୁ ସପନ ତାହୋଇଗଲା ଚୂନାବୋହିଗଲା ନଈ ଧାରେ ,କାହାକୁ କରିବସିଏ ଆଜି ଦୋଷୀବିଧାତା ର ଦରବାରେ ।ସୁନା କ୍ଷେତ ତା’ରହସୁଥିଲା କେତେଆଜି ସେ ପାରୁନି ଦେଖି,ବିରସ ବଦନେଚାରି ଆଡେ଼ ଚାହେଁକେମିତି ହୋଇବ ସୁଖୀ ।ହାତ ଯୋଡ଼ି କହେକେଉଁଠି ପ୍ରଭୁ ହେରହିଗଲା ମୋର ଦୋଷ,ହସିବା ଆଗରୁକାନ୍ଦିବା ଆରମ୍ଭହୋଇଗଲା ସର୍ବନାଶ । ହରିଶ୍ଚନ୍ଦ୍ର ମହାଳିକପାଖର, ଅନନ୍ତପୁର, ସୋରୋ, ବାଲେଶ୍ଵର ୯୩୨୪୩୯୯୫୧୮
ମୋ ଅସ୍ଥିରତା ଓ ପାଗଳାମି କାରଣମୋ କ୍ଷୁଧାହୀନତା ଓ ଜୀର୍ଣ୍ଣଶିର୍ଣ୍ଣର କାରଣନା ମୋ ରକ୍ତପରୀକ୍ଷାରୁ ଧରାପଡୁଛି !ନା ମୋ ହୃତସ୍ପନ୍ଦନରୁ ଜାଣିହେଉଛି !ନା ମୋ ନାଡିରୁ ବାରି ହେଉଛି !ସବୁ ନିଦାନ ରିପୋର୍ଟ ପରିସର ମଧ୍ୟରେ ରହୁଛି।ତଥାପି, ମୁଁ କାହିଁକି ଅସୁସ୍ଥ ?ଡ଼ାକ୍ତର,ବୈଦ୍ୟ ଓ ମନୋବିଜ୍ଞାନୀ ହାତ ଟେକିଦେଲେଣି ଯେ,ସମସ୍ତଙ୍କ ମନରେ ଭିନ୍ନ ଏକ ସନ୍ଦେହ ଉଙ୍କି ମାରିଲାଣି। ଆମ ଭଲ ପାଇବାକୁ ତମେ ଯେମିତି ଢାଙ୍କୁଣି ପକେଇଛମୁଁ ବି ଅପହଞ୍ଚ ଗୁମ୍ଫା ଭିତରେ ପାଉଁଶ କରିଦେଇଛି।ନା…
ପ୍ରେମପଥ ଭାରି ଖସଡ଼ା ରେ ବାବୁମାପି ଚୁପି ଚାଲୁଥିବୁ …..ଟଙ୍କା ସରିଗଲେ ବୁଦ୍ଧି ହଜିଯିବଶତ ବିଶ୍ବାସୀ ନୁହିବୁ ….. ମ୍ମାନ-ଶ୍ଵାସ-ସତ୍ୟ-ସ୍ନେହ ଚାରିଦିଗହୃଦମନେ ବହିଥିବୁ …..ବିଫଳେ ସଫଳେ ଅଧିର ନହୋଇସବୁ ସହି ବଞ୍ଚିଥିବୁ ….. ପ୍ରେମର ସାଫଲ୍ୟ ତ୍ୟାଗରେ ନିହିତକେବେ ଏହା ନଭୁଲିବୁ….ଚାଉଳ ରଖିଣୀ ହେବ ତ ଘରଣୀଏ ବିଶ୍ୱାସ ନ ହେଜିବୁ…. ଆତ୍ମ ଗରୀମା ଓ ଚିତ୍ତକୁ ସମ୍ଭାଳିବାର(ପରିବାର) ପାଖେ ରହିଥିବୁ …..ସୁଖ ଦୁଃଖ ଲାଗି ପ୍ରତିମୁହୁର୍ତ୍ତକେପାଖ କେବେ ନ ଛାଡ଼ିବୁ ….. ଜୟ ପରାଜୟ ସନ୍ଧିର…
ଦୀର୍ଘଦିନ ପରେ ଦେଖାହେଲେ ସଂଗ୍ରାମବାବୁ। ମୁଁ ବସକୁ ଉଠୁଉଠୁ ଡାକଦେଲେ ସେ। ଯୋଗକୁ ତାଙ୍କ ପାଖ ସିଟରେ କେହି ବସି ନଥିଲେ ଏଯାଏଁ।କଥା ଆରମ୍ଭ ହୋଇଥିଲା ଅଫିସଠୁଁ ଆଉ ପହଞ୍ଚିଥିଲା ଘରପରିବାର ଓ ଛୁଆଙ୍କ ଠାରେ କିନ୍ତୁ ଆମ କଥାରେ ବାରମ୍ବାର ବାଧା ସୃଷ୍ଟି କରୁଥିଲା ସଂଗ୍ରାମବାବୁଙ୍କ ଫୋନ।ରିଙ୍ଗ ହେଉଥିଲା ବାରମ୍ବାର। ଆଉ ଫୋନକୁ ସେମିତି ବାଜିବାକୁ ଦେଉଥିଲେ ସଂଗ୍ରାମବାବୁ।ସମ୍ପୂର୍ଣ ରିଙ୍ଗ ହେଉଥିଲା ଫୋନ। ସ୍କ୍ରିନରେ ଆସୁଥିଲା ସୁନୀଲବାବୁଙ୍କ ନାଁ।ଯଦିଓ ସୁନୀଲବାବୁଙ୍କୁ ମୁଁ ବି ଜାଣିଥିଲି। କିନ୍ତୁ…