
ଦୀପାବଳି
ଆଜି ସଞ୍ଜ ବେଳାରେ ମାଟି ଦୀପଟିଏଜାଳିଛି ମୋ ଘର ଅଗଣାରେମନ ଦେଇ ଆଙ୍କିଛି ଚିତ୍ର ଅଳପନାସାତ ରଂଗ ବର୍ଣ୍ଣ ମୁରୁଜରେ ପୂର୍ଣ୍ଣ ଜଳ କଳସ ତହିଁ ସଜାଡିଛିନାନା ଜାତି ଫୁଲ ସମାହାରେଝଳମଳ ଝଳସେ ଆଲୋକର ମାଳାବିଭାବରୀ ଶୋଭା ମନହରେ ଆହେ ରାମ ରାଘବ ପ୍ରଜାନୁରଞ୍ଜନଆସ ଧାରା ଧାମେ ଆଉ ଥରେନାଶ କର ବଇରି ପାପୀ ରାବଣକୁସତ୍ୟ ଧର୍ମ ନ୍ୟାୟ ଧନୁ ତୀରେ ପାପ ତାପ ତମସ କଳୁଷ ଅଜ୍ଞାନଠେଲି ଦିଅ ପ୍ରଭୁ ବହୁ ଦୂରେପାଦ ତଳେ ବିନତୀ…