ମୁକ୍ତିର ପଥ
ଭାଙ୍ଗି ପଡିଥିବା ଖଣ୍ଡେ ଆକାଶକୁଜଣେ ଆଉଜି ରହିଏକ ଲୟରେ ଚାହିଁ ରହିଥିଲାଆଉ ଖଣ୍ଡେ ଆକାଶକୁସବୁକିଛି ଦୃଶ୍ୟମାନ ତଥାପିସବୁଠି କେବଳ କୋଳାହଳ ଅନେକ ମଲା ଶରୀରଉଠିବା ପାଇଁ ଅପେକ୍ଷାରତସେମାନଙ୍କ ଜୀବଦ୍ଦଶାରେ କରିଥିବାପାପ ପୂଣ୍ୟର ହିସାବ ଦେବାକୁନର୍କ କିମ୍ବା ସ୍ୱର୍ଗ ପ୍ରାପ୍ତି ପାଇଁ ସମସ୍ତ କୋଳାହଳ ମଧ୍ୟରେଦୃଷ୍ଟି ଅଢ଼ୁଆଳରେ ରହିଥିବାଏକ ଶିଶୁର ନିଷ୍ପାପ ଚକ୍ଷୁ କିନ୍ତୁଠହରେଇ ନେଇଥିଲା ସୃଷ୍ଟିକର୍ତ୍ତାଙ୍କ ଠିକଣାକୁ ଗୋପନରେ ଯାଇ ପଚାରିଥିଲା ପ୍ରଶ୍ନଟିଏସେଠି ତୁମେ କାହିଁକି ନାହଁ ବୋଲି ?ସୃଷ୍ଟିକର୍ତ୍ତା ନିରୁପାୟ ଏଥରକି ବା ଉତ୍ତର ଦେବେ…