ସମ୍ମୋହନ
କିଛି ଚାହିଁବା, କିଛି ପାଇବାକିଛି ଭାବନା ନଥିଲା ମନେତୁମକୁ ଦେଖିଲି, ଦେଖିଲି ସପନସପନେ ମୁଁ ନିଃସ୍ବ, ଶୁଭୁଚି ଅଟ୍ଟହାସ୍ୟତୁମେ ଛାୟାମୂର୍ତ୍ତି, ଅନ୍ଧାରଠୁ କଳାଶବ, ଶିବ ସବୁ ତୁମ ଚରଣେ ।ସପନ ନା ସମ୍ମୋହନଶିବ ନା ଶବ କିଏ ମୁଁକିଏ ତୁମେସତ କ’ଣକିଏ ଜାଣେ ! ନିଦ ଭାଙ୍ଗିନି ଆଜିଯାଏଁଆଜି ସାଜିଛି ପୂଜାରୀଟିଏମାଗୁଛି, ହାତପାତି ପ୍ରାର୍ଥନାରେତୁମକୁ ତୁମଠୁସେଇ ପ୍ରଥମ ଦେଖାରରୂପଟିଏ, ସ୍ମିତାହାସ୍ୟଟିଏଲଜ୍ଜାଶୀଳା କଳା ବଦନେ । ଅକାରଣ, ଅକାରଣ ସବୁ ଆଜିକାରଣ, ସବୁ କାରଣ ବି ଅକାରଣଏ ଜୀବନେ…