ମହାତୀର୍ଥ
ମହାତୀର୍ଥ ଭସ୍ମ ଅଥବା ଚନ୍ଦନ ଚିତା ସଦୃଶବୋଳିନିଅ କପାଳରେ, ଦେଲି ମୋର ‘ସତୀତ୍ୱପଣ’ଶୁଭ୍ର ବସ୍ତ୍ର, କୌପୀନ ପରି ଆବୋରି ନିଅ ତୁମ ଅଙ୍ଗରେମୋ ଷୋଳକଳାରେ ନିହିତ ଗୋଟିଏ ‘ଶୃଙ୍ଗାର’ । ଶ୍ରଦ୍ଧାରେ ହସ୍ତପ୍ରସାରୀ ଚାହିଁଛି ମୁଁ ତୁମକୁନିଅ ମୋ ହାତରେ ତୁମ ପାଇଁ ଅଛି ଛଳଛଳ ଶୁଦ୍ଧ ସ୍ନେହ‘କ୍ଷମା’, ‘କରୁଣା’, ‘ଶାନ୍ତି’, ‘ମମତ୍ୱ’ର ଶ୍ରେଷ୍ଠ ଚତୁଃରଙ୍ଗତୁମ ଶାଶ୍ୱତ ହୃଦୟର ମୃତ୍ତିକାରେକିଞ୍ଚିତ ଅନୁରାଗ ଭିଜେଇ ଏ ସବୁକୁ ବୁଣିଦିଅ,,ଗଭୀର ଆଶ୍ବାସନାର ଦିଗବିଳୟ ହୁଅ ତୁମେ ମୋ ପାଇଁଜଗତ ଅନ୍ଧାର…