ଟିକି ଚିନ୍ତନ

ସହିବା,ନଇଁବା,ପାଳିବାର ଗୁଣନାରୀ ପାଖେ ଥାଏ ଯେବେ,ଧୀର,ନମ୍ର,ଶାନ୍ତ,ସ୍ୱଭାବରେ ଗୃହପରିଣତ କରେ ସ୍ୱର୍ଗେ।ମନ ତଳ କୋହ,ଆଖିତଳ ଲୁହଲୁଚାଇ ଯେ ନାରୀ ହସେ,ଶତ୍ରୂତା ସ୍ୱଭାବ,ଥିବା ମନୋଭାବଶତ୍ରୁ ବି ଶରଣ ପଶେ।ସବୁଠାରୂ ନାରୀ ଶ୍ରେଷ୍ଠ,ଶ୍ରେଷ୍ଠତାର ଗୁଣେ,ଦେବୀର ସମ୍ମାନେରହିଛି ସଦା ସେ ଉଚ୍ଚ।ନାରୀ ସୁଲଭର ଗୁଣେ,ଘର, ପରିବାର,ସମାଜ ଓ ରାଷ୍ଟ୍ରବଦଳିଯାଏ ବି ଦିନେ। ବିବାସିନୀ ପଟ୍ଟନାୟକକାଳୁପଡା ଘାଟଖୋର୍ଦ୍ଧା

Read More

ସେବା ର ପ୍ରତିମୂର୍ତ୍ତି ମଦର୍ ଟେରେସା

କର୍ତ୍ତବ୍ୟ ହିଁ ଭଗବାନ୍ସେଇ ବାର୍ତ୍ତା ବହନ କରିନିଜ ଦେଶ ଛାଡ଼ି କୋଳେଇ ନେଲଭାରତ ବର୍ଷ କୁ।କୋଟି କୋଟି ଭାରତୀୟ ଙ୍କ ହୃଦୟ ରେବିରାଜିତ ହେଲ ମା ଟେରେସା ରୂପେ।ସତରେକେହି ଯଦି ଦେବୀ ଙ୍କ ରୂପ ଅବୟବପରି କଳ୍ପନା କରି ପାରେନାସେ ହିଁ ତ ତମେ, ତୁମେ ମା ଟେରେସା। କେତେ ସରାଗ ରେ ସେବା କରିବସତୁମେ ରୋଗୀ କୁସତେକିତୁମ ହାତ ରେ ଯାଦୁ ଅଛିତୁମ ସ୍ପର୍ଶ ରେ ସେ ଫେରି ପାଇଛି ନୂଆ ଜୀବନ। କଲିକତା ମହାନଗରୀର…

Read More

କନ୍ଯା ରତ୍ନ

କନ୍ୟାଟିଏ ପରା ଦୁଇ କୁଳ ହିତାନାଆଁଟି ତାର ଦୁହିତାଦୁନିଆ କୁ ଧରି ଚଳି ପାରିଲେସେ ହୁଏ ଜଗତ ଜିତାତା ଚଲା ପଥରେ ପଡିଥାଏ କଣ୍ଟାତାକୁ ଦେଖିବାକୁ ହୁଏଭାଗ୍ୟହୀନ ଥିଲେ ଯଦି କିଛି ଘଟେଅପଦସ୍ତ ସିଏ ହୁଏକନ୍ୟାଟିଏ ହୁଏ ଜାୟା ଓ ଜନନୀଭଗିନୀ ବି ହୋଇ ଥାଏଜନନୀ ରୂପରେ କେତେ ଖୁସିରେସମସ୍ତଙ୍କ ଯତ୍ନ ନିଏସୀତା ଓ ସାବିତ୍ରୀ ଅହଲ୍ୟା ଦ୍ରୌପଦୀତାଙ୍କରି ଆଦର୍ଶ ସିଏନିଜ ସୁଖ ଭୂଲି କଷ୍ଟକୁ ଆବୋରିସଂସାରେ ନାଆଟି ବାହେତାର ଅବଦାନ ସ୍ବର୍ଗଠୁ ବଡସବୁଠି ପ୍ରଶଂସନୀୟସ୍ନେହ, ପ୍ରେମ,…

Read More

କୋହ

ବେଳେବେଳେ ମନ ଖୁବ୍ ଛଟପଟ ହୁଏ,ବିଚଳିତ ହୁଏକୋହରେ ବିଳପି ଉଠେ,ଅଥଚ କରି ପାରେ ନି କିଛି ।ଏହି କୋହ ତା’ରକେବଳ କିଛି ନ କରି ପାରିବା ପଣିଆର ।ଯେତେବେଳେ ସେ ମନ ଚାହାକାମ ସବୁ କରିପାରେ,ନିଜକୁ ପକ୍ଷୀ ମନେ କରେ ।ମନ ରାଇଜରେ ଭାବନାର ପକ୍ଷୀସାହାଯ୍ୟରେ ଆକାଶରେ ଉଡ଼ିବୁଲେ ।ଅଥଚ ବେଳେବେଳେଗୋଡ଼-ହାତ ଥାଇ ବି ସେପାଲଟିଯାଏ ବିକଳାଙ୍ଗ । ସାକ୍ଷୀ ଅଗ୍ରୱାଲଝାରସୁଗୁଡ଼ା

Read More

बदल दिए हमने

बदल दिए है हमने अबनाराज होने का अंदाजरूठने के बजह सिर्फमुस्कुरा दिया करते हैं कोई समझता नहींदर्द ऐ अल्फाज हमारेबे बजह किसी कोदर्द दिया नहीँ करते समझ लेतेहै इरादा लोगों काकोई हुम् दर्द कंहा यहांकोई नाराज देख के खुस तोकोइ नाराज कर के। हुम् तो आंसुओं को भीसमझा दिया करते हैबजह बे बजह हमेनम न…

Read More

ଅମାପ ତା ଗଭୀରତା

ଶୀତ ଆଗେ କେବେ କହି ମୁଁ ପାରିନିଦୁଃଖର ସେ ଇତିକଥାପଲକ ଖୋଲିଲେ ଲକ୍ଷେ ଅବସୋସଅୟୁତ ଯୁଗର ବ୍ୟଥା।୦। କେନ୍ଦେରା ବଜାଇ ଯୋଗୀ ଗାଉଥାଏଜୀବନର ଯେତେ ଗୀତଲୁହଭିଜା ତାର ହୃଦୟ ହାଟକୁକରିଦେଇ କୁସୁମିତକାକର ଧଉଳା ସକାଳ ଓଠରୁଝରେ କାହିଁ କରୁଣତା।୧। ନୀରବିଗଲାଣି ନଗ୍ନ ନଟୀରନୂପୁର ର କ୍ଷୀଣସ୍ୱରଗୋଧୂଳି ସଂଜର ମିଠା ମହକରେମହକିତ ମନପୁରବଡ଼ ସୁକୁମାର ସ୍ମୃତି ର ସାଗରଅମାପ ତା ଗଭୀରତା।୨। ସର୍ବାଣୀ ଦାସପଥୁରିଆ ସାହିପଣ୍ଡିତ ମଠ (ନିକଟ)ପୁରୀ :୧

Read More

ହସି ଦିଅନ୍ତୁ

ଘେରି ଯାଇଛି ବିଷାଦ ଛାୟାବୁଡି ଯାଇଛନ୍ତି ଚିନ୍ତାର ଚହଲା ପାଣିରେକିଛି ହଜେଇ ଦେଲେକି?ଉଁ-ହୁଁ ସୁନା ପିଲା ପରି ହସି ଦିଅନ୍ତୁହେଇପାରେ ଯିଏ ପାଇଛିତୁମ ଠାରୁ ଅଧିକ ଦରକାର ତାର ଥିଲା.. ରାତି ରାତି ଉଜାଗର ରହି, କରୁଥିଲେ ପରିଶ୍ରମହାରି ଯାଇଛନ୍ତି ନା?ହସି ଦିଅନ୍ତୁ…. ହସି ଦିଅନ୍ତୁ ଯିଏ ଜିତିଛି,ହେଇପାରେ ତମ ଠାରୁ ଢେର୍ ଅଧିକ ରୁ ଅଧିକଆବଶ୍ୟକତା ତାର ଥିଲା କୋମଳ ହୃଦୟରେ ଆଘାତ ଲାଗିହୃଦୟଟି ଭାଙ୍ଗି ଯାଇଛି ନା?ହସି ଦିଅନ୍ତୁ….ହେଇପାରେ ଗୋଟିଏ ହୃଦୟ ଭାଙ୍ଗିବାରେଅନେକ ହୃଦୟ…

Read More

ତୁମେ ନଥିବା ବେଳେ

ମୁଣ୍ଡ ଉପରେ ଜମାଟ ବାନ୍ଧୁଛିଅଜଣା ଆତଙ୍କର ମେଘ ।ମେଘ ଉଦର ଚିରି ଖସିଆସୁଛିକେଉଁ ଆଦିମ କାଳରୁ ସାଇତା ତମାମ ବଜ୍ର ସହ ଚଡଚଡ଼ିକେଡେ ବିକଟାଳ ରଡ଼ିରେ ଅର୍ଥପୂର୍ଣ୍ଣ ଭାବେ କହିଚାଲିଛି“ପ୍ରେମିକ ଆଉ କେବେ ଫେରିବନି “। ଏ କରୁଣ ବାର୍ତ୍ତା ଏବେଗୃହରୁ ଗୃହାନ୍ତର ଗ୍ରାମରୁ ଗ୍ରାମାନ୍ତର ସର୍ବବ୍ୟାପୀ ଘୁରିଚାଲିଛି ।ଦେଖୁନ !କେମିତି ମୋ ନିଜ ଦୁଇ ହାତରେଦୁଇ କାନକୁ ଚାପି ଧରିଛି । ତୁମର ମନେଥିବ ନିଶ୍ଚୟ,ମିଳନ ଅନ୍ତରାଳରେ କଳସ ଧରି ଯମୁନା ଗଲାବେଳେମୋ ଫୁଙ୍ଗୁଳା ପାଦରେ…

Read More

आंसू के अमृत

अकसर में यूंही रो लेता हूंआंसू को अमृत समझ कर पि लेता हूंखुशनसीब हूं मैंतलाश करता नहीं कहीं उसकोलोगों के चेहरों मेंउसे ढूंढ लेता हूंअकसर में यूंही रो लेता हूंआंसू को अमृत समझ कर पी लेता हूं मुस्कुराते उन पलों कोगुजरते देखा है हमनेगमों कोदास्तान बनते पाया है हमनेछोड़ो बेकार के इन बातों कोसिर्फ बातें…

Read More