ଅଛି ତ ଏଠି
କେଉଁଠି ଖୋଜୁଛ ତୁମ ସ୍ବପ୍ନ କ’ଣ ଏମିତି ଏକା ନିଃଶ୍ୱାସରେ ସତ ହୁଏକି ? ସେମାନଙ୍କୁ ଆଖିରୁ ଓହ୍ଲାଇ ପାଦରେ ଚଲାଇବାକୁ ପଡେ ଖାଲ ଖମାରେ ପଡ଼ି ପୁଣି ଉଠିବାକୁ ପଡ଼େ ଘନ ଅନ୍ଧାର ଦୂର କରିବା ପାଇଁ ହୃଦୟକୁ ତିଳ ତିଳ କରି ଜାଳିବା କୁ ପଡ଼େ ତଥାପି ଏକ ପ୍ରଶ୍ନବାଚୀର ପାଚେରୀ ଅପରପାର୍ଶ୍ବରେ ଅମିମାଂସିତ ଅଙ୍କର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼େ ସନ୍ଦିହାନ ଚକ୍ଷୁରେ ଏମିତି କାହିଁକି ଚାହିଛ ଏହାହି ବାସ୍ତବ ଓ ସତ୍ୟ…