ଲଂଘିବି ଦୂର୍ଗ

ହୃଦୟକୁ କରିଛି ଦୂର୍ଗ ମୋହର, ଗଢିଛି ଉଚ୍ଚ ଉଚ୍ଚ ପ୍ରାଚୀର, ଜୀଇଁବି ବୋଲି ମୁଁ ଏକା, କେହି କାଳେ ପୁଣି ଲଗାଇ ନଜର ଭାଙ୍ଗିଦେବ ଛୋଟ ମନକୁ ମୋହର, ତେଣୁ କାନ୍ଥରେ ନାହିଁ ଝରକା…. ଡେଣା ଥାଇ ଆଉ ଉଡେନା ମୁହିଁ ଚଇତି ପବନକୁ ଭରଷା ନାହିଁ, ଭୟରେ ସପନ ଆଉ ନ ଦେଖେ, ଦେଖିଲେ ବି ପଲକ ପଛରେ ରଖେ… କାଚର ହୃଦୟ ଭାଙ୍ଗିଛି ଥରେ, ଭାବିଲେ ସେ କଥା ରକତ ଝରେ… କିନ୍ତୁ ଯଦି…

Read More

ଭାଏ ଜିଇଁତିଆ

ଦଶରା ମାସର ଉଜଲ ପଖର  ଆଇଛେ ଅଷ୍ଟମୀ ତିଥି  ଆନିଛେଁ ସିନ୍ଦୁର ଲିଆର ଜୁଗାର ମନ୍ଦାର ଫୁଲ୍  କେ ଗୁଥିଁ ଖୁଜି ନୁରି କରିଁ ଦନା ଟାକେଁ  ଟିପି  ରଖିଛେଁ ମାଁ ଦୁବ୍ ଲଟା ମୋର୍ ଭାଏ ଲାଗିଁ କରୁଛେଁ ବରତ ଉପାଷ ଗୋ ଦିନ୍ ଗୁଟା ଗୁଟେ ମାଁର୍  ଛୁଆ ଆମେଁ ଦୁହିଁ ଜନ  ରକତ ଆମର ଗୁଟେ  ଜନକର୍ ଗୁଡେଁ କଁଟାଟେ ଗଡ୍ ଲେ ଦୁସ୍ ରା ଜନ୍ କେ କାଟେ ଶୈଲ୍ ତା…

Read More

ଏଇତ ଖେଲ ଘର

  କ୍ଷଣ କେ ମରୁଭୂମି ଏଠି  ଜୀବନ ଯେ ତରୁ ଡାଳ  କେତେ ବେଳେ ସେ ପାଚି ଝଡି ଯାଏ ତ  ଆଉ  କେତେ ବେଳେ ସେ ଭିଜି ଭିଜି ସଢ଼ି ଯାଏ   ବିଚାରି ବି ବୋଲି କହେ ସେ ମିଠା ବାଣୀ  ବାଣୀ ସରି ଗଲେ ହା ହଃ କରନ୍ତି ଏଠି ଗଣେ ।। ଏଇତ ଖେଲ ଘର।।  କୁମ୍ଭ ନାଦ ପରି ରଡ଼ି  ଛାଡ଼ି ଯାଇ ଏଠି ଗର୍ବ  ଚୂନ ନାହିଁ କି ବନ୍ନ…

Read More

ଦାଦନ୍

      ଭୀଷଣ ଖରା, ଅସହ୍ୟ ଗରମ ସହ ଗୁଳୁଗୁଳି। ପାଣି ବୋତଲରୁ ଦି ଢୋକ ପିଇ ଦେଇ ମୁଣ୍ଡରୁ ଗାମୁଛାଟିକୁ ଖୋଲି ଦେଇ ଗଛ ତଳେ ଟିକିଏ ଗଡ଼ି ପଡ଼ିଲା ହରିଆ। ଦଲାଲ ଯଦି ଦେଖିଦିଏ ପୁଣି କେତେ କଟୁ କଥା ଶୁଣେଇବ ।ବେଳ ଆସି ମୁଣ୍ଡ ଉପରେ। ହଠାତ୍ ହରିଆ ଉଠି ପଡ଼ି ପୁଣି ଗଲା ଖଣିକୁ। ସେଠି ତା’ ଭଳି ଅନେକ ଓଡ଼ିଆ ଲୋକ କାମ କରନ୍ତି। ଅନେକ ସ୍ତ୍ରୀ ଲୋକ…

Read More

ତୁମେ ଯଦି ଥାଆନ୍ତ ପାଖରେ

ତୁମେ ଯଦି ଥାଆନ୍ତ ମୋ ପାଖରେ…. ଏକାଠି ହୋଇ ଖେଳନ୍ତିନି ହୋଲି-ସପ୍ତରଙ୍ଗରେ… ତୁମେ ଯଦି ଥାଆନ୍ତ ମୋ ପାଖରେ…. ରଙ୍ଗର ଅବିର ଢାଳନ୍ତିନି ମୋ ମୁହଁରେ… ତୁମେ ଯଦି ଥାଆନ୍ତ ମୋ ପାଖରେ…. ବେରଙ୍ଗ ଜୀବନକୁ ରଙ୍ଗୀନ କରନ୍ତିନି ରଙ୍ଗ-ପିଚିକାରୀରେ…. ତୁମେ ଯଦି ଥାଆନ୍ତ ମୋ ପାଖରେ…. ଭାଙ୍ଗ ଖାଇ ମାତନ୍ତିନି ରାଧାଶ୍ୟାମ ପ୍ରେମରେ… କେମିତି ବା ଥିବ ତମେ ମୋ ପାଖରେ… ଯେଉଁ ରଙ୍ଗଟିକ ପାଇଁ ମୁଁ ବଞ୍ଚିଥିଲି- ସେ ରଙ୍ଗକୁ ଗଲାବେଳେ ତମେ ଛଡେଇ…

Read More

ସେ ଚେହେରା

ଏତେ ଭିଡ଼ କୋଳାହଳ ଭିତରେ ଏକା ସେଇ ଚେହରା ବାରମ୍ବାର ମତେ କାହିଁକି କେଜାଣି ଘାଣ୍ଟି ଚକଟୁ ଥାଏ । ସତେ ଯେମିତି ମୋର  ଆଉ ଥୟ ନ ଥାଏ  ବର୍ତ୍ତିବାର ଉପାୟ ନ ଥାଏ  ମରୁଭୂମିର ମରିଚିକା ପ୍ରାୟେ  । ମନ ଭିତରକୁ ଖୁମ୍ପି  ପକାଉଥିବା ସେ ଚେହରା ଭିନ୍ନ ଏକ ସ୍ୱପ୍ନ କୁ ନେଇ ହଜି ଯାଇଛି ସେ ଶୂନ୍ୟରେ । ଶୂନ୍ୟତାର ସବୁଜିମା ରେ  ଚେହେରା ତାର ଘୁରିବୁଲେ ମୋର ଏକା ଜୀବନରେ …

Read More

ଅପରାହ୍ନର ଅବଶୋଷ

ରାଜ ଉଆସ ପରି ଘର। ଦାସୀ ପରିବାରୀ ଙ୍କ ଗହଳ ଚହଳ ରେ ପୁରି ଉଠୁଥିଲା ସାରା ପରିବେଶ। ବଗିଚାର ରଙ୍ଗ ବେରଙ୍ଗ ଫୁଲ ପରେ ଆଖି ବୁଲେଇ ଆଣୁ ଆଣୁ ଦୀର୍ଘଶ୍ଵାସ ଛାଡୁଥାନ୍ତି, ସେ ଅଞ୍ଚଳର ବିଶିଷ୍ଟ ସଂଭ୍ରାନ୍ତ ବ୍ଯକ୍ତି ଅଜୟ ସାମନ୍ତରାୟ।  ଏଇତ ଏଇ ଫୁଲ ଗଛ। ଧର୍ମ ପତ୍ନୀ ଅରୁଣାଙ୍କ ଏମାନଙ୍କ ପ୍ରତି ଥିଲା ଅନେକ ଦୁର୍ବଳତା। ନିଜ ଜନ୍ମ କଲା ପିଲାଙ୍କ ଠୁ ମଧ୍ଯ ଅତି ସରାଗରେ ଏମାନଙ୍କ ଯତ୍ନ ନେଇଥାନ୍ତି।…

Read More

ଅମାବାସ୍ୟା ର ଜହ୍ନ

ଆଲୋ  ହେ ଛତର ଖାଇ ଡାହାଣୀ ପୋଡ଼ା ମୁହିଁ  ଉଁଆସି କନିଆଁ ,  ତୋ ଜନମ କଲା ମା କୁ ତ ଖାଇଲୁ ,ଭାଇକୁ ଖାଇଲୁ ବୋପା ତ ଶେଯରେ ପଡି ପଡି କଣ୍ଟା ହେଲାଣି ଆଉ କଣ ବାକି ରଖିଚୁ ଯେ ପୋଡ଼ା ମୁହିଁ ନିର୍ଲଜ୍ଜ ଙ୍କ ଭଳି ପଡି ରହିଛୁ। ରହ ଆଜି ଦେଖିନେବି ତୋତେ ତୋ ପାଠ ପଢା ଛଡେଇ ଦେବି ।ଦେଖିବି ତୋ କୋଉ ଵୋପା ଅଜା ଆସି ତତେ ରକ୍ଷା…

Read More

ମହାମାୟା

ଚାରିଆଡେ କେତେ ଆନନ୍ଦ ଉତ୍ସବ ବାଜି ଉଠୁଛେ ବଜାଗଜା , ଶରତ ମାସର ଦଶହରା ଦିନେ  ମାଁ ମହାମାୟା ଉଡ଼ିବା ଧ୍ଵଜା।। ଚାଏର ଦିନୁ ଚାଳିଛେ ସଜାବଜା ମା’ର ପରବ ଆସବା ବଲି, ଢୋଲ ନିଶାନ ତାସା ବାଜି ଉଠିବା  ମାଁ ଆସିବା ଝୁଲି ଝୁଲି ।।  ଲାଲ ଲାଲ ଶାଢ଼ୀ ନେ କପାଳେ ସିନ୍ଦୂର  ଗଲା ନେ ତୋର ମନ୍ଦାର ମାଲ, ପାଦେ ମାଁ ତୋର ଅଏଲତା ଗାର୍  ଧଏନ୍ ଧଏନ୍ ତୋର ଲୀଳା ଖେଲା…

Read More