ପାର୍ବଣ ଋତୁ
ପବନ ଆଉ ତାପମାତ୍ରା ଉଭୟ ଗ୍ରୀଷ୍ମ ପରି ଚାଉଁ-ଚାଉଁ, ତଥାପି, ପାଚେରୀ ପାଖକୁ ଲାଗି – ସକାଳୁ ଗଙ୍ଗଶିଉଳି ଝଡୁଥିଲା, ରାଜଧାନୀ ରାସ୍ତାରେ- ସପ୍ତପର୍ଣ୍ଣୀ ମହକୁଥିଲା, ଆଉ ଉପକଣ୍ଠର ଅନାବାଦୀ ଭୂମିରେ- କାଶତଣ୍ଡୀ ଝଟକୁ ଥିଲା, ହଁ, ତାହେଲେ ଏଇ ଭିତରେ ବୋଧେ- ଶରତ ଋତୁ ଆସି ଯାଇଥିଲା! ବଡଦାଣ୍ଡର ମାଳିଜାଗା ପାଖରେ, ଗୋଟିଏ ସଜ୍ଞାବିହୀନ, ନିସ୍ତେଜ ଗର୍ଭରେ କେଉଁ ଏକ ‘ମହିଷାସୁର’ର ଶୁକ୍ରାଣୁ – ଭୃଣର ରୂପ ନେଇ ସାରିଥିଲା, ଗୋସାଣୀଙ୍କ ପାଇଁ ସୋଲ-ଜରି ଗହଣାର…