Year: 2023

ଚା କପ ଆଉ ଚିଠି
ପଢୁଛି ତୁମରି ହାତଲେଖା ଚିଠି ପ୍ରେମ ମହମହ ଭରା, ସକାଳୁ ସକାଳୁ ଚା ସ୍ବାଦେ ଭରିଲା ଉଷୁମ ପ୍ରିତୀ ର ଧାରା…..।।୦।। ଚିଠି ଖଣ୍ଡେ ସିନା ଫଗୁଣ ପୁଲକ ଅକ୍ଷର ଧାଡିରେ ଗୁନ୍ଥା, ଶେଫାଳୀ ର ବାସ ମହକେ ପୁରିଲା ମନ ତଳ ସବୁ ବ୍ୟଥା, ଖୋଲା କଥା ତୁମ ହୃଦୟକୁ ଛୁଏଁ ପିରତି ଫଲଗୁ ଝରା…….।।୧।। କଅଁଳ ମନର କଅଁଳ ଭାଷାରେ ଭାବଭରା ଚଉତିଶା, ଜୀବନ ଯମୁନା ସୁଖ ଦୁଃଖ ଫେଣ୍ଟା ସକାଳ…

କିଣି କି ପାରିବା ସୁଖ ଶରଧା
ଫଟୋ ସୌଜନ୍ୟ ଗୁଗୁଲ ସ୍ନେହ ଶରଧା ଟି ସହଜାତ ଗୁଣ ମଣିଷ ର ବ୍ୟବହାରେ ସବୁରୀ ମନ କୁ ଜିଣେ ଶରଧା ରେ କଥା କହି ମିଠା ସ୍ଵରେ, ଧନ ଦେଇ ସବୁ କିଣା ଯାଇ ପାରେ କିଣି ହୁଏ ନାହିଁ ମନ ସୁଖ ଶରଧା ତ ହାଟରେ ମିଳେନି ସେଇତ ଅମୁଲ୍ୟ ଧନ,, ସେନହ ଶ୍ରଦ୍ଧା ରେ ପୋଷା ମାନିଥାନ୍ତି ସର୍ପ ଆଦି ହିଂସ୍ର ଜୀବ ବାଘ ସିଂହ ବୋଲ ମାନି କି ସର୍କସେ…

ମୁନୁଷ୍
*ଫଟୋ ସୌଜନ୍ୟ ଗୁଗୁଲ ପାଏନ୍ ଫୁଟ୍ କା ମୁନୁଷ୍ ଜୀବନ୍ ଠିକ୍ ନା ନାଇ କେତେବେଲେ ଯିବା ଉଡି ହିଁସା, ହଁକାର ନାଇ ରଖ୍ ଭାଇ କାହାରିର୍ କଥାନେ ପଡି । ନିଜର୍ କାମ୍ କମାନି ଥି ଧ୍ୟାନ୍ ଦେ ନାଇଁ ହ କାହାରିର୍ ସାଙ୍ଗେ କଁଟି କାମ୍ କରିଚାଲ୍ ଫଲଲ୍ ପାଏବୁ ନିଶ୍ ଚେ ନାଇଁ ହ ଜହ ସାନିଘାଟି । କାହାର୍ ଛିଡଲା କାହାର୍ ପୁଡଲା କାହାର୍ ହେଲା କାହାର୍ ନାଇ ହେଲା…

ବନ୍ଧୁ ବୋଇଲେ ତୁମେ
୍ ନିଆଁ ଝାଞ୍ଜିରେ ସିଝି ଥିବା ଶରୀର ପ୍ରକ୍ଷାଳନ ପରେ ବନ୍ଧୁ ପଚାରନ୍ତି କେମିତି ଅଛ? ସବୁଯୋଗାଡ଼ ହେଲା ତ ! କେତେ ଟିଣ ଘିଅ ଢ଼ଲା ହେଲା ? ଶୁଦ୍ଧ ନା ଭେଜାଲ, ସବୁରି ଉତ୍ତର ହେଲା ଶବଟି ଜଳୁଥିବା ଯାଏ ମୁଁ କଥା ହେଉ ଥିଲି । ଏନ୍ତୁଡି ଶାଳର ଆଦ୍ୟ ଅସ୍ତିତ୍ବ ଜାହିର କରୁଥିବା ଶୁଣିଥିଲି ଜଳିବା ଭିତରେ ବାୟୁରେ ଘର ଖଣ୍ଡେ କରିବାର ଦୁର୍ବାର ଅଭିସ୍ପା ଖଣ୍ଡିତ ହେଉଥିଲା ଛିଟିକି ପଡ଼ୁଥିବା…

ଦି ଦିନର ଏ କାହାଣୀ
ଦିନେ ମୁଁ ଥିଲି ତୁମର ଦିନେ ତୁମେ ଥିଲ ମୋର ଦି ଦିନର ଏ କାହାଣୀ ସରିଯାଇଛି ତ ଭଲହେଲା ତୁମକୁ ମୁକ୍ତି ମିଳିଲା ମୋତେ ବି! କେତେ ଶୀଘ୍ର ସମୟଟା ସରିଗଲା ! ଏବେ ଖାଲି ଆତ୍ମକାହାଣୀର କଥା ଅନାବନା ଗୀତର ଲହରୀ ଯେଉଁ ଆଡୁ ଭାସିଆସୁଥିବ ସିଆଡକୁ ନିରେଖିବା କଥା ତୁମେ ତ ପ୍ରତ୍ଯକ୍ଷ ରେ ନାହଁ ଯେ କାଂଦିପକେଇଲେ ଆଉଁସିଦେବ ଆଖିପତାକୁ ତୁମେ ତ ପ୍ରତ୍ଯକ୍ଷ ରେ ନାହଁ ଯେ ହାତରେ ତୋଳିଧରିଵ…

ଆତ୍ମାର ମୃତ୍ୟୁ
ପ୍ରଭଞ୍ଜନ ନାମକ ପ୍ରାଣୀଟିକୁ ରହି ରହିକି ସେଇ ପୁରୁଣା ରଡ଼ି ବାରମ୍ବାର ଶୁଭୁଥିଲା l —କୋଉଥିରେ ତ ବାହାରୁନି l ଦିସ୍ତା ଦିସ୍ତା କାଗଜ ସାରି କାହିଁକି ଲେଖୁଛ ସେଗୁଡାକ ? ମୋତେ ଟିକେ ଘର କାମରେ ସାହାଯ୍ୟ କଲେ କଣ ହାତ ଘୋରି ହେଇଯିବ ? ନଅ ଘଣ୍ଟାର କିରାଣୀ ଚାକିରୀ ସକାଳୁ ଉଠୁ ଉଠୁ ଦୌଡ଼ି ଯାଇ ପରିବା ଆଣ କ୍ଷୀର ଆଣ ଅଟା ଆଣ ଢ଼ିଙ୍କି ବଗ ସବୁ ଆଣି ଘରେ କୁଢ଼େଇ…