ଆଉ ଏକ ସନ୍ଧ୍ୟା ର କାହାଣୀ

ଏ ପଟେ ଗରାଖ ଙ୍କ ଭିଡ଼ ସେ ପଟେ କଅଁଳା ଶିଶୁ ର ଭୋକିଲା ଚିତ୍କାର  ଇଏ ସନ୍ଧ୍ୟା ର ଆବର୍ତ୍ତମାନ  ରେ ବଦନାମ  ଗଳି ରେ ଥିବା ଝୁମ୍ପୁଡ଼ି ଘରର  ନିତିଦିନିଆ ଘଟଣା, ବେଳେ ବେଳେ  ମନ କୁ ଖୁବ ଉଦବେଳିତ କରେ, କିନ୍ତୁ ପେଟର ଭୋକ ଯେ ଅସହ୍ୟ, ଧନବାନ ପ୍ରେମିକ ଙ୍କ କଅଁଳ କଥା ରେ ଦିନେ ଝରି ପଡିଥିଲା ଗାଉଁଲି କନ୍ୟା ବିକି ଦେଇ ବଦନାମ  ଗଳି ରେ ଚାଲିଯାଇଥିଲା ଧୋକାବାଜ…

Read More

ବିରହ ମାନେ

ବିରହ ମାନେ ପଚାର ମୋହନ ବଇଁଶି କୁ କେତେ ବା ହେଉଛି ବାଧା, ରାଧା ବିରହ ରେ ବାଜୁନି କି ସଖା ଶୁଭୁନି ରାଧା ରାଧା ।। ବିରହ ମାନେ ପଚାର ରାଧା ପାଉଜି କୁ ପଡ଼ିଛି କି ମୁହଁ ମାଡ଼ି,? ଶୁଭୁନି ରୁଣୁ ଝୁଣୁ ଶବ୍ଦ ସ୍ୱର ଯାଇଛି ଅବା ଛିଡ଼ି ।। ବିରହ ବେଦନା ପଚାର ରୁକୁଣୀ ଗଭା କୁ ନାନା ପୁଷ୍ପେ ହେଇଛି ସଜା, ଚାହୁନି ବାଙ୍କ ଚାହାଣି  ଟେ ଚକାଆଖି କେତେ…

Read More

ଶାନ୍ତ ଅପରାହ୍ନ ର ସ୍ମୃତି

ସେଦିନ ଥାଏ ରବିବାର।ଦି ପହର ଖିଆ ପିଆ ସାରିଲା ବେଳକୁ ଅପରାହ୍ନ ତିନିଟା ହେଲାଣି।ଛୁଟି ଦିନ ତ କୁଣିଆ ଆସିଥିଲେ ତାଙ୍କ ଚର୍ଚ୍ଚା କଲାବେଳେ ଟିକେ ଡେରି ହେଲା। ଅତିଥି ଯେ ଭଗଵାନ ଏହା ଆମ ଭାରତ ସଂସ୍କୃତି ର ବୈଶିଷ୍ଟ୍ୟ। ତାଙ୍କୁ ଛାଡ଼ିବାକୁ ପାଖ ବସ୍ ଷ୍ଟପ୍ କୁ ଗଲି ବୋଟୋଇ ଦେବାପାଇଁ  ଚାଲିଚାଲି।ପାଖ ଅଞ୍ଚଳରୁ ବିଭିନ୍ନ ଉଠା ଦୋକାନୀ ନିଜ  ଜିନିଷ ପତ୍ର ଘରକୁ ଯିବାକୁ ବନ୍ଧା ବନ୍ଧି କରୁଥାନ୍ତି। ଠିକ୍ ସମୟରେ ବସ…

Read More

ନିଶ୍ଚଳ ପ୍ରତିମା

ହୃଦୟ ଜିଣିବାର କଳା ଟିକିଏ ଯଦି ଜଣାଥାଆନ୍ତା ତା’ ହେଲେ କେତେ ଦିନରୁ ତୁମ ହୃଦୟ ଜିଣି ନେଇଥାଆନ୍ତି  ହଁ ମୁଁ ତ’ମୋ ହୃଦୟ ଭିତରେ କବର ଦେଇ ରଖିଛି ମୋର ସମସ୍ତ ଇଛ୍ଛା ଆଉ ଆକାଂକ୍ଷାକୁ  ନିଜକୁ ଅଭିଶପ୍ତ ଅହଲ୍ୟା ଭାବିନେଇଛି କେବେ ତୁମର ସ୍ପର୍ଶ ଟିକେ ପାଇବି  ସେ ପ୍ରତୀକ୍ଷାରେ ମୁଁ ନିଶ୍ଚଳ ପ୍ରତିମାଟିଏ ପାଲଟିଯାଇଛି ମୁଁ ଜାଣେ ମୋର କୌଣସି ଅଧିକାର ନାହିଁ ତୁମ ଉପରେ  ତଥାପି କାହିଁକି ଖାଲି ତୁମରି ସ୍ୱପ୍ନ …

Read More

ପୁଓ ଜିଉଁତିଆ

ସଖାଲୁ ସଂଜ୍‌ ତକ୍‌  ନିହତ୍‌ ନିଚୁକ୍‌ ଭାବେ ରହୁଥିଲା ନିର୍‌ଜଲା ଉପାସ୍‌  ମାଗୁଥିଲା ପୁଓ ଝି ଲାଗି ଅଖେ ଅମର୍‌ ଆଏଁସ ମା’ ତ କରୁଥିଲା କେତେ ଉଷା ବର୍‌ତ।  ଦଦା ଭାଏ ଲାଗି  ତାର୍‌ କେତେ ଚିଂତା ଭାଏ ଜିଉଁତିଆ ଉପାସ୍‌ କରି ଶୁଭେସାଏତେ ରଖିଥିବୁ ହମେଶା ବଲି ମାର୍‌ ଠାନେ କରୁଥିଲା ଅର୍‌ଦଲି ଦୁର୍‌ଗା ମା ଠାନେ ମଂତ୍‌ରିଲା ଜିଇଁତା  ପିନ୍ଧେଇ ଦେଉଥିଲା  ଦଦା ଭାଏକେ ଫି ବଛର୍‌।  ପହପହନୁ ବେଲ୍‌ବୁଡ଼ା ପତେ ରହୁଥିଲା…

Read More

ହିସାବ କିତାବ

 ସୁରେଶ ବାବୁ ସକାଳୁ ସକାଳୁ ମାଁ ଶଶୀକଳା ଦେବୀ ଙ୍କର ଫୋନ୍ ପାଇ ଚମକି ପଡ଼ିଲେ।ମାଁ ଙ୍କ ଫୋନ କୁ ତାଙ୍କର ବହୁତ ଡର। ଛୋଟ ଟି ଦିନରୁ ସେ ଦେଖି ଆସୁଛନ୍ତି ମାଁ ଙ୍କର ପରିବାର ଉପରେ କର୍ତ୍ତୃତ୍ବ।ନାରୀ ପ୍ରାଧାନ୍ୟ ପରିବାର ତାଙ୍କର। ବାପାଙ୍କୁ କାଣି ଅଙ୍ଗୁଳି ରେ ରଖି ଥାନ୍ତି। ସେ ଯାହା କହନ୍ତି ବାପା ଟିକିଏ ବି ବିଚ୍ୟୁତ ହୁଅନ୍ତି ନାହିଁ।ମାଁ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି। ବାପା କମଳ…

Read More

ମୁଁ ନାରୀ

 ମୁଁ ନାରୀ ମାଗିନେବି  ଈଶ୍ୱରଙ୍କ ପାଖେ ମହଣ ମହଣ ଆଶିଷ   ବିଶ୍ଵ ସ୍ଵାର୍ଥ ଲାଗି।    ଯୋଡ଼ ହସ୍ତେ  ନେହୁରା ହୋଇ  ଡାକିବି ଈଶ୍ୱରଙ୍କୁ  ହେ ଈଶ୍ୱର !  ମୋର ସମସ୍ତ ଆୟୁଷ କୁ  ଚେନାଏ ଚେନାଏ କରି     ବାଣ୍ଟିଦିଅ ଆବଶ୍ୟକ ଥିବା ମଣିଷ ମାନଙ୍କ ଭିତରେ,  ନାରୀ ରୂପେ ଜନ୍ମ ମୋ  ଏ ଧରା ବୁକୁରେ ‘ମୁଁ ‘ମୋ ପାଇଁ ନୁହେଁ  ତୁମେ କ’ଣ ଏକଥା ଜାଣିନ!  ନାରୀ…..  ଜାୟା, ଜନନୀ,ଭଗିନୀ ଭୋଗିବାକୁ ଆସି…

Read More