महीना: अक्टूबर 2023
ତୁଇଁ ଆଇଛୁ ବଲି
କାଏଁଶ୍ ଫୁଲ୍ ହଁସୁଛେ ଉସତେଁ ତୁଇଁ ଆଇଛୁ ଗୋ ବଲି। ସାଗୁଆ ସୁନ୍ଦର୍ ପାଟ୍ ବସ୍ ତର୍ ମନ୍ ଟା ନାଚୁଛେ ଝୁଲି। ଲାଲ୍ ଜର୍ ଜର୍ ମନ୍ଦାର୍ ମାଲେଁ ସୁନ୍ଦର ପଦମ୍ ଫୁଲ୍। ଦହନା ମାଲେଁ ପାଉଛେ ଶୁଭା ମାଁ ହଁସୁଛୁ ମୁଲ୍ ମୁଲ୍। ଧୂପ୍,ଦୀପ୍,ଝୁନା ବାସେ ମହମହ ନଡିଆ ଜୁଗାର୍ ଭୋଗ୍। ସିନ୍ଦୁର୍ ମୁହିଁ ଆଗୋ ମହାମାୟୀ ସରନ୍ ପସଲି ତୋର୍।…
ଦେବୀ
ଦେବୀ ମାନେ ମୁଁ ବୁଝେ, ମାଟିରେ ଗଢ଼ା ପ୍ରତିମା ସୁନେଲି ରଙ୍ଗର ପ୍ରଲେପ ମଥାରେ ନାଲି ରଙ୍ଗର ଓଢଣୀ ! କିନ୍ତୁ, ପ୍ରତି ଥର ଭଳି ସେ କୁହେ; ଦେବୀ ଦେଖିବ ତ କେବେ ଥରେ ଯାଅ ଵୃଦ୍ଧାଶ୍ରମ ଜୀବନ୍ତ ଦେବୀ ଦର୍ଶନ କରିବ, ନଚେତ୍ କେବେ ଆସ ରେଲେ୍ୱେ ଷ୍ଟେସନ ଖୋଦ୍ ଦେବୀଟିଏ, ଦେବୀ ପୂଜା ପାଇଁ ଫୁଲ ବିକୁଥିବ ତା’ ନିରୀହ ଆଖିରେ ଦେଖିବ ଭିନ୍ନ ଏକ ପୃଥିବୀ ଉପଲବ୍ଧି କରିବ ଦେବୀତ୍ୱକୁ…….
ମନେ ପଡେ ପିଲାଦିନ
ଝୁରି ହୁଏ କେତେ ମନେପଡେ ସେ ଦିନ ଫେରିଆ ଫେରିଆ ମୋ ପିଲାଦିନ କାହିଁ ସେଇ ସାଙ୍ଗସାଥୀ ଖେଳୁ ଥିଲୁ ଖେଳ ବୋହୂ ଚୋରି ପୁଚି ଲୁଚୁ ଲୁଚାଣୀର…
ପାର୍ବଣ ଋତୁ
ପବନ ଆଉ ତାପମାତ୍ରା ଉଭୟ ଗ୍ରୀଷ୍ମ ପରି ଚାଉଁ-ଚାଉଁ, ତଥାପି, ପାଚେରୀ ପାଖକୁ ଲାଗି – ସକାଳୁ ଗଙ୍ଗଶିଉଳି ଝଡୁଥିଲା, ରାଜଧାନୀ ରାସ୍ତାରେ- ସପ୍ତପର୍ଣ୍ଣୀ ମହକୁଥିଲା, ଆଉ ଉପକଣ୍ଠର ଅନାବାଦୀ ଭୂମିରେ- କାଶତଣ୍ଡୀ ଝଟକୁ ଥିଲା, ହଁ, ତାହେଲେ ଏଇ ଭିତରେ ବୋଧେ- ଶରତ ଋତୁ ଆସି ଯାଇଥିଲା! ବଡଦାଣ୍ଡର ମାଳିଜାଗା ପାଖରେ, ଗୋଟିଏ ସଜ୍ଞାବିହୀନ, ନିସ୍ତେଜ ଗର୍ଭରେ କେଉଁ ଏକ ‘ମହିଷାସୁର’ର ଶୁକ୍ରାଣୁ – ଭୃଣର ରୂପ ନେଇ ସାରିଥିଲା, ଗୋସାଣୀଙ୍କ ପାଇଁ ସୋଲ-ଜରି ଗହଣାର…
ଉପହାର ବାକ୍ସ
ଡାକବାଲା ଦେଲା ହୃଦୟ ଆାକାର ଉପହାର ବାକ୍ସ ନାଲି , ମହମହ ବାସ ଭେଦି ଆସୁଥିଲା ସତେ କିବା ଚୋରା ବାଲି।। ଗୋଲାପି ଫିତାରେ ଫୁଲ ଛନ୍ଦା ଥିଲା ନଥିଲା ପ୍ରେରକ ନାମ , ହସୁଥିଲା ଦୁଇ ନାଲି ଓଠ ଦାଗ ବିଚିତ୍ର କାହାର କାମ ?? ଆମାନିଆ ମନ ଖୋଜିବୁଲୁ ଥିଲା ଭିତରେ କି ଥିବ ବୋମା, ବଦଳାଇ ଦେବ ନିମିଷ ମାତରେ ଚଉପାଟି ପରିସୀମା ।। ଆତୁରେ ଖୋଳିଲି ଭିତରେ ପାଇଲି ଫରଦେ କାଗଜ…
ଜୀବନ କିଛି ଏମିତି
ସବୁ କିଛି ଲେଖି ହୁଏନି ବୋଲି ଅନେକ କିଛି ଲେଖି ହୋଇଯାଏ କିଛି ହୃଦୟ କୋଣରେ ଲୁଛି ରହୁ ବୋଲି ଅଶ୍ରୁ ଧାରରେ ଅନେକ କିଛି ବୋହି ଯାଏ କାନ୍ଦି କି ହସିବା ଆଉ ହସିକି କାନ୍ଦିବା ହିଁ ଜୀବନର ସେଇ ଅମୂଲ୍ୟ ସମ୍ପଦ ଯାହା ସହଯେ ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ ।। ତଫିଜୁଲ ହୋସେନ ଚିପିଲିମା, ସମ୍ବଲପୁର