ଅଦୃଶ୍ୟ ଘୁଙ୍ଗୁର

ନିର୍ଜନ ଅନ୍ଧାର ଭିତରୁ…..! ତଲ୍ଲୀନ ଘୁଙ୍ଗୁର ର ତାଳେ ତାଳେ ମୃଦୁ ଗମ୍ଭୀର ଶବ୍ଦରେ, କାମନାର ଶୁଭ୍ର ଆଲିଙ୍ଗନ ତୋଳି  ନିଇତି ଆସେ…!! ଶତ ପୁଷ୍ପର ଗନ୍ଧେ ପ୍ରୀତି ମାଧୁରୀର ଛନ୍ଦେ, ନିନାଦିତ ଛମ ଛମ ମନ୍ତ୍ର ଆଉ ପାପପୁଣ୍ୟ ର ହିସାବ ଭିତରେ ମୂର୍ତ୍ତିମତୀ ବିଭୋର କରେ ! ଚୋରେଇ ନିଏ, ମୋ ଜୀବନର ଅବଶିଷ୍ଟ ନିଦ୍ରିତ ସପନ  ବଦଳରେ ଦେଇଯାଏ ଶୂନ୍ୟ ଲଲାଟରେ ମୋର ଅଜସ୍ର ଚୁମ୍ବନ।। ମେଘତୃଷ୍ଣାର ନୀଳ ଅମ୍ବର ତଳେ ସବୁଜ…

Read More

ମୋର୍ ଗାଁ ମତେ ବଢିଆ

ଫୁଲର୍ ଭିତ୍ ରେ ପଦମ ଫୁଲ୍ ଟା  ଫଲର୍ ଭିତ୍ ରେ ନଡିଆ  ସଁସାର ଭିତ୍ ରେ ନେଇନ ଏନ୍ ତା  ମୋର୍ ଗାଁ ଯେନ୍ ତା ବଢିଆ  ସୁର୍ ତା ପଡୁଛେ ମାଏଟ୍  ପାଏନ୍  ବନ୍ କଁଟା ଢୁଡା ନଲିଆ  ଛିଲୋଲାଇ କେଲି ଗୁଡୁ ଖେଲ୍ କେତେ  ସାଂଗ୍ ସାଥି ବେଲ୍ ବୁଡିଆ ଉସତ୍ ଆନନ୍ ପୂଜା ପାର୍ ବନ୍ ବିହା ବର୍ ପନ୍ ଯାତରା ନୂଆଁଖାଇ ଦିନେ ଭାବ୍ ଦିଆନିଆ  ପୁଷ୍ ପୁନି ଦିନେ…

Read More

ହୃଦୟର ଦୁଇ ପଦ କଥା………ତୁମ ପାଇଁ

ଜୀବନେ ଯାହା ସଫଳତା ପାଇଛି       ସବୁରି ମୂଲରେ ତୁମେ , ତୁମରି ପାଇଁ ମୁଁ କବି ଟିଏ ସାଜି        କବିତା ଲେଖେ ମଉନେ ।।  (1) ପ୍ରେମର ଭାଷା ଶିଖେଇଲ ମତେ        କରି କେତେ ଯେ ଛଳନା, ତଥାପି ଆଜି ମୁଁ ସେ ଛଳନା ଭୁଲି        ହସି ସହି ଯାଏ ସିନା ।।    (2) କେତେ ଯେ ଆକାଂକ୍ଷା କେତେ…

Read More

କଲମ ପରିବାର 🙏🙏🙏

କଲମ କେବଳ ଏକ ଅନୁଷ୍ଠାନ ନୁହେଁ ଏକ ଆନ୍ଦୋଳନ। ଏହି ଆନ୍ଦୋଳନକୁ ଆପଣମାନଙ୍କ ସହଯୋଗ ଶକ୍ତିଶାଳୀ କରିଛି। ବାଧା ବିଘ୍ନ ତ ଆସିବ ନିଶ୍ଚୟ। ପ୍ରତୈକ ସଫଳ କାହାଣୀ ପଛରେ ଅନେକ ଅନ୍ଧାର ରାତି, ଝଡ଼ ତୋଫାନ, ଟାହି ଟାପରା, ପରିହାସର ଛନ୍ଦ ଅଳଙ୍କୃତ ହୋଇଥାଏ। ସବୁଠାରୁ ଗୁରତ୍ୱପୂର୍ଣ୍ଣ ବିଶୟ ହେଲା ପରସ୍ପର ମଧ୍ୟରେ ରହିଥିବା ବିଶ୍ବାସ ହିଁ ସଫଳତା ମାର୍ଗର ଗୋଟିଏ ଗୋଟିଏ ମାଇଲଖୁଣ୍ଟ।  କଲମ ପରିବାର ପ୍ରତିଷ୍ଠା ହେବାର ୨ ବର୍ଷ ମଧ୍ୟରେ ଯେଉଁ…

Read More

ଅଦ୍ଭୁତ କବିତା

ନା ବାବୁ ! ମୋତେ ବୁଝିବା ଆବଶ୍ୟକ ନାହିଁ  ମୋ ସୃଷ୍ଟିକର୍ତ୍ତା କୁ ବି ଅଜଣା ମୁଁ କିଏ? ମୋ ବାପା ମା ନାଁ ଗାଁ… ନା ଛେଉଣ୍ଡ ..ନା ଜାରଜ ! ମୋତେ ବି ଅଜଣା । ମୋ ସୃଷ୍ଟି କେବେ ହୋଇନି ! ବ୍ରହ୍ମ ମୁହୁର୍ତ୍ତରେ ନବାରୁଣ ତପନଙ୍କ ଉପସ୍ଥିତି ରେ ପ୍ରଦୋଷ ଲାଲିମାରେ ଖଗଙ୍କ କାକଳିରେ… ବନାନୀ କେଦାର ଙ୍କ ସ୍ପର୍ଶ ଲଭି ! ମୁଁ ମାଟିରୁ ବିଛିନ୍ନ ଆକାଶ ସହ ମୋର…

Read More

ସ୍ମୃତି ସନ୍ତରଣ

ସ୍ମୃତିର ଦିଗବଳୟରେ ଝଲସି ଉଠେ ଦିଗନ୍ତର ପ୍ରତିଟି ସୂର୍ଯୋଦୟର ଆଗମନ ଆକାଶ ମୁହଁ ଫୁଲାଇ ଅଛି କେତେବେଳେ ଯେ ଢାଳିଦବ ତା ‘ ସାଇତା ଗୁମାନ । ପୁରୁଣା କାଠ ଆଲମିରା ଫାଙ୍କ ଦେଇ ରହି ରହି ଶୁଣାଯାଉଥିବା ନିରବ ପ୍ରତିଧ୍ୱନିରେ ମୋ ନିଦ ଭାଙ୍ଗେ ଅନେକ ଥର । ଜାଣିଛ ?  ଏବେବି ଭାଙ୍ଗ ଦିଆ ଜାମା ଅନ୍ତରାଳରେ ଲୁଚାଇ ରଖିଛି  ତୁମ କବିତା ସଙ୍କଳନ, ଗୋଲାପୀ ଚିଠି ମୟୁର ଚନ୍ଦ୍ରିକା ସହ ଅଧାଦେଖା ସ୍ୱପ୍ନ…

Read More

ବୁଢା

ଚାଳ ଛପର ଘର ଆଗରେ ବସିଛି ବୁଢାଟିଏ ପାଖରେ ତାର ବଙ୍କୁଳି ବାଡ଼ି ଏକା ସାହାରା ସିଏ  ବୟସ ତାର ହେବ ସତୁରି  ପଚାରିଲେ ସେ କୁହେ  କାନକୁ ଆଉ ଶୁଭୁନି ଜମା ଶକତି ନାହିଁ ଦେହେ  ଚାଷମା ଗୋଟି ପିନ୍ଧିଛି ବୋଲି  ଦିଶଇ ଟିକେ ଟିକେ ପାକୁଆ ପାଟି ମଝି ମଝିରେ  ଖଇନି ଟିକେ ଜାକେ  ଠିକଣା ବେଳେ ବୋହୁ ଆଣିଛି  ପାଇଛି ଭଲ ଜ୍ୱାଇଁ  ଘୁରି ବୁଲନ୍ତି ଚାରି ପାଖରେ  ନାତି ନାତୁଣୀ ଦୁଇ…

Read More

ମୋ କଳା ଗୋସାଇଁ

ହାତ ପତେଇ ତୋ     ଦୁଆରେ କାଳିଆ            ପୁଣ୍ୟ ମାଗୁଅଛି ମୁହିଁ  କୃପାନିଧି ହୋଇ        କୃପଣତା କାହିଁ           ବସିଛି ତୋ ଦୟା ଚାହିଁ , ନୟନୁ ଲୋତକ       ଯାଉଅଛି ବୋହି            ଦୁଃଖ ମୋର ସରୁ ନାହିଁ            ଦୟାରେ ଊଣା କି ପାଇଁ……………..

Read More