କବି…ଡାକ୍ତର ମୋ ହୃଦୟରେ ଅନେକ ପୀଡା !
ଡାକ୍ତର…କେବେ ଠୁଁ?
…… ବର୍ଷ ମାସ ଦିନ ଦଣ୍ଡ କିଏ କ’ଣ ମନେ ରଖେ ?
……ତଥାପି କିଛି ତ ମନେଥିବ?
……ହଁ ମନେ ଅଛି ସେଦିନ କେବଳ ଦୀର୍ଘଶ୍ବାସ ହିଁ ଉଠୁଥିଲା
ଆଖି ଜକେଇ ଉଠିଲା…ଓଠ ଶୁଖି ଯାଉଥିଲା…ଆଉ କାହିଁ
ଶୂନ୍ୟତା ମାରି ଗୋଡାଉଥିଲା !
……ଆଶ୍ଚର୍ଯ୍ୟ ଏତେ ସବୁ ମନେ ରଖିଛନ୍ତି ତ !
……ମନେ ହିଁ ତ ରଖିଛି…ତେଣୁ ବୋଧେ ହୃଦୟରେ ପୀଡା
……କିଛି ବଦଭ୍ୟାସ…ପାନ ଗୁଟ୍ଖା ବିଡ଼ି ସିଗାରେଟ ମଦ
……ହା..ହା..ଡାକ୍ତର !କିଏ କହିଲା ବଦଭ୍ୟାସ ?ସେମାନେ ତ
ପୀଡା ଦିଅନ୍ତିନି… କାହାପାଇଁ ବଦଭ୍ୟାସ…କାହାପାଇଁ
ଜୀଇଁବାର ଖୋରାକ ।
…….ସେଗୁଡ଼ାକ ହିଁ ହୃଦୟକୁ ଦୁର୍ବଳ କରନ୍ତି ରୋଗ ଦିଅନ୍ତି ।
…….କିଛି ପ୍ରମାଣ…?ସେଗୁଡିକ ସ୍ପର୍ଶ ପୂର୍ବରୁ ତ ମୋ ହୃଦୟ
ଦୁର୍ବଳ ହୋଇଯାଇଥିଲା ,ଏବେ ସେମାନେ ମୋ ସହ …
ସବୁବେଳେ ସବୁ ସମୟରେ…ବୋଧେ ଜୀଇଁବାକୁ ବାଧ୍ୟ
କରନ୍ତି ।
……ଏପଟେ ସେପଟେ ନ,କହି ସିଧା କୁହନ୍ତୁ ଶ୍ବାସ ନେବାରେ
କଷ୍ଟ ହୁଏ ?
…….କେବେ ଠୁ ଅନୁଭବ କରିନି !!
…….ଥକ୍କା ଲାଗେ ?
…….ନା ଏବେ ଥକୁନି
……ରାତିରେ ନିଦ ହୁଏ ??
……ଜାଣେନା!!କେତେବେଳେ ଆଖି ପଡ଼ିଯାଏ ।
…….ବେଶୀ ତେଲ ମସଲା ଖାଆନ୍ତି
……କେବଳ ଖାଏ ବାଛେନି ।
…….ଠିକ୍ ଅଛି କିଛି ବ୍ୟସ୍ତ ନାହିଁ ।
……ସବୁ ସରିଗଲା ପରେ ଆଉ କି ବ୍ୟସ୍ତତା !!
……ଠିକ୍ ଅଛି କିଛି ପରୀକ୍ଷା କରେଇ ନିଅନ୍ତୁ..ତା’ପରେ
ଜଣା ପଡିବ !
……ସତରେ ଡକ୍ଟର ପରୀକ୍ଷା ପରେ ମୋ ହୃଦୟ ବିଷୟରେ
ଆପଣ ଜାଣିପାରିବେ !!
…….ହଁ ନିଶ୍ଚିତ…ଆମେ ସେଇ ପାଠ ପଢିଛୁ ।
…….ଆଃ ଆଶ୍ୱସ୍ତ ହେଲି….କେହିତ ହୃଦୟକୁ ଜାଣିପାରେ !!!