ହୃଦୟର ଦୁଇ ପଦ କଥା………ତୁମ ପାଇଁ

ଜୀବନେ ଯାହା ସଫଳତା ପାଇଛି 
     ସବୁରି ମୂଲରେ ତୁମେ ,
ତୁମରି ପାଇଁ ମୁଁ କବି ଟିଏ ସାଜି 
      କବିତା ଲେଖେ ମଉନେ ।।  (1)
ପ୍ରେମର ଭାଷା ଶିଖେଇଲ ମତେ 
      କରି କେତେ ଯେ ଛଳନା,
ତଥାପି ଆଜି ମୁଁ ସେ ଛଳନା ଭୁଲି 
      ହସି ସହି ଯାଏ ସିନା ।।    (2)
କେତେ ଯେ ଆକାଂକ୍ଷା କେତେ ଯେ ପ୍ରତୀକ୍ଷା 
       ରହିଥାଏ ପ୍ରେମ ଠାରେ ,
ସେ ସବୁକୁ ଆଜି    ଅତିକ୍ରମ କରି 
        ରହେ ତୁମ   ଅପେକ୍ଷାରେ ।।   (3)
ପ୍ରେମ ପରି ଏଠି ପବିତ୍ର ଶବ୍ଦକୁ 
        ସମାଜ ତ ଭୁଲ୍ ବୁଝେ ,
ହେଲେ ସତ୍ୟ ପ୍ରେମ ତ୍ୟାଗ ଠାରେ  ଶେଷ 
         ସିନ୍ଦୁର ଠାରେ  ନୁହେଁ ।।     (4)
ଜାଣିଛି ମୁଁ ପାଇ  ପାରିବିନି କେବେ 
        ସେ ସବୁ ର ସୁଖସଧ୍ୟ୍ୟ ,
ତଥାପି ମୁଁ  ନିତି ଦିଅଁ ଙ୍କର ପାଶେ 
      ମାଗୁଥାଏ ଆଶୀର୍ବାଦ ।।       (5)
ଏମିତି ଝିଅ ଟିକୁ  ବିଭା କରିବ 
      ଦଉନଥିବ ସେ ଧୋକା ,
ତାକୁ ପାଇ ମତେ ଭୁଲି ଯିବା ଦିନେ 
       ମନରେ ନ କରି ଚିନ୍ତା ।।    (6)
ଭୁଲ୍ ଥିଲେ ମତେ  କ୍ଷମା କରିଦେବ 
        ଏହି ମୋର କବିତାରେ ,
ପ୍ରାର୍ଥନାରେ ତୁମ  ଖୁସି ମୁଁ ମାଗୁଛି 
       ଇଶ୍ଵରଙ୍କର  ପୟରେ ।।     (7)

                                     
                                   ଅଲିଭା   ମେହେର
                                  ବିଜେପୁର,  ବରଗଡ

One thought on “ହୃଦୟର ଦୁଇ ପଦ କଥା………ତୁମ ପାଇଁ

Leave a Reply

Your email address will not be published. Required fields are marked *