ହସି ଦିଅନ୍ତୁ

ଘେରି ଯାଇଛି ବିଷାଦ ଛାୟା
ବୁଡି ଯାଇଛନ୍ତି ଚିନ୍ତାର ଚହଲା ପାଣିରେ
କିଛି ହଜେଇ ଦେଲେକି?
ଉଁ-ହୁଁ ସୁନା ପିଲା ପରି ହସି ଦିଅନ୍ତୁ
ହେଇପାରେ ଯିଏ ପାଇଛି
ତୁମ ଠାରୁ ଅଧିକ ଦରକାର ତାର ଥିଲା..

ରାତି ରାତି ଉଜାଗର ରହି, କରୁଥିଲେ ପରିଶ୍ରମ
ହାରି ଯାଇଛନ୍ତି ନା?
ହସି ଦିଅନ୍ତୁ…. ହସି ଦିଅନ୍ତୁ ଯିଏ ଜିତିଛି,
ହେଇପାରେ ତମ ଠାରୁ ଢେର୍ ଅଧିକ ରୁ ଅଧିକ
ଆବଶ୍ୟକତା ତାର ଥିଲା

କୋମଳ ହୃଦୟରେ ଆଘାତ ଲାଗି
ହୃଦୟଟି ଭାଙ୍ଗି ଯାଇଛି ନା?
ହସି ଦିଅନ୍ତୁ….
ହେଇପାରେ ଗୋଟିଏ ହୃଦୟ ଭାଙ୍ଗିବାରେ
ଅନେକ ହୃଦୟ ଯୋଡ଼ି ହୋଇ ଯାଇଥିବ
ଭାବୁଛନ୍ତି ଏମିତି ନକରି ଥିଲେ ଭଲ ହୋଇଥାନ୍ତା
ଏଇଟା ଆପଣଙ୍କ ଦ୍ଵାରା ବଡ଼ ଭୁଲ ହୋଇଗଲା
ତଥାପି ହସି ଦିଅନ୍ତୁ…
ଯଦି ସେମିତି କରିଥିଲେ ଅଧିକ କ୍ଷତି ହୋଇଥାନ୍ତା
ତ କଣ ହୋଇ ଥାନ୍ତା l

ହସି ଦିଅନ୍ତୁ…
ବୁଲିବାକୁ ଯିବାର ଥିଲା, ଯାଇ ପାରିଲେନି
ଆଉ ଯାଇଥିଲେ ଯଦି କିଛି ଅଘଟଣ ଘଟି ଥାନ୍ତା
ହସି ଦିଅନ୍ତୁ….. ମୁଁ ଏବେ ସୁରକ୍ଷିତ ଅଛି l

ହସି ଦିଅନ୍ତୁ…
ଇଚ୍ଛାଥିଲା ସ୍ଵାଦିଷ୍ଟ ବ୍ୟଞ୍ଜନ,
କିନ୍ତୁ ଖାଉଛନ୍ତି ଆଉ କିଛି
ହସି ଦିଅନ୍ତୁ.. ଯଦି ସେଇ ବ୍ୟଞ୍ଜନ ଖାଇ
ବଦହଜମି (food poison) ହୋଇଥାନ୍ତା
ତାହେଲେ କଣ ହୋଇଥାନ୍ତା l

ହସି ଦିଅନ୍ତୁ
ହସି ହସି ମଜି ଯାଆନ୍ତୁ
ସମସ୍ତଙ୍କୁ ଖୁସି ବାଣ୍ଟନ୍ତୁ
ଇଶ୍ଵରଙ୍କ ଇଚ୍ଛାକୁ ସମ୍ମାନ ଦିଅନ୍ତୁ l
ଆଉ ମୋ କବିତାକୁ ଟିକେ ପଢ଼ନ୍ତୁ l

ଇତିଶ୍ରୀ ମହାନ୍ତି
ପାଇଲୋ, କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *