ଦାନା ବାତ୍ୟା ଆସି
ଦାନା ଉଜାଡିଲା
ଚାଷୀ ବିଲ ମୁଣ୍ଡେ କାନ୍ଦେ,
କମରଟା ଆଉ
ସଳଖି ପାରୁନି
ଅଣ୍ଟାରେ ଗାମୁଛା ବାନ୍ଧେ ।
ସବୁ ସପନ ତା
ହୋଇଗଲା ଚୂନା
ବୋହିଗଲା ନଈ ଧାରେ ,
କାହାକୁ କରିବ
ସିଏ ଆଜି ଦୋଷୀ
ବିଧାତା ର ଦରବାରେ ।
ସୁନା କ୍ଷେତ ତା’ର
ହସୁଥିଲା କେତେ
ଆଜି ସେ ପାରୁନି ଦେଖି,
ବିରସ ବଦନେ
ଚାରି ଆଡେ଼ ଚାହେଁ
କେମିତି ହୋଇବ ସୁଖୀ ।
ହାତ ଯୋଡ଼ି କହେ
କେଉଁଠି ପ୍ରଭୁ ହେ
ରହିଗଲା ମୋର ଦୋଷ,
ହସିବା ଆଗରୁ
କାନ୍ଦିବା ଆରମ୍ଭ
ହୋଇଗଲା ସର୍ବନାଶ ।