ହଁ ଆଶ୍ ତ ଅଛେ

ଆଶ୍ ଅଛେ ବଲି ତ 
ସଂସାର ଚାଲୁଛେ
ଚାରହି କୁତି ବିଶ୍ବାସ କେ
ନୁରି ହେଉଛେ ନିଶାସ୍ 
ମିଲବା ମିଲବା ଦିନେ
କେନସି ଠାନେ
ସେଭିଲ୍ ଅନ୍ ନିଶାସ୍ ହେଇକରି 
ତୁମକୁ ଖୁଜୁଛେ
ଦେଖୁଁ ମୁନୁଷ ଆର୍ କାଣା 
ରଙ୍ଗ ସଜଉଛେ
ଶରାବନ୍ ତ ଝଙ୍କେର୍ ଭୁଲଲାନ
ହେ ଯେନ୍ ସପନ୍ ବୁଝିଥିଲେ ସେମାନେ 
ଗଜା ମରଡିର୍ ଶିକାର୍ ହେଲାନ
ଦୋଷ କାହାକେ ଦେମା
ଦୁଃଖିର୍ ଦୁଃଖ୍ ଇହେଦେ ହୁରୁଦ୍ ଖୁଜୁଛେ 
କେତେଯେ ସକାଲ ପାହିକରି ରାଏତ୍ ହେଲାନ 
ଆଏଖ୍ ଇଛେନ୍ ଭିଲ୍ ଉଜଲ୍ ନୁରୁଛେ
ହଁ ଆଶ୍ ତ ଅଛେ
ଇଥିର୍ ଭିତରେ ଯୁଗ ଟେ ପାଏଲାନ
ଭରମ୍ ଥି କଏଲଜା ପୁଡି ଯାଉଛେ
ହେ ଗୁଟେ ଆଶ୍ ଲାଗି ମୁନୁଷ
ଇନୁ କଲବଲ ହେଉଛେ
ନଏଦ୍ ଘାଟ୍ ହେଉ କି ଶମଶାନ୍
ଯେତେ ବୁଡଲେ କି ପୁଡଲେ କେନୁ
ଆର୍ ଗୁଟେ ଜନମ୍ ମିଲୁଛେ
ହଁ ତଥାବିଲ୍ ହୁରୁଦ୍ ଭିତରେ
ସରପଟେଇକରି ଆଶ୍ ଗୁଟେ ଅଛେ ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର 

Leave a Reply

Your email address will not be published. Required fields are marked *