ସ୍ୱର୍ଗଭୋଗ

କୁଣ୍ଡଳୀନି ଷଡଚକ୍ରରୁ ଓହ୍ଲାଉଥିଲେ’
ମୋତେ ଶଶକ୍ତ କରିବାକୁ ପ୍ରାର୍ବଦ୍ଧ ପୂଣ୍ୟତା !
ଆଗକୁ ବଢିବାର ତାକତ
ଭରୁଥିଲେ !
ମୋ ଅନାହତ ପରମାୟୁ ?
ଜୀବନର ସର୍ବନାମ, ତ ? କେବଳ ଜୀବନ ହିଁ ହୋଇପାରେ ,ସଖା ?
ପଛରେ ଅନେକ ଶବମାନଙ୍କ ଗହଳି ,
ପାରି ହେବାକୁ ଅଛି
ସାତ ସମୁଦ୍ର ତେର ନଈ ?
ଅସୀମ ଆୟୁଷ୍ମାନ ମାନଙ୍କ ତଥାସ୍ତୁର
ତାକତ ସରିବା ପୂର୍ବରୁ ?
ମୋତେ,
ବିଲୀନ ହେବାର ଅଛି ; ଅମୃତସରୋବରର
ଚଉରାଶି ନାଭିପଦ୍ମରେ ।

ମଶାଣୀ ମୁହାଁ ହେଉଥିଲେ ; ସମଗ୍ର ଅର୍ଜିତ_ଅତିତ ?
ଆଣ୍ଠେଇଥିଲା !
କ୍ଷତାକ୍ତ ଆୟୁଷର ଅର୍ଧଭଗ୍ନ ଡେଣା ‘
ଅନ୍ତର୍ଦ୍ଧାନ ହେଉଥିଲେ
ଅସତ୍ୟ, ଅହଂକାରରେ ବୁଡିଥିବା ମହରା ମହରା ମୂହୁର୍ତ୍ତ ?
ଜୀବନ ଜୀଇଁବାର
ପଣ ନେଇ,
ମୃତ୍ୟୁ ଆଡକୁ ପିଠିକରି
ବଢୁଥିଲେ !
ମୋ ପାଦ ଯୋଡିକ
ଆଗକୁ,ଆଗକୁ !
ଜୀବନ ଆଡକୁ ?
ସତ୍ୟ ଆଡକୁ !
ଅମୃତ ଆଡକୁ ?

ପଛରୁ ଟାଣୁଥିଲେ
ପାପଲେସା ସ୍ନେହ ?
ଆଗକୁ ବାଟ କଢାଉଥିଲେ,
ଆଶୀର୍ବାଦଛୂଆଁ ପ୍ରତିସ୍ପର୍ଧା,
ଚାରିଛକିଆ ଚଉହଦିରେ
ମୁଁ ନିଶ୍ଚିତ ହେଉଥିଲି
କୋଉଠି ଅଛି ?
ମୋ ଥଳ ଆଉ କୂଳର ଆଦିବିନ୍ଦୁ ,
ବଢି ଚାଲିବା ଜୀବନର ସଂଜ୍ଞା !
ଅଟକି ଯିବା
ଶବାସ୍ମର ସଂକେତ ?

ଜନ୍ମ ମୃତ୍ୟୁର ଯୁପ କାଠରେ
ବାରମ୍ବାର ଫାଶି ଚଢାଯାଉଥିଲା ମୋତେ ?
ଠିକ୍ ଭୂଲର ଅଳନ୍ଧୁ ସଂନ୍ଧିରୁ
ଖୋଜୁଥିଲି ?
ନିଷ୍ପାପ,ବେଲାଳସେନ ର କଟାମୁଣ୍ଡ ?
ଜୀବନ ଯୁଦ୍ଧରେ,
ଦାୟିତ୍ୱ ମିଳିଥିଲା,ମୋତେ ?
ତାଲିକାଭୁକ୍ତ କରିବାକୁ ,
ଭେଣ୍ଡା ଭେଣ୍ଡା ସତ୍ୟ ମାନଙ୍କ
ଶବସତ୍କାରରେ ବ୍ୟବହୃତ
କଣା ପଇସା ଓ ଧଳା କଉଡି ର ଟିକିନିଖି ହିସାବ ?

ମୁଁ ଏବେ ସ୍ୱାଧୀନ ,
ସେଇ ଯୁଦ୍ଧ ଓ ଯୁଦ୍ଧରେ କ୍ଷତାକ୍ତ ପୃଥିବୀରୁ
ମୋତେ ଆଗକୁ ବଢିବାକୁ ହେବ ?
ଖୋଜିବାକୁ ହେବ ?
ମୋ ନିଶ୍ଚଳ ଶରୀର ପାଇଁ ଚୂନଧଉଳା ସମାଧି ଟିଏ ?
ସଞିବନୀ ପହଞ୍ଚିବାର
ଯୁ ‘ ନାହିଁ ?
କ’ଣ ବା ଆଉ ଲେସି ପାରିବି ?
ଏ ପ୍ରତିବେଦିତ;ପୃଥିବୀର କ୍ଷତ ରେ ?
ଏକେଲା ଚାଲିବାର ମହା ସଂକଳ୍ପ ନେଇଛି
ସତ !
ଏକେଲା !
କଣ ସ୍ୱର୍ଗ କୁ ଯାଇହୁଏ ?
ସବୁ ହିସାବ ନିକାଶ
ଏଇଠି କରି !
ବାଛି ନେବାକୁ ହେବ ?
କୋଳାହଳର ମଣିଷବସା ସହର ଠୁଁ; ଅନତି
ଆଢୁଆଳରେ ?
ନିଜ ପାଇଁ ‘
ପାଞ୍ଚ ଫୁଟ ଛ’ଇଞ୍ଚିଆ
ମାଟି ମଣୋହୀ ;ସ୍ୱର୍ଗଭୋଗ ?

ବଳରାମ ପୂଜାରୀ
କୁଡୁମୁଲୁଗୁମ୍ମା , ମାଲକାନଗିରି

9668688474

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *