କର୍ତ୍ତବ୍ୟ ହିଁ ଭଗବାନ୍
ସେଇ ବାର୍ତ୍ତା ବହନ କରି
ନିଜ ଦେଶ ଛାଡ଼ି କୋଳେଇ ନେଲ
ଭାରତ ବର୍ଷ କୁ।
କୋଟି କୋଟି ଭାରତୀୟ ଙ୍କ ହୃଦୟ ରେ
ବିରାଜିତ ହେଲ ମା ଟେରେସା ରୂପେ।
ସତରେ
କେହି ଯଦି ଦେବୀ ଙ୍କ ରୂପ ଅବୟବ
ପରି କଳ୍ପନା କରି ପାରେନା
ସେ ହିଁ ତ ତମେ, ତୁମେ ମା ଟେରେସା।
କେତେ ସରାଗ ରେ ସେବା କରିବସ
ତୁମେ ରୋଗୀ କୁ
ସତେକି
ତୁମ ହାତ ରେ ଯାଦୁ ଅଛି
ତୁମ ସ୍ପର୍ଶ ରେ ସେ ଫେରି ପାଇଛି ନୂଆ ଜୀବନ।
କଲିକତା ମହାନଗରୀର ଗଳି କନ୍ଦି ର ନିଷ୍ପାପ ଶିଶୁ ସବୁ
ଅମୃତ ରସ ଲାଭ କରି ଜୀଇଁ ଥିଲେ ନୂଆ ଜୀବନ ପାଇ
ତୁମ ର ସେହି ଅମୃତ ମୟୀ ସ୍ୱର ରେ।
ସୁଦୂର ଇଟାଲୀ ରେ ଜନ୍ମ ହୋଇ ମଧ୍ୟ
ବାଛି ଦେଲ ଏଇ ଭାରତ କୁ ତୁମ କର୍ମ ଯୋଗ
ଶ୍ୱେତପଦ୍ମା ହୋଇ ରଚିଗଲ ଇତିହାସ
ଶାନ୍ତି ଦୂତ ସାଜି ଦେଖେଇଲ ମୁକ୍ତି ର ପଥ।
ତୁମ୍ଭ ତ୍ୟାଗ ର ଅଭୟ ପଣତ ରେ ଯେ କେତେ ଭରା ବିଶ୍ୱାସ
ଦୂରେଇ ଯାଏ ସବୁ ଅହଙ୍କାର ବ୍ୟଥା ବେଦନା ସିକ୍ତ ଶବ୍ଦ।
ସାରା ସଂସାର ର ମାଆ ପରା ତୁମେ ମା
ସେଥିପାଇଁ ତ ହୋଇଗଲା ନାମ ତୁମ
‘ଆଗ୍ନେସ୍ ‘ ରୁ ଟେରେସା ପରିବର୍ତ୍ତିତ।
କିଏ ଅବା କଳି ପାରିବ ତୁମ୍ଭ ସେବା ପରିସୀମା
ରୋଗୀ ଦୁଃଖୀ ର ତୁମ୍ଭେ ଯେ ଆଶା ର ଝରଣା।
ଝରି ଯାଉ ଅମୃତ ଫଳଗୁ ପ୍ରତି ଜୀବନ ରେ
ସେବା ବ୍ରତୀ ହେଉ ନର ପ୍ରତି ଜୀବନ ରେ।
ମା ର ମମତା ଦେଇ ସବୁ କଷ୍ଟ ଲାଘବ ର ସାନ୍ତ୍ଵନା ପାଇ
କେତେ ଆଶୀର୍ବାଦ ଦିଏ ରୋଗୀ ତା ଭାଷା ଯେ କାହିଁ ।
ପୁଣ୍ୟ ମୟ ଏଇ ବିଶ୍ଵ ଶିକ୍ଷା କରୁ ସେବା ସ୍ପର୍ଶ
ଚେତେଇ ଦେଉ ଜନତା କୁ ଏଇ ସ୍ବର୍ଗ ଏହି ନର୍କ।
ସ୍ଵର୍ଣ୍ଣପ୍ରଭା ମହାପାତ୍ର।
ସୁବର୍ଣ୍ଣପୁର
9439991102
ସେବା ର ପ୍ରତିମୂର୍ତ୍ତି ମଦର୍ ଟେରେସା*
କର୍ତ୍ତବ୍ୟ ହିଁ ଭଗବାନ୍
ସେଇ ବାର୍ତ୍ତା ବହନ କରି
ନିଜ ଦେଶ ଛାଡ଼ି କୋଳେଇ ନେଲ
ଭାରତ ବର୍ଷ କୁ।
କୋଟି କୋଟି ଭାରତୀୟ ଙ୍କ ହୃଦୟ ରେ
ବିରାଜିତ ହେଲ ମା ଟେରେସା ରୂପେ।
ସତରେ
କେହି ଯଦି ଦେବୀ ଙ୍କ ରୂପ ଅବୟବ
ପରି କଳ୍ପନା କରି ପାରେନା
ସେ ହିଁ ତ ତମେ, ତୁମେ ମା ଟେରେସା।
କେତେ ସରାଗ ରେ ସେବା କରିବସ
ତୁମେ ରୋଗୀ କୁ
ସତେକି
ତୁମ ହାତ ରେ ଯାଦୁ ଅଛି
ତୁମ ସ୍ପର୍ଶ ରେ ସେ ଫେରି ପାଇଛି ନୂଆ ଜୀବନ।
କଲିକତା ମହାନଗରୀର ଗଳି କନ୍ଦି ର ନିଷ୍ପାପ ଶିଶୁ ସବୁ
ଅମୃତ ରସ ଲାଭ କରି ଜୀଇଁ ଥିଲେ ନୂଆ ଜୀବନ ପାଇ
ତୁମ ର ସେହି ଅମୃତ ମୟୀ ସ୍ୱର ରେ।
ସୁଦୂର ଇଟାଲୀ ରେ ଜନ୍ମ ହୋଇ ମଧ୍ୟ
ବାଛି ଦେଲ ଏଇ ଭାରତ କୁ ତୁମ କର୍ମ ଯୋଗ
ଶ୍ୱେତପଦ୍ମା ହୋଇ ରଚିଗଲ ଇତିହାସ
ଶାନ୍ତି ଦୂତ ସାଜି ଦେଖେଇଲ ମୁକ୍ତି ର ପଥ।
ତୁମ୍ଭ ତ୍ୟାଗ ର ଅଭୟ ପଣତ ରେ ଯେ କେତେ ଭରା ବିଶ୍ୱାସ
ଦୂରେଇ ଯାଏ ସବୁ ଅହଙ୍କାର ବ୍ୟଥା ବେଦନା ସିକ୍ତ ଶବ୍ଦ।
ସାରା ସଂସାର ର ମାଆ ପରା ତୁମେ ମା
ସେଥିପାଇଁ ତ ହୋଇଗଲା ନାମ ତୁମ
‘ଆଗ୍ନେସ୍ ‘ ରୁ ଟେରେସା ପରିବର୍ତ୍ତିତ।
କିଏ ଅବା କଳି ପାରିବ ତୁମ୍ଭ ସେବା ପରିସୀମା
ରୋଗୀ ଦୁଃଖୀ ର ତୁମ୍ଭେ ଯେ ଆଶା ର ଝରଣା।
ଝରି ଯାଉ ଅମୃତ ଫଳଗୁ ପ୍ରତି ଜୀବନ ରେ
ସେବା ବ୍ରତୀ ହେଉ ନର ପ୍ରତି ଜୀବନ ରେ।
ମା ର ମମତା ଦେଇ ସବୁ କଷ୍ଟ ଲାଘବ ର ସାନ୍ତ୍ଵନା ପାଇ
କେତେ ଆଶୀର୍ବାଦ ଦିଏ ରୋଗୀ ତା ଭାଷା ଯେ କାହିଁ ।
ପୁଣ୍ୟ ମୟ ଏଇ ବିଶ୍ଵ ଶିକ୍ଷା କରୁ ସେବା ସ୍ପର୍ଶ
ଚେତେଇ ଦେଉ ଜନତା କୁ ଏଇ ସ୍ବର୍ଗ ଏହି ନର୍କ।
ସ୍ଵର୍ଣ୍ଣପ୍ରଭା ମହାପାତ୍ର।
ସୁବର୍ଣ୍ଣପୁର
9439991102