ସୁରତା


ସତ୍ କରମ୍ , ଭଲ୍ ଗୁନ୍ ସବୁନେ ଆର୍ ସବୁବେଲେ ପରଶଂସା ପାଏସି । ସମିଆଁ ପଲାଲେ ବି ଲୋକ୍ ପୂରନା କଥା କେ ସୁରତା କରି କରି ଅଲଗା ମାନକୁ ଉଦାହରନ୍ ଦେସନ୍ । ଆଜିକାଲିର୍ ଦୁନିଆଁରେ ସଉକି, ଗହକି ବଡ୍ କଥା ଆଏ। ସଭେ ନିଜର। ଜୀବନ୍ ଜଞ୍ଜାଲେ ଘାଁଟି ହେସନ୍ ବାକି ହେ ସବୁ ଭିତରେ ବି ଅଲଗା ମାନକର୍ ଲାଗି ଟିକେ ସମିଆଁ ବହରାସନ୍ ଆର୍ ସେ ଦିନ୍ କେ ଭାବ୍, ସୁରତାର୍ ଦିନ୍ ବନେଇଦେସନ୍ ଯେନତା କି ସେ ଭେଟଘାଟ୍ କେନସି ତିହାର୍ ରୁ କମ୍ ନାଇସେ । ଇ କଥା ଇଥିର୍ ଲାଗି କହୁଁଛେ କି ଡିସେମ୍ବର୍ ମାସ୍ ଆଏଲାନ। ଭାବଲେ ଏନତା ଲାଗୁଛେ କି ବଛର୍ ଟା ଏଭେ ମୂଲ୍ ହେଇଥିଲା ଆର୍ ଇହାଦେ ଦେଖୁନ୍ ଦେଖୁନ୍ ସରିଯିବାନ । ସବ୍ ନିଜର୍ କାମବୁତାରେ ଏନତା ହିସାବେ ଲାଗିଛନ୍ ଯେ ବାର ମାସ୍ ବି ସୋର୍ ସୁତର୍ ନି ପାଏବାର୍ କେ ମାଏକି । ସତେ ଯେନତା ସୂରୁଜ୍ ଦେବତା ୩୬୫ ଦିନ୍ ଉଦୁଛନ୍ ବୁଡୁଛନ୍ ହେଲେ ଆମର୍ ଧିଆନ୍ ନାଇଁ। ତୁନ୍ ପଡିକରି ଘାଏ ବସିକରି ଭାବଲେ କେନତା ଲାଗି ଯଉଛେ । ବଛର୍ ଟାକର୍ ଯେତେ ଭଲ୍ ଅସାର୍ ସବୁ ଆମର୍ ଆଏଁଖ ସାମନାରେ ନାଚୁଛେ ।

ସୁଦେଷ୍ଣା ମିଶ୍ର

ସାଗରପଡା, ବଲାଙ୍ଗୀର

Leave a Reply

Your email address will not be published. Required fields are marked *