ସମିଆ ଜାନି ବଦ୍ଲିସି ମୁନୁଷର୍ ଭାବ୍ନା,ଚିନ୍ତା,ଚେତ୍ନା,ଚାଲି ଚଳନ୍,ଆଚାର୍ ବେଭାର୍,ପିନ୍ଧନ୍,ଉଢନ୍,ଖାନାପିନା ଆଦି ।ମୁନୁଷ୍ ସବୁବେଳେ ପୁର୍ନା କେ ଛାଡତେଲ୍ ଜାଏସି ଆଉ ନୂଆଁ କେ ଆବ୍ରି ଧର୍ସି ଆଉ ସେ ନୂଆଁ ଥି ଏକା ନୂଆଁ ନୂଆଁ ସପନ୍ ଦେଖ୍ସି,ନୂଆଁ କଳ୍ପନା କର୍ସି ।କବି ଲେଖକ୍ ବି ତାକର୍ ଲେଖାକେ ଏଖେଇ ଘାଏକେ ପାଠକ୍ ନିକେ କେନ୍ତେଇ ପଁହଚେଇ ପାର୍ବେ ସେ ଉପେ ବାହାର୍ କର୍ସନ୍ ।ପହେଲା ସାହିତ୍ୟ କଥା ଯଦି ଆମେ ଚିନ୍ତା କର୍ମା ସାହିତ୍ୟ ସମାଜର୍ ହିତେ ସାଧ୍ନା କର୍ବାର୍ ଲାଗି ବଲି ନା ତାର୍ ସାହିତ୍ୟ ହେଥିର୍ ଲାଗି ସାହିତ୍ୟ କେ ସମାଜର୍ ଦର୍ପନ କୁହାଯାଏସି ।ସାହିତ୍ୟ ଏକା ଗୁଟେ ନୂଆଁ ସମାଜ୍ ଗଢବାର୍ ଧର୍ସା ଦେଖାସି ।ନୁକୋ ସାହିତ୍ୟ ଗୁଟେ ଭଲ୍ ଗୁରୁଟେ ହଇ ସମାଜର୍ ବାଟ୍ କଢୁଆଲ୍ ହେସି । ସାରା ବିଶ୍ଵ ସାହିତ୍ୟରେ ପହେଲା ସାହିତ୍ୟ ହେଉଛେ ଲୋକ ସାହିତ୍ୟ ।ଜେନ୍ଟା କି ମୁହେ ମୁହେ ଲୁକର୍ ନୁ ସୁନି ସୁନି ମନେ ରଖୁଥିଲେ । କିଛି ଲିପି ନାଇଥାଇ କି ସଂଗ୍ରହ କର୍ବାର୍ ନଜର୍ କେ ନେଇ ଆସିଥାଇ ।ଧୀରେ ଧୀରେ ମୌଖିକ ନୁ ଲିଖିତ୍ ସାହିତ୍ୟର୍ ସିର୍ଜିନା ହେସୀ,କାଗଜ୍ ର ବେଭାର୍ ହେସି ବହି ପ୍ରକାଶିତ୍ ହେସି ପାଠକ୍ ଠାନ୍କେ ବହି ପଁହଚିସି ।ଆଜିର୍ ଦିନେ ବହି ପଢ୍ବାର୍ କେ କାହାରିର୍ ପାଖେ ସମିଆଁ ନାଇଁନ ଏଭେ ସମିଆଁର୍ ସାଙ୍ଗେ ସାହିତ୍ୟର୍ ଧାରା ବି ବଦ୍ଳିଛେ ଡିଜିଟାଲ୍ ସାହିତ୍ୟ,technology ର ଯୁଗ ଆରମ୍ ହୋଇଛେ ।ଡିଜିଟାଲ୍ ଭାରତ୍ ଗଠନର୍ ଗୁଟେ ଡାକ୍ରା ଭାରତ୍ ସରକାରର୍ ୨୦୧୫ ରେ ମୁଲ୍ ହଇଥିଲା ଯାହାର୍ ଲକ୍ଷ୍ୟ ଥିଲା ସବୁ ନାଗରିକ୍ ମାନଙ୍କୁ ଡିଜିଟାଲ୍ ସଶକ୍ତିକରଣ୍ କର୍ବାର୍ ଟା ।ଇହାଦେର୍ ଯୁଗେ ମୁନୁଷ ମୁବାଇଲ୍ ନେହେଲେ ଆଉ ଚଳିନେପାର୍ବାର୍ ଆଉ ଇ ଇଣ୍ଟର୍ନେଟ୍ ମାଧ୍ୟମ୍ ଥି ପାଠକ୍ ପାଖ୍କେ ଭିନ୍ ଭିନ୍ ଗଣମାଧ୍ୟମ୍ ଜରିଆନୁ ଏଖେଇ ଘାଏକେ କବିତା,ପ୍ରବନ୍ଧ,ଗଳ୍ପ,ସମାଲୋଚନା ସାହିତ୍ୟ ସବୁ ପହଚି ପାରୁଛେ ଆଉ ଇ social media ବେଭାର୍ ସାହିତ୍ୟର୍ ବୁଡତି ଡଙ୍ଗାକେ ଟେକି ଧରିଛେ ବୋଲି କହେଲେ ଭୁଲ ନାଇଁ ହୁଏ ।
ଉଡିଆ,ଇଂଗ୍ଲିଶ,ହିନ୍ଦୀ ଭାଷା ବାଗିର୍ ଆମର୍ ସମ୍ବଲପୁରୀ ଭାଷା ବି ସାମାଜିକ ଗଣ ମାଧ୍ୟମ ନେ ଖୁବ୍ ଆଗ୍କେ ପାହା ଥାପ୍ଲାନ ଜେନ୍ଟା କି ଫେସବୁକ୍ ସାହିତ୍ୟ,ଫେସବୁକ୍ କଳାପଟା,କଳାପଟା ସାହିତ୍ୟ,ହ୍ଵାଟସ୍ ଏପ୍ ଗୁହୁଡି,ମେସେଞ୍ଜର୍ ସାହିତ୍ୟ,ୱେବ୍ ପୋର୍ଟାଲରେ ସାହିତ୍ୟ ,ଅନ୍ଲାଇନ୍ ସାହିତ୍ୟ ଆସର୍,ଇ- ପତ୍ରିକା,ଇ- ବୁକ୍ ବାଗିର୍ ଗଣମାଧ୍ୟମରେ ଆମର୍ ସାହିତ୍ୟର୍ ପ୍ରଚାର୍ ପ୍ରସାର୍ ଖୁବ ହେଉଛେ ।ଭିନ୍ ଭିନ୍ ସାହିତ୍ୟ ସଂସଦ୍ ମାନେ ଇ ପ୍ରକାର୍ ସାହିତ୍ୟ ଆୟୋଜନ୍ କରି କବି ଲେଖକ୍ କେ ସମ୍ମାନିତ ବି କରୁଛନ୍ ।ସେ ସାହିତ୍ୟ ସଂସ୍ଥା ମାନେ ହେଲେ ନୂଆସକାଳ ସାହିତ୍ୟ ଅନୁଷ୍ଠାନ ଡ଼ୁଙ୍ଗୁରିପାଲି,ଘଣ୍ଟି ସାହିତ୍ୟ ପରିବାର୍ ଚିପଳିମା,ତେଜସ୍ବିନୀ ସାହିତ୍ୟ ବଲାଙ୍ଗିର,କଲମ ସାହିତ୍ୟ ସଂସଦ ସମ୍ବଲପୁର ଅ ପତ୍ରିକା କଳାହାଣ୍ଡି ଷ୍ଟୋରି ମିରର୍,ପ୍ରତିଲିପି,ସାହିତ୍ୟ ଚର୍ଚା ବାଗିର୍ ବହୁତ ଅଛେ ଜେନମାନେ କି ଗୁଟେ ଗୁଟେ ଟପିକ୍ ଦେଇକରୀ କବିତା ଗପ ଲେଖବାର୍ କେ ଆମର୍ ବାହିର୍ ଲେଖକ୍ ମାନ୍ଙ୍କୁ ତହଁକାସନ୍ ଆଉ ଖୁବ୍ ଉଚା ଦରଜାର ଲେଖାମାନେ ପଢ୍ବାର୍ କେ ମିଲସି social media ରେ । ଗୁଟେ ବିନ୍ଦୁ ଭିତ୍ରେ ସିନ୍ଧୁର୍ ପରିକଳ୍ପନା କରୁଥିବାର୍ ସାହିତ୍ୟ ,କମ୍ ଶବଦ୍ ଥି ଜହ କଥା କହୁଥିବା ସାହିତ୍ୟ ହେଉଛେ କଲାପଟା ସାହିତ୍ୟ ଆଉ ଇ କଳାପଟା ସାହିତ୍ୟ ସମାଜ୍ କେ ସୁଧାରବାର୍ ନୂଆଁ ଦିଶା ଦେଖେଇଛେ ।ପହେଲା କରି ବୀର ମାଏଟ୍ ଘେଁସ ନୁ ୨୦୦୩ ସାଲେ ମୁଲ କର୍ସନ୍ ମାଏନ୍ତା ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ଆଜ୍ଞା ।ତାର୍ ପରେ ପରେ ସାରା ପଶ୍ଚିମ ଉଡିଶା କେ ଫଏଲି ଜାଏସି ଇ କଳାପଟା ସାହିତ୍ୟ ଯାହାର ପ୍ରଚାର୍ ପ୍ରସାର୍ ର ମୁଖ୍ୟ ଭୁମିକା ନେସି Social Media ।କଲାପଟା ସାହିତ୍ୟ ଭିତରେ ପୀତାମ୍ବର ଗୁରୁଙ୍କର ବାଟଦୁଆରୀ କଳାପଟା (୨୦୦୭),ପରମେଶ୍ଵର ବିଶିଙ୍କ ବାଟର ପଦେ କନସିଂହ। (୨୦୧୨),ବୈରାଗୀ ସାହୁ ଆଜ୍ଞାଙ୍କର ଘାଏ ଦେଖତ ଗାଏସିଲେଟ ବରଗଡ(୨୦୧୫), ରଞ୍ଜନ ପଣ୍ଡା ଛାଏଁ ଛାଏଁରା ଦଶମାଇଲ, ଲକ୍ଷ୍ମଣ ମଲ୍ଲିକ ଅଜ୍ଞାଙ୍କର ବାଟ୍ ତରାର୍ ବାସ୍ ପତରି କଲାପଟା ସହଁରାଟିକିରା (ଭେଡନ୍) କବି କୃପାସିନ୍ଧୁ ମହାକୁରଙ୍କ ମହାଖଳା କର୍ତ୍ତଙ୍ଗ ସୋନପୁର(୨୦୧୯)ସୁରେନ୍ଦ୍ର ମେହେରଙ୍କ “ବାଟ୍ କଢୁଆଲ” ବୁବୁଡା ପଦ୍ମପୁର(୨୦୧୯) ,ଲୋକନାଥ ନାଗ୍ ଙ୍କର୍ ଖୁଦାନ୍ କଳାପଟା ସାହିତ୍ୟ (୨୦୨୦),କିଶୋର ଚନ୍ଦ୍ର ପାତ୍ରଙ୍କ କଲାପଟ। କାଲିଆ କିରିମଟିକରା ଅତାବିରା,ଭରତ ନାୟକଙ୍କ ଝାଏରେ ବନ୍ଦପାଲି,ମୁଲକି ହଁସି ଜେ ଶ୍ରୀଗିଡା,କ୍ଷୀରୋଦ କୁମାର ସାହୁ କାଁଥି ର ବରପିଟା କବିତା(୨୦୧୮),କିଶୋର ମେହେର ଆଜ୍ଞାଙ୍କର ଦରପନ,ସମ୍ବଲପୁର ପଶ୍ଚିମାଞ୍ଚଳ ଏକ୍ତା ମଞ୍ଚର ସମ୍ବଲପୁରୀ କାଁଥି, କାଁଥି ସାହିତ୍ୟ ବାଟର୍ ଛଏଁରା ସମ୍ପାଦକ ନିଗମାନନ୍ଦ ଦାସ ବଙ୍ଗେମୁଣ୍ଡା,ଦୁର୍ଲଭ ଗଡତିଆ ବୀର ବଜରଙ୍ଗ କୋଶଳ କଲାପଟା ଲାଦେରପାଳି ଅତାବିରା,ପ୍ରଭାତ କୁମାର ଖମାରି ପଲସାଫୁଲ ପଲସାଗୋରା ବଉଦ,ମୀଏନ୍ତା ନାରାୟଣ ଭୋଇ ଆଜ୍ଞାଙ୍କ ଆମର ଗାଁ କଳାପଟା,ସାହଯୋଟ ବଲାଙ୍ଗିର,ରୁମକୁଝୁମାନା ସୁବର୍ଣ୍ଣପୁର, ,ନିଷାନ କୁଟୁମ ତୁଷରା,ଘଣ୍ଟି ସାହିତ୍ୟ ଘର ଚିପିଳିମାର ସାହିତ୍ୟ କଳାପଟା,ବାଟ ଦୁଆରୀ ପଡା,ଫେସବୁକ କଳାପଟା ଅମରିଫୁଲ ବାଗିର କେଥିନ କେତେ କଲାପଟା ସାହିତ୍ୟ ଆମର୍ ଭାଷା ସାହିତ୍ୟର୍ ବଢ୍ତି ଦିଗେଁ କାମ୍କରି ଆସୁଛନ୍ ।
ସମ୍ବଲପୁରୀ ସାହିତ୍ୟ ଥି ଅନ୍ଲାଇନ୍ କବିତା ଆସର୍,ପ୍ରବନ୍ଧ ପାଠ୍,ଗଳ୍ପ ଆସର୍ ମାନେ ଭିନ୍ ଭିନ୍ ସାହିତ୍ୟ ଅନୁଷ୍ଠାନ୍ ଆୟୋଜନ୍ କରୁଛନ୍ ।କାରୋନା ସାମିଆନୁ ଇ ଗୁଗୁଲ୍ ମିଟ୍ ଅନ୍ଲାଇନ୍ ଆସର୍ ମାନେ ଜହକରି ହେବାର୍ ଦେଖବାର୍ କେ ମିଳିଛେ ।ଇଟା କର୍ବାର୍ ଦ୍ଵାରା ଲେଖକ୍ ମାନେ କବିତା,ଗପ,ପ୍ରବନ୍ଧ ଶୁନୁଛନ୍ ଆଉ ନିଜର୍ ମତାମତ୍ ବି ରଖୁଛନ୍ ଜେନ୍ଟା କି ସମାଲୋଚନା ସାହିତ୍ୟର୍ ଗୁଟେ ଦିଗ୍ ପଏର୍ଚ୍ଛା ସଫା ଦିଶୁଛେ ।କବି ଲେଖକ୍ ମାନେ ନିଜର୍ ସିର୍ଜିନା ପାଠକ୍ ପାଖ୍କେ ଖୁବ ଜଲ୍ଦି ପଁହଚେଇ ପାରୁଛନ୍ ହଜାର୍ ହଜାର୍ ପାଠକ୍ ପାଠିକା ମାନେ ପଢି ସୁନି ପାରୁଛନ୍ ଘରେ ବସିକରି ।ଆଲୋଚକ୍ ମାନେ ବି ସ୍ରଷ୍ଟା ମାନଙ୍କର୍ ସର୍ଜନା କେ ସୁନି କରି ଆଲୋଚନା କରୁଛନ୍। ଗୁଗୁଲ୍ ମିଟ୍ ଅନଲାଇନ୍ ଆସର୍ ଥି ବହି ବି ଉନ୍ମୋଚନ୍ କରାହେଉଛେ ।ତଁହକବାର୍ ଲାଗି ଭିନ୍ ଭିନ୍ ଅନୁଷ୍ଠାନ୍ ଇ- ପ୍ରମାଣ ପତ୍ର ମାନେ ବି ଲେଖକ୍ ମାନ୍କୁ ଦେଉଛନ୍ ।ଆମର୍ ବାହିର୍ ଘଣ୍ଟି ସାହିତ୍ୟ ଘର,”ଅ” ପରିବାର କଳାହାଣ୍ଡି,ନିସାନ୍ କୁଟୁମ୍ ତୁଷରା ବାଗିର୍ ବହୁତ ସାହିତ୍ୟ ଅନୁଷ୍ଠାନ୍ ମାନେ ମାସ୍କେ ଥରେ ଦୁଇଥର୍ ଗୁଗୁଲ୍ ମିଟ ଅନ୍ଲାଇନ୍ ଆସର୍ କରୁଛନ୍ ଆମର୍ ଭାଷାର୍ ବଢତି ଲାଗି ।
ଆମର୍ ଭିନ୍ ଭିନ୍ ହ୍ଵାଟସ୍ ଏପ୍ ଗୁହୁଡି ମାନେ ନୂଆଁସକାଳ,ଅ ପରିବାର,କାଏଁସ ଫୁଲ୍ ସାହିତ୍ୟ,ଯେତେ କଳାପଟା ସାହିତ୍ୟ ଅଛେ ସମକିରର୍ ହ୍ଵାଟସ୍ ଏପ୍ ଗୁହୁଡି ଅଛେ ଇ ସମିଆଁର୍ କବିମାନେ ଗୀତି କବିତା,ଆଧୁନିକ୍ କବିତା,ସମ୍ୟବାଦୀ କବିତା ଲେଖବାର୍ କବି ମାନେ ଅଛନ୍ ସେମାନଙ୍କର ଭିତରେ କୃଷ୍ଣଚନ୍ଦ୍ର ଭୋଇ –ସବୁତ ଗଲାନ ଲୁକି, ୧୪୨ ଟା ପଦ,ଉମେଶ ପଧାନ ଖେଦପାଳିର ୨୩୩୪ ଟା ଏକପଦୀ,ବିନୋଦ ବେଇକାର,ମୁରଲୀ ଶିକା,ତପନ ସାହୁ,ତରଣି ମେହେର,ନମିତା ଦୀପ,ପରମେଶ୍ଵର ବିଶି,ମନୋରଞ୍ଜନ ସାହୁ,ବୃନ୍ଦାବନ ସାହୁ,ସଂଗୀତା ମୋହନ ଗହିର, ଦେବେନ୍ଦ୍ର ସାହୁ,ଯୁବରାଜ କୁଦେଇ,କିଶୋର ସାହୁ,ଶଙ୍କର ସାହୁ,ହେମନ୍ତ ଦାସ,ବୈରାଗୀ ସାହୁ,ସୁରେନ୍ଦ୍ର ମେହେର,ଫାଲ୍ଗୁନୀ ରଣା,ଫିରୋଜ ପଟେଲ,ତଫିଜୁଲ୍ ହୋସେନ୍ ବାଗିର୍ ବହୁତ୍ କବି କବୟତ୍ରୀ ମାନେ ଆମର୍ ଭାଷା ସାହିତ୍ୟ କେ ହ୍ଵାଟସ୍ ଏପ୍ ଗୁହୁଡି ମାନକେ ନିଜର୍ ଲେଖାକେ ଖୁବ୍ ସହଜେ ପ୍ରକାଶିତ କରି ପାରୁଛନ୍ ।
ୱେବ ପୋର୍ଟାଲି ମାନକେ ବି ସମ୍ବଲପୁରୀ ସାହିତ୍ୟର୍ ପ୍ରଚାର୍ ପ୍ରସାର ଲାଗି ଆଗକେ ପାହା ଥାପି ଥିବା ସଂସ୍ଥା ମାନେ ହେଲେ କଲମ ପରିବାର ସମ୍ବଲପୁର,ଷ୍ଟୋରିମିରର ମୁମ୍ବାଇ,ପ୍ରତିଲିପି,ସୃଷ୍ଟି ସଂମ୍ଭାର ।ଇ ୱେବ ପୋର୍ଟାଲ ମାନକେ ସଂପାଦକୀୟ,କବିତା,ଗପ,ପ୍ରବନ୍ଧ,ଆଲୋଚନା,ବ୍ୟଙ୍ଗ,ପୁସ୍ତକ ସମୀକ୍ଷା,ସାକ୍ଷାତକାର,ଶିଶୁ ସାହିତ୍ୟ,କବିତା ଆବୃତି,ଜୀବନୀ ସବୁ ସଜେଇ କରି ଥିସି ଜେନ ବିଭାଗ ଥି ଲେଖାଦେବେ ସେ ବିଭାଗ ଥି ପ୍ରକାଶିତ କରିପାରବେ ।ଇଟା ଫେସବୁକ ନୁ ଟିକେ ଅଲଗା ଇନୁ ସାଙ୍ଗେ ସାଙ୍ଗେ ଲେଖା ପ୍ରକାଶିତ ନାଇ ହୁଏ କେତେଟା ୱେବ ପୋର୍ଟାଲ ମାନଙ୍କେ ଏଡିଟର ଥିସନ ଏଡିଟ କରିସାର୍ଲା ପରେ କବିତା ପ୍ରକାଶିତ ହେସି ।
ଫେସବୁକ ବାଗିର ଶିଘା social media ଜେନଥିକି କବିତା,ଗପ,ପ୍ରବନ୍ଧ,ଆଲୋଚନା ଛାଡୁନ ସାଏର ପ୍ରକାଶିତ ହେଉଛେ ତାହକେ ଫେସବୁକିଆ ସାହିତ୍ୟ କହେଲେ ବି ଚଳବା ଆଉ ସେଟା ହଜାର୍ ହଜାର୍ ଲୋକ୍ ପଢୁଛନ୍ ।ନିଜର୍ ମତାମତ୍ ରଖୁଛନ୍,ବଡଭାଗୀ କବିତା ହେଉ ସାହିତ୍ୟର୍ ଅଲଗା କେନସି ବି ବିଭାଗରେ ଜେନ ଲେଖା ମାନେ ଆସୁଛେ ସେ ଲେଖା ମାନକୁ ଠିକ୍ ସେ ତର୍ଜମା ନେକରି ok,very nice, excellent,ବଢିଆ ହଇଛେ ଲେଖା,ମୁଲା ଆଙ୍ଗୁଟ ଚିହ୍ନା,ଜୁହାର ଚିହ୍ନା ବାଗିର ଇମୋଜି ଚିହ୍ନା ମାନେ ଦେଇକରି ଭଲ ଲେଖା ବଲି କହିଦେଉଛୁଁ ।ଜେନ ଇ ସବୁ ମତାମତ ଦେଉଛୁ ଅଧା ପଢିକରି ଦେଉଛନ୍ ଅଧା ନେଇ ପଢିକରି ଉସ୍କାବାର ଲାଗି ହୁଏତ ଆମେ ଲେଖବାର କେ ତଁହକ୍ ପାଉଛୁ ହେଲେ ଆମର୍ ଲେଖା ସେ ଷ୍ଟାଣ୍ଡାର୍ଡ ରେ ରହିଜଉଛେ ।ଯଦି ବି ଫେସବୁକ ଆମର ସାହିତ୍ୟର ପ୍ରଚାର ପ୍ରସାର ଲାଗି ଗୁରଦୁଟେ କାମ କରୁଛେ ଫେର ବି କିଛି କିଛି କମି ରହିଗଲା ବାଗିର ଲାଗସି । ଯଦି ଇ ଲେଖା ମାନକର୍ ଭୁଲ୍ ଠିକ୍ ନିର୍ଣ୍ଣୟ କରି ମତାମତ ଦେଲେ ଲେଖାର ବି ଉଜନ ବଡତା ଆଉ ଉଚାଦରଜାର୍ ଲେଖାମାନେ ଆମର ପାଖକେ ଆଏତା ।ଇ ପରିପ୍ରେକ୍ଷୀରେ ଥରେ ହିନ୍ଦୀ ସଂବାଦ ପତ୍ରରେ ପଚରାଯାଇଥିବା ଗୁଟେ ପ୍ରଶ୍ନର ଉତ୍ତର ଦେଇ ଜାମଶେଦପୁରର ଜଣେ ଲେଖକ ପ୍ରଫେସର ଅଭିନାଶ କୁମାର କହିଥିଲେ,”ଆଜିରର ସାହିତ୍ୟ ଫେସବୁକ,ହ୍ଵାଟସଆପ ଓ ଟୁଇଟର ଭିତରେ ସୀମିତ ହଇଁ ରହିଜାଇଛେ ।ସାହିତ୍ୟର୍ ଲେଖନକାର ମାନଙ୍କର ସଂଖ୍ୟା ବଢିଛେ ହେଲେ ଆଜିରର ସାମିଆ ଉପରେ ଉଜନଦାର ଲେଖାର ଲେଖକ ସଂଖ୍ୟା କମି ଯାଇଛେ ।ଏଛେନ social media ଥି ଅହରହ ଝନେ ଝନେ ନୂଆଁ ସାହିତ୍ୟକ ଜନମ ହେଉଛନ ।ଆଉ ଇ ଲେଖକ ମାନେ କିଛି କମେଣ୍ଟ ଆଉ ଲାଇକ ଦେଖି କରି ନିଜକେ ବଡ ଲେଖକ ବଲି ଭାବି ଦେଉଛନ୍ ।ଜେନଥିର ଲାଗି ସାହିତ୍ୟ ପଢବାର୍ ସଉକ୍ କମିଯାଉଛେ ।“ ବାସ୍ତବ ଥି ଏନ୍ତା ଆମେ ଦେଖବାର କେ ପାଉଛୁ ।
ସହାୟକ ଗ୍ରନ୍ଥ ସୂଚୀ
୧)-ଡିଜିଟାଲ ଭାରତ ଓ ଓଡିଆ ସାହିତ୍ୟ :ପ୍ରାଧ୍ୟାପକ ଉଦୟନାଥ ସାହୁ ସାହିତ୍ୟ ଚର୍ଚା
୨)-କଳାପଟା ସାହିତ୍ୟର କଥା: ଯୁବରାଜ କୁଦେଇ
୩)- କରୋନା କାଲେ ସାହିତ୍ୟର ଦର୍ପନ ଥି ସା
ମିଆର ଚେହେରା ଆରୁ ଦୁସର ଦୁସର କଥା : ରଞ୍ଜିତ ବେହେରା ନୂଆଁ ସକାଳ
୪)-ଫେସବୁକିଆ ସାହିତ୍ୟ: ନିହାର ଶତପଥୀ ସାହିତ୍ୟ ଚର୍ଚା