ସାଧବ ବୋହୁ


ବରଷା ର ଧାରାଦେଖି ଦିଏ ଯେବେ
ଉଲୁସି ଉଠଇ ସାଧବ ବୋହୁ ର ମନ
ତା ଦେହେ ଗୁଡାଇ ନାଲିଆ ପାଟଟି
ହରି ସଭିଙ୍କ ମନ ।
ତା ଆଖି ସଜଳ ମୁହଁଟି ସୁନ୍ଦର
ଚାହାଣି ରେ ମନ ଜିଣେ
ତା ଚାଲିରେ ସତେ ଫୁଲ ଝଡି ପଡେ
ଓଠରେ ଗୋଲାପୀ ବୁଣେ
ଚାରି ଆଡେ ଯେବେମେଘ ଘୋଟି ଯାଏ
ଚଉଦିଗେ ଯାଏ ଭରି
ଅତି ଖୁସି ମନେ ସାଧବ ବୋହୁଟି
ଚାଲୁ ଥାଏ ଥିରିଥିରି
ଘାସ ଗାଲିଚାରେ କଅଁଳ ପତରେ
ମୋତି ସମ ପାଣି ଝରେ
ଲାଲ ଟୁକୁ ଟୁକୁ ସାଧବ ବୋହୁର
ନାଲିଆ ପାଖକୁ ଧରେ
ବାଡି ବଗିଚାରେ ସବୁଜ କ୍ଷେତରେ
ସବୁଠି ସୁନ୍ଦର ଢେଉ
ସାଧବ ବୋହୁ ର ମିଠାମିଠା ହସ
ତା ଓଠୁ ଝରଇ ମହୁ ।
ପାଟ ଶାଢୀ ପିନ୍ଧି ଝଲମଲ ହୋଇ
ବହୁତ ସୁନ୍ଦର ଦିଶେ
ସୁନେଲି ରଙ୍ଗର ଧାନ କ୍ଷେତ ମଧ୍ୟେ
କିରି କିରି ହୋଇ ହସେ

ରାଧାରାଣୀ ପଟ୍ଟନାୟକ
ବରଗଡ
ଫୋନ–8917237137

Leave a Reply

Your email address will not be published. Required fields are marked *