ସଲାମ୍ କଲମ ସଲାମ୍

ଚାଲୁଛ ଚାଲୁଛ ଅନାଦି କାଳରୁ
ଚାଲିବା ତୁମରି କାମ,
ଶିଳାଲେଖ ଅବା ହେଉ ତାଳପୋଥି
ସେବେଠୁ ନାହିଁ ବିରାମ l
କାଗଜ ପୃଷ୍ଠାରୁ ବୈଜ୍ଞାନିକ ସୃଷ୍ଟି
ଲେଖାଯନ୍ତ୍ର ସରଞ୍ଜାମ,
ସଲାମ୍ କଲମ ସଲାମ୍ ll

ଗୀତା ଭାଗବତ ଛାନ୍ଦ ଚଉତିଶା
ମାଳିକା ପୋଥି ପୁରାଣ,
ରସମୟ ଗୀତ କାବ୍ୟ ଉପନ୍ୟାସ
ଭଜନ ଆଉ ଜଣାଣ l
ହୃଦୟର ବାର୍ତ୍ତା ସନ୍ତର୍ପଣ ଚିତ୍ତ
କେଇ ପଇସାର ଦାମ,
ସଲାମ୍ କଲମ ସଲାମ୍ ll

ସତ୍ୟର ନିର୍ଘୋଷ ଲେଖନୀ ଚାଳନା
ଶରୀରେ ସଂଯୋଗୀ ପ୍ରାଣ,
ବ୍ୟଥିତ ହୃଦୟେ ସାନ୍ତ୍ୱନା ଭରିଛ
ଦୁର୍ବଳରେ ସାହା ପଣ l
ନିର୍ଭୀକ ଦାମ୍ଭିକ ନିରପେକ୍ଷ ମୂର୍ତ୍ତି
ଶାଣିତ ତୁମରି ମୂନ,
ସଲାମ୍ କଲମ ସଲାମ୍ ll

ଚେନାଏ ଚେନାଏ ଚେତନା ବିତରି
ତୁଟାଇ ଦେଇଛ ଭ୍ରମ,
ନିରବେ ନିରବୀ ପଥ ଚାଲି ଚାଲି
ନିଭାଇ ଆପଣା ଧର୍ମ l
ଓଲଟ ପାଲଟ କରି ପାର ମହୀ
ତୁମେ ଖଡ଼ଗ ବନାମ,
ସଲାମ୍ କଲମ ସଲାମ୍ ll

ମନୋରଞ୍ଜନ ସୁରୁଜାଲ
ଆଇଁଲାପାଲି, ଧମା, ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *