ଦିନେ ସମୟଥିଲା
ମୁଁ ଜିଦ୍ କରୁଥିଲି ବାପାଙ୍କ ସହ
ଏ ସହରକୁ ଦେଖିବା ପାଇଁ |
ଦିନେ ସମୟ ଆସିଲା
ମୁଁ ଆସିଲି ଏ ସହରକୁ
ମୋ ଭବିଷ୍ୟତକୁ ଖୋଜିବା ପାଇଁ |
ଏମିତି ଏକ ସମୟ ଆସିଲା
ମୁଁ ବାରମ୍ବାର ଆସିଲି ଏ ସହରକୁ
ମୋ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ |
ହଁ ଦିନେ ଏମିତି ବି ସମୟ ଆସିଲା
କେବଳ ଥରୁଟିଏ ଆସିଲି
କେବଳ ତା’ ପାଇଁ |
ହଁ ନିରିଖେଇ ବହୁବାର
ଦେଖିବାକୁ ଚେଷ୍ଟା କରିଛି
କେବେ ସମୟ ତ ପୁଣି କେବେ
ପରିସ୍ଥିତି ବାଧକ ସାଜିଛି |
ହଁ ସମୟ ବଦଳିଛି
ମାନସିକତା ବି ବଦଳିଛି
ଖୋଲାପଡ଼ିଆ ଏବେ ପଂଚତାରକା
ହୋଟେଲର ରଂଗବେରଂଗ
ଆଲୋକମାଳାରେ ଝଲସୁଛି |
ରାଜରାସ୍ତାର ଦୁଇପାର୍ଶ୍ୱ ଏବେ
ରାଜଧାନୀର ଐତିହ୍ୟ ବଖାଣୁଛି
ମୋ ବସ ବି ତା’ ଗନ୍ତବ୍ୟସ୍ଥଳ ପାଇଁ
ଗତି କରିଚାଲିଛି |
କିଛି ଅଛପା ଏମିତି ବି ରହିଛି
ଯେମିତି କି
ମୁଁ ତୁମକୁ ବା ତମ ପାଇଁ ତାକୁ
ଦେଖିବାକୁ ବାରମ୍ବାର ଆସୁଛି |
ଦିନେ ଏମିତି ସମୟ ଆସିବ
ସବୁ ସ୍ୱପ୍ନ, ସ୍ୱପ୍ନ ହୋଇ ରହିଯିବ
କେଉଁ ପରିବର୍ତ୍ତନର ଉଦ୍ଭଟ ମାନସିକାତରେ
ଅଂହ ଭାବ ହୀନମନ୍ୟତାର ଶିକୁଳିରେ |
ତଥାପି ମୁଁ ଦିନେ ଆସିବି
ତୁମ ପାଇଁ ନହେଲେ
ତୁମ ବାହାନାରେ
ରାଜଗୁରୁ