ସମୟର ଗତି

ସଭ୍ୟତା ସହିତ ସଂସ୍କୃତିକୁ ମଣିଷ ଯେବେ ନ ମାନଇ
ପରିବେଶ ସହିତ ପ୍ରକୃତି ମଧ୍ୟ ବିପରୀତ ମୁଖି ହୁଅଇ

ସମୟର ଗତି ଆଗକୁ ବଢିବା
ନିତି ତାହା ଆଗକୁ ବଢଇ

ସମୟ ସହିତ ଓତଃପ୍ରୋତ ଭାବେ
ଆଧୁନିକତା ହୋଇଛି ଯୋଡେଇ

ଖାଦ୍ୟ ପାନୀୟ ସହିତ ବଦଳି ଗଲାଣି ମଣିଷର ରହଣି ସହଣି
ଆଧୁନିକତାର ଛାପ ଏମିତି ପଡିଛି

ପରମ୍ପରାକୁ ଭୁଲି ସେ ଆପଣେଇଛି
ନୂତନ ଚାଲି ଚଳଣି

ସବୁ ଠିକ୍ ହେଲେ ସୀମାରେଖା ଭିତରେ
ଆଧୁନିକତା କେବେଠୁ ହେଲାଣି

ସାମାଜିକ ଲଜ୍ଜ୍ୟା ଆଉ ମାନ
ସମ୍ମାନର ଉର୍ଦ୍ଧରେ

ଲଜ୍ଜ୍ୟା ରୂପକ ଗହଣା ପିନ୍ଧି
ନାରୀ ଦିଶେ ସୁନ୍ଦର ଶାଳୀନ

ଏହି ଗହଣାକୁ ଉତାରି ଫିଙ୍ଗିଲେ
ପାଲଟି ଯାଏ ସେ ବିକୃତ ଓ ନଗ୍ନ

ଦିଅଁଙ୍କୁ ଲଗାଅ କି ନିଜ ମଥାରେ ଲଗାଅ
ମହକ ହରାଏ ନାହିଁ ବାସ ଚନ୍ଦନ

ପଙ୍କରେ ପୁଷ୍ପିତ ହେଲେ ମଧ୍ୟ କେବେ
ହୁଏନି ସରୋଜ ମଳିନ

ସମାଜରେ ଅଛି ଉଚ୍ଚ ନୀଚ କେତେ
ଅଛି ପୁଣି ଧନୀ ଗରିବର ଭେଦ

ଅଂହକାର ମନେ ଘର କରିଗଲେ
ବଢିଯାଏ ଗର୍ବ ଓ ଈର୍ଷାର ମେଦ

ସମ୍ଭ୍ରାନ୍ତ ହେଲେ ଭଲ କଥା ଭାଇ
ସଦାଚାର କେବେ ନ ଭୁଲ

ଧର୍ମ କର୍ମ ସଙ୍ଗେ ଶିଷ୍ଠାଚାରୀ ହୁଅ
ନ୍ୟାୟ ପଥରେ ଯେ ସଭିଁଏ ଚାଲ

ପେଟକୁ ଥାଉ ଅବା ନ’ଥାଉ ଦାନା
ଦେହକୁ ଥାଉ ଟିକେ କନା

ଶିକ୍ଷା ସଂସ୍କାର ଆଉ ସଦାଚାର
ଶିଖନ୍ତୁ ଆଜିର ଲଳନା

ଭୋକ ଉପାସରେ ପଛେ ଦିନ କଟିଯାଉ
ଉତ୍କୃଷ୍ଟ ସମାଜଟେ ତିଆରି ହେଉ

ତର୍ଜମାର ସମୟ ଆସିଛି ନିଶ୍ଚୟ
ଚିତ୍ରରେ ହେଉ କି ଲେଖାରେ ହେଉ

ଆଉ ଏକ ସାମାଜିକ ବିନାଶ ଆଗରୁ
ମାନବ ଅନ୍ତତଃ ସତର୍କ ଓ ସଚେତନ ରହୁ

ପରିବେଶ ଯେମିତି କରୋନା ରୂପରେ
ସଭିଁଙ୍କୁ ଦେଇଗଲା ନୀତିଶିକ୍ଷା ଟିଏ

ସଦାଚାର ସଂସ୍କାର ଆପେ ଆପେ ସେମିତି
ତୋଳି ନ’ ଦେଉ ପୁଣି ନୂତନ ଯୁଗ ଟିଏ l

ସଂଗୀତା ମୋହନ ଗହିର

ଭବାନୀପାଟଣା

କଳାହାଣ୍ଡି

Leave a Reply

Your email address will not be published. Required fields are marked *